ପୂର୍ବ ଭାରତରେ ଜୀବନ ବୀମାର ଗ୍ରହଣୀୟତା ସର୍ବାଧିକ: ସର୍ଭେ

 

ଭୁବନେଶ୍ୱର,30th April,(Bnews): ମ୍ୟାକ୍ସ ଲାଇଫ୍ ଇନ୍‌ସ୍ୟୁରାନ୍ସ କଂପାନି ଲିମିଟେଡ୍ ପକ୍ଷରୁ କାଂଟାର ସହଯୋଗରେ ଭାରତ ସୁରକ୍ଷା ଭାଗ (ଆଇପିକ୍ୟୁ) ୪.୦ ସର୍ଭେକୁ ଉନ୍ମୋଚନ କରାଯାଇଛି । ୨୦୨୧ ଡିସେମ୍ବର ୧୦ରୁ ୨୦୨୨ ଜାନୁଆରି ୧୪
ପର୍ଯ୍ୟନ୍ତ ୨୫ଟି ସହରର ୫,୭୨୯ ଜଣ ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା । ସର୍ଭେ ରିପୋର୍ଟ ଅନୁସାରେ ପୂର୍ବ ଭାରତର ସୁରକ୍ଷା ଭାଗ ସର୍ବାଧିକ ୪୯ ରହିଛି । ଏହି ଅଂଚଳର ଲୋକମାନେ ୮୦% ହାରରେ ଜୀବନ ବୀମାକୁ ଗ୍ରହଣ କରିଛନ୍ତି ଯାହା ଫଳରେ ହାରାହାରି ସୁରକ୍ଷା ସ୍ତର ୫୬%ରେ ପହଂଚିପାରିଛି । ଜୀବନ ବୀମା ବିଷୟରେ ଜ୍ଞାନ କିନ୍ତୁ ଏହି ଅଂଚଳ ପାଇଁ ଏକ ସମସ୍ୟା ହୋଇରହିଛି ଯେଉଁଠାରେ ଜ୍ଞାନ ସୂଚୀ ୬୭ ରହିଛି ଯାହା ଉତର ଭାରତର ୭୧%, ଦକ୍ଷିଣର ୭୦ ଓ ପଶ୍ଚିମର ୬୯ ତୁଳନାରେ କମ୍ । ଏହି ସର୍ଭେ ସମ୍ପର୍କରେ ମ୍ୟାକ୍ସ ଲାଇଫ୍‌ର ଉପ ପରିଚାଳନା ନିର୍ଦେଶକ ଭି ବିଶ୍ୱାନନ୍ଦ କହିଛନ୍ତି ଯେ, “ମହାମାରୀର ଦୁଇ ବର୍ଷ ପରେ ସହରାଂଚଳ ଭାରତ ଏହାର ଆର୍ଥିକ ସଚେତନତାକୁ ବଢ଼ାଇଛନ୍ତି ଏବଂ ନିଜ ଭବିଷ୍ୟତର ସୁରକ୍ଷା ଲାଗି ସୁଚିନ୍ତିତ ପଦକ୍ଷେପ
ଗ୍ରହଣ କରିଛନ୍ତି । ଆଇପିକ୍ୟୁ ୪.୦ରେ ଆର୍ଥିକ ସୁରକ୍ଷାର ଦୃଢ଼ ଭାବ ଉପରେ ଗୁରୁତ୍ୱାରୋପ କରାଯାଇଛି ଯାହା ସବୁ ଅଂଚଳରେ ଦେଖିବାକୁ ମିଳିଛି, ଯାହା ଫଳରେ ପୂର୍ବ ସଂସ୍କରଣ ତୁଳନାରେ ଏଥର ସର୍ଭେରେ ଉଚ୍ଚ ସୁରକ୍ଷା ଭାଗ ସୃଷ୍ଟି ହୋଇଛି । ପୂର୍ବ ଭାରତରେ ଜୀବନ ବୀମାର ଗ୍ରହଣୀୟତା ସର୍ବାଧିକ ରହିଥିବା ବେଳେ ବିଗତ ବର୍ଷଗୁଡ଼ିକରେ ମାଲିକାନା ୮୩%ରୁ ୮୦%କୁ ହ୍ରାସ ପାଇଛି । ବୀମା ସଚେତନତା ଓ ସାନ୍ଧ୍ରତା ବଢ଼ାଇବାରେ ଅଧିକ ନିବେଶ ଯୋଗୁଁ ମୋର ବିଶ୍ୱାସ ରହିଛି ଯେ ପୂର୍ବ ଭାରତରେ ଏହି ଧାରା ବଜାୟ ରହିବ ଓ ଏହା ବାସ୍ତବ ଭାବ ଅନୁସାରେ ଆର୍ଥିକ ଭାବେ ସୁରକ୍ଷିତ ରହିବ ।’’ଏହି ସର୍ଭେରୁ ଜଣାପଡ଼ିଛି ଯେ ପୂର୍ବ ଭାରତରେ ଲୋକମାନେ ନିଜର ମାନସିକ ସ୍ଥିତି ଓ ପିଲାମାନଙ୍କ ଶିକ୍ଷାକୁ ନେଇ ବେଶ ଚିନ୍ତିତ ଅଛନ୍ତି । ୬୨% ଲୋକ ବର୍ତମାନର ଆୟରେ ଜୀବନଶୈଳୀକୁ ବଜାୟ ରଖିବା ନେଇ ସନ୍ଦୀହାନ ଥିବା ବେଳେ ଘରର ଆୟକାରୀ ସଦସ୍ୟଙ୍କ ମୃତ୍ୟୁ ହେଲେ ଆର୍ଥିକ ସୁରକ୍ଷାକୁ ନେଇ ୬୨ ପ୍ରତିିଶତ ଲୋକ ଚିନ୍ତିତ ଅଛନ୍ତି । ୬୨% ଲୋକ ଅବସର ଗ୍ରହଣ ପରେ ଆର୍ଥିକ ସ୍ୱାଧୀନତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏହି ସର୍ଭେ ପାଇଁ ଭୁବନେଶ୍ୱର ସମେତ ଦିଲ୍ଲୀ,କୋଲକାତା, ଚେନ୍ନାଇ, ବାଙ୍ଗାଲୋର, ହାଇଦ୍ରାବାଦ, ମୁମ୍ବାଇ, ଲୁଧିଆନା, ଜୟପୁର, ପାଟନା, ଲକ୍ଷ୍ନୌ, ଜାମନଗର, ରାୟପୁର ଓ ତିରୁଚିରାପଲ୍ଲୀ ଭଳି ସହରକୁ ସାମିଲକରାଯାଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *