“ପଲ୍ଲୀରେ ପ୍ରଶାସନ” କାର୍ଯ୍ୟକ୍ରମ ରେ ୯୨୧ ଟି ଅଭଯୋଗ l

“ପଲ୍ଲୀରେ ପ୍ରଶାସନ” କାର୍ଯ୍ୟକ୍ରମ ରେ ୯୨୧ ଟି ଅଭଯୋଗ l

(ଢେଙ୍କାନାଳରୁ ରୁକସାନା ବେଗମଙ୍କ ରିପୋର୍ଟ)

ଢେଙ୍କାନାଳ:୦୭-୦୮-୨୦୨୪-(ବି.ଏନ୍.ଓ ):- ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ କେରଯୋଳି ପଞ୍ଚାୟତରେ “ପଲ୍ଲୀରେ ପ୍ରଶାସନ” କାର୍ଯ୍ୟକ୍ରମ ମାଧ୍ୟମରେ ସେବା, ସମାଧାନ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶିବିରରେ ବ୍ଲକ୍ ଅଧକ୍ଷା ଚାରୁଲତା ମିଶ୍ର, ବିଡିଓ ଯଶୋବନ୍ତ ଦେହୁରୀ, ଅତିରିକ୍ତ ବିଡିଓ ହରେକୃଷ୍ଣ ନାୟକ, ତହସିଲ୍ ଦାର ସୌଦାମିନୀ ନାୟକ ଓ ପଞ୍ଚାୟତ ସରପଞ୍ଚ ରାଜକିଶୋର ସାହୁ, କାନ୍ତୋଲ ସମିତି ସଭ୍ୟ କାର୍ତ୍ତିକା ସାହୁ ଯୋଗ ଦେଇ ଥିଲେ l ବିରାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ମାଗଣା ସ୍ବାସ୍ଥ୍ୟ ସେବା, ନିଯୁକ୍ତି ଭିତ୍ତିକ ଯୋଜନା, ବ୍ଲକ୍ ସ୍ତରୀୟ ପରାମର୍ଶ ପ୍ରାଣୀ ଚିକିତ୍ସା ସେବା ପରାମର୍ଶ, ଆଧାର ପଞ୍ଜିକରଣ ଜାତି ପ୍ରମାଣପତ୍ର ଓ ନବୀକରଣ, ମାଛ ଚାଷ ପାଣି ପରୀକ୍ଷା, ଇ ପାଉତି, ପଟ୍ଟା ବଣ୍ଟନ, ଅଣ ସଂଗଠିତ କ୍ଷେତ୍ର ଶ୍ରମିକ ପଞ୍ଜିକରଣ, ୧୮ ରୁ ୩୫ ବର୍ଷର ଯୁବତୀ ମାନଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, କିଶାନ୍ କ୍ରେଡିଟ କାର୍ଡ ଓ ପ୍ରଧାନମନ୍ତ୍ରୀ ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟା କରଣ ଉଦ୍ୟୋଗ ଭଳି ଶିବିର ଆୟୋଜନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ୨୩ଟି ଷ୍ଟଲ୍ ଅଂଶ ଗ୍ରହଣ କରି ଥିବା ବେଳେ ୯୨୧ ଟି ଅଭିଯୋଗ ଆସି ଥିଲା l ସେଥିମଧ୍ୟରୁ ୭୦୭ ଟି ଅଭିଯୋଗ ର ସମାଧାନ କରା ଯାଇଥିଲା l ୨୧୪ ଟି ଅଭିଯୋଗ ସାତଦିନ ଭିତରେ ସମ୍ପୂର୍ଣ କରା କରାଯିବ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ଜନ ସାଧାରଣ ବହୁ ସଂଖ୍ୟାରେ ଯୋଗ ଦେଇ ଥିଲେ l

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *