ପୂରୀ ରଥଯାତ୍ରା ପରିଚାଳନାର ସଫଳ ବିନ୍ଧାଣୀ

ପୂରୀ ରଥଯାତ୍ରା ପରିଚାଳନାର ସଫଳ ବିନ୍ଧାଣୀ
 
 
ପୁରୀ :  ୩/୦୭/୨୩ (ବି ଏନ୍ ଓ) ଓଡ଼ିଶା ପୋଲିସର ଦକ୍ଷ ରଣନୀତି ତଥା ଦୂରଦୃଷ୍ଟି ଯୋଗୁଁ ଚଳିତବର୍ଷର ପୂରୀ ବିଶ୍ବ ପ୍ରସିଦ୍ଦ ଘୋଷଯାତ୍ରା ବେଶ ସୁରୁଖୁରୁରେ ସମ୍ପଣ୍ନ ହୋଇଯାଇଛି।ପ୍ରାୟ ୨୫ ରୁ ୩୦ଲକ୍ଷ ଲୋକକୁଂ ନେଇ ଅନୁଷ୍ଠିତ ଏହି ଯାତ୍ରାରେ ଆଇନଶୃଂଖଳା ପରିସ୍ଥିତି ଠାରୁ ଆରମ୍ଭ କରି ଟ୍ରାଫିକ ସମସ୍ଯା ଗୁଳୁଗୁଳିରୁ ବଂଚିବା ପାଇଁ ପାଣି ସିଂଚନ ଠାରୁ ଆରମ୍ଭ କରି ଫାଷ୍ଟଏଡ ସେବା ସବୁଥିରେ ପୋଲିସ ପକ୍ଷରୁ ସ୍ବତନ୍ତ୍ର ସ୍ବେଛାସେବୀ ନିଯୁକ୍ତ ହୋଇଥିଲେ।ଓଡିଶାର ମାନ୍ଯବର ମୂଖ୍ଯମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜଗନ୍ନାଥକଂ ପ୍ରତି ସମର୍ପଣ ଭାବ ପୋଲିସ ବାହିନୀକୁ କାର୍ଯ୍ଯ କରିବାକୁ ଅଧିକ ଉତ୍ସାହ ଯୋଗାଇ
ଥିଲା।ପୂର୍ବରୁ ରଥଯାତ୍ରାରେ ଭିଡ ନିୟନ୍ତ୍ରଣ ରାଜ୍ଯ ସରକାର ମାନଂକ ପାଇଁ ଏକ ବଡ ପାଇଁ ଚ୍ଯାଲେଂଜ ହେଉଥିଲା।ଏପରିକି ଦଳଚକଟାରେ ଏକାଧିକ ଭକ୍ତ ମୃତ୍ଯୁବରଣ କରିବା ସହ ଅନେକ ଆହତ ଭଳି ଦୁଃଖଦ ଖବର ମଧ୍ଯ୍ଯ ସାମନା କୁ ଆସୁଥିଲା।ପ୍ରାକୃତିକ ଦୁର୍ବିପାକ ନିୟନ୍ତ୍ରଣ କ୍ଷେତ୍ରରେ ଓଡିଶା ବିଶ୍ବରେ ଏକ ରୋଲ ମଡେଲ ଭାବେ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିପାରିଥିବା ବେଳେ ବିଶ୍ବପ୍ରସିଦ୍ଦ ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହେବା ମଧ୍ଯ ରାଜ୍ଯ ପାଇଁ ଭିନ୍ନ ଏକ ପରିଚୟ ସୃଷ୍ଟି କରିଛି।ଖାସ କରି ସେଣ୍ଟ୍ରାଲ ରେଂଜ  ଆଇଜି ଆଶିଷ ସିଂ ପୂର୍ବରୁ ପୂରୀର ଏସପି ଥିବା ବେଳେ ସହରର ଚ୍ଯାଲେଜିଂ ବିଷୟ ଗୁଡିକରେ ବେଶ ଭଲଭାବେ ଅବଗତ ଥିଲେ।ବର୍ତ୍ତମାନର ଏସପି କେ ଭିଶାଲ ସିଂକଂ ଲୋକ ସମ୍ପର୍କ ମଧ୍ଯ ଅତି ଉତ୍ତମ ରହିଥିବାରୁ ପୋଲିସିଂ ବ୍ଯବସ୍ଥାରେ କୌଣସି ତ୍ରୁଟି ବିଚ୍ଯୁତି ଦେଖା ଯାଇନଥିଲା,ସଫଳତା ଆଣି ଦେଇଥିଲା।ଏହି ସମୟରେ ଦେଶ ବିଦେଶରୁ ଅନେକ ଭିଆଇପି ସହରକୁ ଆସୁଥିବାରୁ ପୋଲିସ ପାଇଁ ଏହା ଭିନ୍ନ ଏକ ଚ୍ଯାଲେଂଜ ହୋଇଥାଏ।ଏହି ଚ୍ଯାଂଲେଜକୁ ପୋଲିସ ମଧ୍ଯ୍ଯ ଏକ ସୁଯୋଗରେ ପରିଣତ କରି ରାଜ୍ଯ ପାଇଁ ସୁନାମ ଆଣିଦେଇଛି ଓଡିଶା ପୋଲିସ।ଏହି ବିଶ୍ବ ଘୋଷଯାତ୍ରା ଅନ୍ଯ ଏକ ଦୃଷ୍ଟିରୁ ମଧ୍ଯ୍ଯ ବେଶ ଗୁରୁତ୍ବପୂଣ୍ନ ଥିଲା ।ସେବାୟତ ମାନଂକ ମଧ୍ଯ୍ଯରେ ଉତ୍ତମ ବୁଝାମଣା ତଥା ସମନ୍ବୟ ଯୋଗୁଁ ସମସ୍ତ ନୀତିକାନ୍ତି ନିର୍ଦ୍ଦାରିତ ସମୟ ମଧ୍ଯ୍ଯରେ ସମ୍ପଣ୍ନ ହୋଇଯାଇଥିଲା।ପୂରୀ ଜିଲ୍ଲାପାଳ ସମର୍ଥ ବର୍ମା ବ୍ଯକ୍ତିଗତ ଭାବେ ଏସବୁର ତଦାରଖ କରୁଥିଲେ।ମୋଟ ଉପରେ କହିବାକୁ ଗଲେ ଚଳିତ ବର୍ଷର ଘୋଷଯାତ୍ରା ରଥଯାତ୍ରା ଇତିହାସରେ ଏକ ମାଇଲ ଖୁଣ୍ଟ ଭାବେ ପରିଗଣିତ ହେବ।ଏହାକୁ ସୁଚାରୁ ରୂପେ ସମ୍ପଣ୍ନ କରିଥିବାରୁ ଓଡିଶା ପୋଲିସର ବରିଷ୍ଠ ଅଧିକାରୀ ଅତିରିକ୍ତ ପୋଲିସ ଡିଜି ଆଇନ ଶୃଂଖଳା ସଂଜୟ କୁମାର,ଅତିରିକ୍ତ ପୋଲିସ ଡିଜି ତଥା ପରିବହନ ଆୟୂକ୍ତ ଅମିତାଭ ଠାକୁର,ସେଣ୍ଟ୍ରାଲ ରେଂଜ ଆଇଜି ଆଶିଷ ସିଂ,ଡିଆଇଜି ଅଖିଳେଶ୍ବର ସିଂ,ଡିଆଇଜି ତଥା ଅତିରିକ୍ତ ପୋଲିସ କମିଶନର ଉମାଶଂକର ଦାସ,ପୂରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ପୂରୀ ଏସପି କେ ଭିଶାଲ ସିଂ ଏବେ ପ୍ରସଂଶାର ପାତ୍ର ହୋଇଛନ୍ତି।
 
Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *