ପୂର୍ବତନ ବିଧାୟକ ବିମଳଲୋଚନ ଦାସଙ୍କ ପରଲୋକ

ଭୁବନେଶ୍ବର , (ଓଡିଶା ଟାଇମ୍) :ମୟୂରଭଞ୍ଜ ଜିଲ୍ଲା ବାରିପଦାର ପୂର୍ବତନ ବିଧାୟକ ବିମଳଲୋଚନ ଦାସଙ୍କ ଦେହାନ୍ତ ହୋଇଛି । ହୃଦଘାତ ଯୋଗୁଁ ବିମଳଲୋଚନ ଦାସଙ୍କ ପରଲୋକ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ବାରିପଦା ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି ।

ମୟୁରଭଞ୍ଜ ଜିଲ୍ଲାରେ ୧୯୩୬ ମସିହା ଅକ୍ଟୋବର ୧୧ତାରିଖରେ ଜନ୍ମଗ୍ରହଣ କରିଥିବା ବିମଳଲୋଚନ ଶୁଳିଆପଦା ବ୍ଲକ୍ ଉପାଧ୍ୟକ୍ଷ ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ବିମଳଲୋଚନ ୨୦୦୯ରୁ ୨୦୧୪ ଯାଏଁ ବାରିପଦାରୁ ବିଧାନସଭାକୁ ପ୍ରତିନିଧିତ୍ବ କରିଥିଲେ । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଟିକେଟରେ ସେ ବିଧାୟକ ହୋଇଥିଲେ । ଏହା ବ୍ୟତୀତ ସେ ବାରିପଦା ଅର୍ବାନ୍‌ କୋ-ଅପରେଟିଭ ବ୍ୟାଙ୍କ ସଭାପତି ମଧ୍ୟ ଥିଲେ ବିମଳଲୋଚନ ଦାସ । ତେବେ ସେହି ସମୟରେ ବାରିପଦା ଅର୍ବାନ୍‌ କୋ-ଅପରେଟିଭ ବ୍ୟାଙ୍କରେ ବ୍ୟାପକ ଅର୍ଥ ହେରଫେର ଓ ଅନିୟମିତତା ଅଭିଯୋଗ ହୋଇଥିଲା । ପରବର୍ତ୍ତୀ ସମୟରେ ସେହି ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିଲେ ବିମଳଲୋଚନ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *