ପଣ୍ଡାପଡା ସିଧେଶ୍ୱର ମନ୍ଦିରରେ ସମଗ୍ର ହିନ୍ଦୁ ସମାଜ ସମ୍ମିଳନୀ ଅନୁଷ୍ଠିତ
ପଣ୍ଡାପଡା ସିଧେଶ୍ୱର ମନ୍ଦିରରେ ସମଗ୍ର ହିନ୍ଦୁ ସମାଜ ସମ୍ମିଳନୀ ଅନୁଷ୍ଠିତ
ଘଟଗାଁ ୨୬-୧-୨୦୨୬(ବି.ଏନ .ଓ ) : (ବିଷ୍ଣୁନନ୍ଦ ବେହେରା) କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ପଣ୍ଡାପଡା ଗ୍ରାମ ପଞ୍ଚାୟତ ପଣ୍ଡାପଡା ସିଧେଶ୍ୱର ମନ୍ଦିରରେ ସମଗ୍ର ହିନ୍ଦୁ ସମାଜ ସମ୍ମିଳନୀ ୯ ଗୋଟି ପଞ୍ଚାୟତର ସମସ୍ତ ଗ୍ରାମର ଲୋକଙ୍କୁ ନେଇ ଏହି ସଭା ଅନୁଷ୍ଠିତ ହୋଇଥିବା ବେଳେ |ବିନିଦା ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ଘାସିନାଥ ମହାପାତ୍ରଙ୍କ ଅଧକ୍ଷତାରେ ସଭା ଅନୁଷ୍ଠିତ ହୋଇଥିବା ବେଳେ ସଭାରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ତଥା ପୂଜକ ଓ ସମାଜ ସେବୀ ପ୍ରଫୁଲ କୁମାର ଦାଶ, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷକ ତଥା ଜିଲ୍ଲା ସରକାରୀ ସମାରକ ପ୍ରମୁଖ ନୀଳମଣି ସାହୁ,ସମ୍ମାନିତ ଅତିଥି ଭାବେ ନିତ୍ୟାନନ୍ଦ ବାରିକ,ମଞ୍ଚ ପରିଚାଳନା କରିଥିଲେ ଗୋରେଖ ଚନ୍ଦ୍ର ନାୟକ,ଧନ୍ୟବାଦ ଅର୍ପଣ କଲେ ଅବସର ପ୍ରାପ୍ତ ଶିକ୍ଷକ ଭିକାରୀ ଚରଣ ମହାନ୍ତ ହିନ୍ଦୁ ଜାଗରଣ ଦିଗକୁ ନୂତନ ଶକ୍ତି ଏବଂ ଚେତନା ପ୍ରଦାନ କରିବା ପାଇଁ, ସମଗ୍ର ହିନ୍ଦୁ ସମାଜ ଦ୍ୱାରା ସନାତନ ସଂସ୍କୃତି ସନାତନ ଧର୍ମ ଏବଂ ସାମାଜିକ ଏକତାର ପ୍ରତୀକ ” ବିଶାଳ ହିନ୍ଦୁ ସମ୍ମିଳନୀ ଆୟୋଜନ ହୋଇଛି |ଗ୍ରାମ ପୋଖରୀରୁ ଶତାଧିକ ମହିଳା ସାମିଲ ହୋଇ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିବା ବେଳେ ପଣ୍ଡାପଡା ଗ୍ରାମର ପୂଜକ ନାରାୟଣ ମିଶ୍ର ରୀତିନୀତି ଅନୁସାରେ ପୂଜାଚର୍ଣ୍ଣା କରିଥିଲେ |ସେହିପରି ସାରୁପଟ, ଫୁଲଝର ଗ୍ରାମର ନାମ ସଂକ୍ରିତନ ଦଳ ଭଜନ କୀର୍ତ୍ତନ ପରିବେଷଣ କରିଥିବା ବେଳେ ରାମଚନ୍ଦ୍ର ମହାନ୍ତ,ହୃଷିକେଶ ମହାକୁଡ଼,ଡମ୍ବରୁ ଧର ମହାନ୍ତ, ଦୁର୍ଯ୍ୟୋଧନ ମହାନ୍ତ,ବିଷ୍ଣୁନନ୍ଦ ବେହେରା,ଚନ୍ଦ୍ରମଣି ମହାରଣା, ସନ୍ତସ କୁମାର ମହାନ୍ତ, ବାଇଧର ନାଏକ, ନାଲ ମୋହନ ଖାଟୁଆ, ବୁଦ୍ଧି ରାମ ସାହୁ, ରୋହିତ କୁମାର ବାରିକ, ମଳୟ କୁମାର ନାୟକ,ଅମିତ ପ୍ରସାଦ, ରାଜେଶ ସିଂ, ଦୟାନିଧି ବାରିକ ପ୍ରମୁଖ ସହଯୋଗ କରିଥିଲେ |

