ପୁଣି ଦାଦନ ସର୍ଦ୍ଦାର ଗିରଫ କଲା ବେଳପଡା ପୋଲିସ।
ବେଳପଡା:18.10.23(B.N.O.)-ରିପୋର୍ଟ-ଭୋଜରାଜ ଦଣ୍ଡସେନା -ଏହି ଋତୁ ଦାଦନ ଋତୁ ଭାବରେ ଚାଲିଥିବା ବେଳେ ପ୍ରତେକ ଗ୍ରାମ ମାନଙ୍କରେ ଦାଦନ ସର୍ଦ୍ଦାର ମାନେ ଗାଁକୁ ଗାଁ ଯାଇ ଟଙ୍କା ବଇନା ଦେବା ସହ ବେଆଇନ ଭାବେ ଶ୍ରମିକ ଚାଲାଣ କରୁଛନ୍ତି।ଆଜି ବେଳପଡା ପୋଲିସ କୌଣସି ସୂତ୍ରରୁ ଖବର ପାଇ ବନମାଳୀ ପେଟ୍ରୋଲ ପମ୍ପ ଠାରେ ଚଢ଼ାଉ କରି ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କରିବା ସହ ସର୍ଦ୍ଦାର କୁ ଗିରଫ କରିଛି।ସୂଚନାଯୋଗ୍ୟ ଯେ ଆଜି ଦାଦନ ସର୍ଦ୍ଦାର ଦାଦନ ଶ୍ରମିକ ମାନଙ୍କୁ ଏକ ବୋଲେରୋ ନୂମ୍ବର ହେଲା ଓଡ଼ି-୦୨-ଏପି-୯୭୯୩ ଏକ ଅଟୋ-ଓଡ଼ି-୦୩-କେ-୩୪୦୪ ଯୋଗେ କର୍ଣ୍ଣାଟକ ରାଜ୍ୟର ବାଙ୍ଗାଲୋର କୁ ଶ୍ରମିକ ଚାଲାଣ କରୁଥିବା ସୂଚନା ପାଇ ଥିଲା ବେଳପଡା ପୋଲିସ ।ପରେ ଉକ୍ତ ଜାଗାରେ ତୁରନ୍ତ ମାଡି ବସି ଶ୍ରମିକ ଙ୍କୁ ଉଧାର କରିବା ସହ ଦାଦନ ସର୍ଦ୍ଦାର ମାନଙ୍କୁ ଗିରଫ କରିଛି।ଉକ୍ତ ସର୍ଦ୍ଦାର ମାନେ ହେଲେ ୧-ସଦାନନ୍ଦ ଭୋଇ(୩୯) ୨-ଯୁଗେଶ୍ୱର ନାୟକ,(୩୦)୩-ରାଜକୁମାର ନାଗ(୩୨) କେଶ ନୂମ୍ବର ୨୬୩.ୟୁଏସ ୩୭୦/୩୭୪/୪୨୦/୩୪ ଆଇପିସି ଏକ କେଶ ରୁଜୁ କରାଯାଇଥିବାର ସୂଚନା ଦେଇଛନ୍ତି ବେଳପଡା ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ।