ପୁଣି ଶିଳ୍ପ ସମୃଦ୍ଧ ହେବ ଚୌଦ୍ୱାର

ପୁଣି ଶିଳ୍ପ ସମୃଦ୍ଧ ହେବ ଚୌଦ୍ୱାର

ଚୌଦ୍ୱାର:06.12.23(B.N.O.): ଶିଳ୍ପଶୂନ୍ୟ ହୋଇ ପଡ଼ିଥିବା ଶିଳ୍ପନଗରୀ ଚୌଦ୍ୱାର ପୁଣି ଶିଳ୍ପ ସମୃଦ୍ଧ ହେବ । ଚୌଦ୍ୱାରରେ ଖୁବ ଶିଘ୍ର ଗଢ଼ିଉଠିବ ଅଜସ୍ର ଶିଳ୍ପ ଆଉ ଅଞ୍ଚଳର ହଜାର ହଜାର ବେକାର ଯୁବକ ଯୁବତୀଙ୍କୁ ମିଳିବ ରୋଜଗାର । ଚୌଦ୍ୱାରରେ ଶିଳ୍ପ ହେବ-କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ଚୌଦ୍ୱାର ଅଞ୍ଚଳବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ, ଫାଇପ-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ଟାଉନ ହଲ ଠାରେ ଓଡ଼ିଶାକୁ ଶିଳ୍ପ ଓ ଅର୍ଥନୈତିକ କ୍ଷେତ୍ରରେ ବିକାଶ ଓ ଏହାର ଦୃଶ୍ୟପଟ୍ଟକୁ ପରିବର୍ତ୍ତନ ନିମନ୍ତେ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ଚୌଦ୍ୱାର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗତ କାଲି କ୍ୟାବିନେଟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରି ଏକ ସତନ୍ତ୍ର

NEWS BY MALAYA PARIJA(CUTTACK)

ପ୍ୟାକେଜ୍ ଜରିଆରେ ୱେଲସ୍ପନ୍ କଂପାନୀ ସମୂହକୁ ଶିଳ୍ପପ୍ରତିଷ୍ଠା ନିମନ୍ତେ ୩ ହଜାର କୋଟି ଟଙ୍କା ମଞ୍ଜୁର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଚୌଦ୍ୱାର-କଟକର ମାନ୍ୟବର ପୂର୍ବତନ ବିଧାୟକ ଡ. ବିଶ୍ୱାଳଙ୍କ ଦରଖାସ୍ତଟିକୁ ତତ୍‍କାଳୀନ ୫ଟି ସଚିବ ଭି.କେ ପାଣ୍ଡିଆନ ମୁଖ୍ୟ ଶାସନ ସଚିବ ନିକଟକୁ ପଠାଇଦେଇଥିଲେ ମୁଖ୍ୟ ଶାସନ ସଚିବ ଉକ୍ତ ଦରଖାସ୍ତ ଉପରେ ଓ.ଟି.ଏମ ବିଷୟରେ ଏକ ଉଚ୍ଚ ସ୍ତରୀୟ ବୈଠକ ନେଇଥିଲେ । ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ଡ.ବିଶ୍ୱାଳ ଏ ନେଇ ବିଧାନସଭାରେ ୧୨ଥର ଆଲୋଚନା କରିଥିଲେ । ବର୍ତ୍ତମାନର ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ ମଧ୍ୟ ବିଧାନସଭାରେ ୪ଥର ଆଲୋଚନା କରିଛନ୍ତି । ଚୌଦ୍ୱାରର ଓ.ଟି.ଏମ୍ ଜାଗାରେ ପୁନର୍ବାର ବୟନ ଶିଳ୍ପ ହେବାକୁ ଯାଉଛି ଯାହା ଚୌଦ୍ୱାର-କଟକ ଅଞ୍ଚଳରେ ସିଧାସଳଖ ୧୦ହଜାର କୁଶଳୀ ବେକାର ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ପାଇବେ ଏବଂ ଚୌଦ୍ୱାରର ପୁରୁଣା ଐତିହ୍ୟକୁ ଫେରାଇ ଆଣିବାରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ଓ.ଟି.ଏମ ଶ୍ରମିକ ସଂଗଠନ, ଚୌଦ୍ୱାର ସହରବାସୀ, ଚୌଦ୍ୱାର ବିଜୁ ଜନତା ଦଳ ଓ ଚୌଦ୍ୱାର-କଟକ ଉନ୍ନୟନ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ଡକ୍ଟର ବିଶ୍ୱାଳ, ବିଧାୟକ ସୌଭିକ୍ ବିଶ୍ୱାଳ ଓ ୫ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି । ସମନ୍ୱିତ ପରିଯୋଜନା ହୋଇଥିବାରୁ ଏଠାରେ ସୂତା ତିଆରୀ ଠାରୁ ଆରମ୍ଭ କରି କପଡା ପସ୍ତୁତ କରିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ । ଏହା ବ୍ୟତିତ ୱେଲସ୍ପନ୍ କମ୍ପାନୀ ସମୁହ ବୟନ ଶିଳ୍ପ ପରିଯୋଜନା ପରିସୀମାରେ ଏକ ଅତ୍ୟାଧୁନିକ ଗୋଦାମ ଘର ପ୍ରତିଷ୍ଠା କରିବ ଏବଂ ଏହା ଦ୍ୱାରା କ୍ୟାପିଟିଭି ଓ ବାଣିଜ୍ୟିକ ସେବା ପ୍ରଦାନ କରିବା ସହ ବ୍ୟାପକ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବ । ମୁଖ୍ୟତଃ ବୟନ ଶିଳ୍ପର କଞ୍ଚାମାଲ ହିସାବରେ କପାକୁ ବ୍ୟବହାର କରାଯାଏ । ବୟନ ଶିଳ୍ପ ପ୍ରତିଷ୍ଠାର ଅନ୍ୟଏକ ଗୁରୁତ୍ୱପୁର୍ଣ ଦିଗ ହେଇଛି କୃଷକର ଉନ୍ନତି ଓ କୃଷିଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି କରିବା ବୋଲି ସାମ୍ବାଦିକ ସମ୍ମିଳନୀରେ ମତପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ବିଶ୍ୱାଳଙ୍କ ସମେତ ସିଏମସି ଡେପୁଟି ମେୟର ଦମୟନ୍ତୀ ମାଝୀ, ଚୌଦ୍ୱାର ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପନଗରପାଳ ଶୁଭେନ୍ଦୁ ସାମଲ, ପୂର୍ବତନ ନଗରପାଳ ପ୍ରେମଚାନ୍ଦ ନାୟକ, ବିଧାୟକଙ୍କ ପ୍ରତିନିଧି ତଥା ନଗର ବିଜେଡି ସଭାପତି ବିଷ୍ଣୁଚରଣ ପରିଡା, ଶ୍ରମିକ ଉନ୍ନୟନ ସଂଗଠନର ସଭାପତି ଜଗନ୍ନାଥ ବେଉରିଆ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *