ପିପିଲି ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି; କଂଗ୍ରେସକୁ ନୂଆ ପ୍ରାର୍ଥୀ ଦେବା ଲାଗି ୭ ଦିନ ସମୟ ମିଳିବ 

ଭୁବନେଶ୍ୱର : ଭୋଟ ଗ୍ରହଣର ତିନି ଦିନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହେବା ଯୋଗୁଁ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି । ତେଣୁ ସାନି ବିଜ୍ଞପ୍ତି ଜାରି କରାଯିବ । କଂଗ୍ରେସକୁ ନୂଆ ପ୍ରାର୍ଥୀ ଦେବା ଲାଗି ୭ ଦିନ ସମୟ ମିଳିବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁଶୀଲ ଲୋହାନୀ ଏହି ସୂଚନା ଦେଇଛନ୍ତି । ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ ଠାରୁ ଆରମ୍ଭ କରି ଭୋଟଗ୍ରହଣ ଓ ଫଳାଫଳ ଘୋଷଣା ତାରିଖ ପର୍ଯ୍ୟନ୍ତ ପୁନର୍ବାର ବିଜ୍ଞପ୍ତି ଜାରି କରାଯିବ । ସେ କହିଥିଲେ, ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀଙ୍କ ଦେହାନ୍ତ ଯୋଗୁ ରିଟର୍ଣ୍ଣିଂ ଅଫିସର ନିର୍ବାଚନକୁ ସ୍ଥଗିତ ରଖିଛନ୍ତି । ଏ ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଛି । ନିର୍ବାଚନ କମିଶନ ଭୋଟ ଗ୍ରହଣ ସମ୍ପର୍କରେ ସାନି ବିଜ୍ଞପ୍ତି ପ୍ରକାଶ କରିବେ । ସମ୍ପୂର୍ଣ୍ଣ ନିର୍ବାଚନ ସିଡ୍ୟୁଲ ଆଉଥରେ ପ୍ରକାଶ ପାଇବ । କଂଗ୍ରେସକୁ ନୂଆ ପ୍ରାର୍ଥୀ ଦେବା ଲାଗି ୭ ଦିନ ସମୟ ମିଳିବ । ନିର୍ବାଚନ କମିଶନ ଯେଉଁ ତାରିଖ ଧାର୍ଯ୍ୟ କରିବେ ସେହି ତାରିଖରେ ଭୋଟ ଗ୍ରହଣ କରାଯିବ । ଏପ୍ରିଲ ୧୭ରେ ପିପିଲିରେ ଉପନିର୍ବାଚନ ହୋଇଥା’ନ୍ତା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *