ପୂର୍ତ୍ତ ବିଭାଗ ରାସ୍ତା ପାର୍ଶ୍ୱ ବିଦ୍ୟୁତ୍ ଖୁଣ୍ଟ ବିପଦମୁଖୀ ।

ପୂର୍ତ୍ତ ବିଭାଗ ରାସ୍ତା ପାର୍ଶ୍ୱ ବିଦ୍ୟୁତ୍ ଖୁଣ୍ଟ ବିପଦମୁଖୀ ।

ପରଜଙ୍ଗ :12.08.23 BREAKING NEWS ODIA (Report by Nirmal gadanayak) ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳରେ ବିଦ୍ୟୁତ୍ ସମସ୍ୟା ବହୁ ମାତ୍ରାରେ ବଢ଼ି ଯାଇଛି । ପରଜଙ୍ଗ ବିଦ୍ୟୁତ୍ ଡିଭିଜନରେ ବିଦ୍ୟୁତ୍ ଉପଭୋକ୍ତାଙ୍କ ଠାରୁ ଆରମ୍ଭ କରି ଜନସାଧାରଣ ବିଭିନ୍ନ ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଟାଟା କମ୍ପାନୀ ହାତକୁ ନେବା ଦିନଠାରୁ ଅଞ୍ଚଳରେ ଅନେକ ସମୟରେ ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ୍ କାଟ ,ବର୍ଷା ପବନ ଆସିବା ପୂର୍ବରୁ ସମଗ୍ର ଅଞ୍ଚଳ ବିଦ୍ୟୁତ୍ କାଟ, ମରାମତି ପାଇଁ କର୍ମଚାରୀ ଅଭାବ ,ବିଦ୍ୟୁତ୍ ଉପଭୋକ୍ତାଙ୍କୁ ମନଇଛା ବିଦ୍ୟୁତ୍ ଦେୟ ବିଲ କରିବା ପ୍ରଭୃତି ଏହି କମ୍ପାନୀରେ ବ୍ୟତିକ୍ରମ ରହିଛି । ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ବିଲ ବାଡ଼ି ମାନଙ୍କରେ ବିଦ୍ୟୁତ୍ ଖୁଣ୍ଟ ନଇଁ ପଡ଼ିବା , ତାର ଝୁଲି ପଡ଼ିବା , ଅଧିକାଂଶ ସ୍ଥାନରେ ଅସୁରକ୍ଷିତ ଭାବେ ଟ୍ରାନ୍ସଫର୍ମର ରହିଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପରଜଙ୍ଗ ବ୍ଲକ ୫୩ ନମ୍ବର ଜାତୀୟ ରାଜପଥର ହାତିଲୁଚାଣି ଛକ ଠାରୁ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ଉପରେ । କଲଦା ପଞ୍ଚାୟତ ବାଲିସାହି ନିକରେ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାକୁ ଲାଗି ବିଦ୍ୟୁତ୍ ଖୁଣ୍ଟ ସହିତ ଟ୍ରାନ୍ସଫର୍ମର ରହିଛି ।ଏହି ଟ୍ରାନ୍ସଫର୍ମରରୁ ତଳକୁ ଫିୟୁଜ ବନ୍ଧା ଯାଇଛି ।ହେଲେ ସମ୍ପୂର୍ଣ୍ଣ ବିପଦମୁଖି ରହିଛି ।ରାସ୍ତା କଡ଼ରେ ଏହା ଥିବାରୁ ଲୋକଙ୍କ ଯାତାୟତ ଓ ବୁଲା ଗାଈ ଗୋରୁ କୌଣସି ମୁହୂର୍ତ୍ତରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିବା ଅବସ୍ଥାରେ ରହିଛି । ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଚରମ ଅବହେଳା ଯୋଗୁଁ ରାସ୍ତା କଡ଼ରେ ମୁକୁଳା ଅବସ୍ଥାରେ ରହିଛି ବିପଦ ସଂକେତର ନମୁନା ।ବିଭାଗୀୟ କର୍ତ୍ତୃପକ୍ଷ ଏହାକୁ ତୁରନ୍ତ ମରାମତି କରିବା ପାଇଁ ଅଞ୍ଚଳବାସୀ ଓ ବାଟୋଇ ମାନେ ଦାବି କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *