ନ୍ୟୁଜିଲାଣ୍ଡକୁ ହରାଇ ବିଶ୍ୱକପ୍ ଫାଇନାଲରେ ଭାରତ

ନ୍ୟୁଜିଲାଣ୍ଡକୁ ହରାଇ ବିଶ୍ୱକପ୍ ଫାଇନାଲରେ ଭାରତ

B.N.O (ODISHA)

ମୁମ୍ବାଇ(ଏଜେନ୍ସି)16.11.23 : ଆଇସିସି ବିଶ୍ୱକପ ଫାଇନାଲରେ ଟିମ ଇଣ୍ଡିଆ ପ୍ରବେଶ କରିଛି । ଅର୍ଥାତ୍ ବିଶ୍ୱ ଚାମ୍ପିଅନ ହେବାଠାରୁ ଆଉ ମାତ୍ର ଗୋଟିଏ ବିଜୟ ବାକି ରହିଛି । ଆଜି (ବୁଧବାର) ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାସ୍ତ କରିଛି । ଭାରତ ଦ୍ୱାରା ରଖାଯାଇଥିବା ୩୯୮ ରନ ଲକ୍ଷ୍ୟ ଜବାବରେ ନ୍ୟୁଜିଲାଣ୍ଡ ୩୨୭ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଡାରିଲ ମିଚେଲ ୧୩୪ ରନ, କେନ ୱିଲିୟମସନ ୬୯ ରନ ଓ ଗ୍ଲେନ ଫିଲିପ୍ସ ୪୧ରନ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ସମି ଘାତକ ବୋଲିଂ କରି ୭ଟି ୱିକେଟ ନେଇଥିଲେ ।
ତେବେ ଦୀର୍ଘ ୧୨ ବର୍ଷ ହେଲା ରହିଥିବା ଅପେକ୍ଷାରେ ଅନ୍ତ ଘଟିଛି । ବିଶ୍ୱକପ ଫାଇନାଲରେ ଅପରାଜେୟ ଭାରତ । ବିରାଟ କୋହଲିଙ୍କ ଐତିହାସିକ ଶତକ ଓ ମହମ୍ମଦ ଶାମିଙ୍କ ଘାତକ ୭ ୱିକେଟ ବଳରେ ଭାରତ ସ୍ୱତନ୍ତ୍ର ଇତିହାସ ସୃଷ୍ଟି କରିଛି । କ୍ରମାଗତ ୧୦ ବିଜୟ ସହ ଭାରତ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି । ରବିବାର ଦଳ ବିଶ୍ୱକପ ଟ୍ରଫି ପାଇଁ ଅଷ୍ଟ୍ରେଲିଆ କିମ୍ବା ଦକ୍ଷିଣ ଆଫ୍ରିକା ସହ ଲଢ଼େଇ କରିବ । ୨୦୧୫ ଓ ୨୦୧୯ ସେମି ଫାଇନାଲରେ ଦଳ ସେମି ଫାଇନାଲରେ ବିଦାୟ ନେଇଥିଲା । ଅନେକଙ୍କ ସ୍ୱପ୍ନ ଧୂଳି ସାତ ହୋଇଥିଲା । ହେଲେ ୨୦୨୩ ରେ ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିରେ ଭାରତ ଫାଇନାଲ ଟିକେଟ ହାତେଇଛି ।
୨୦୧୯ରେ ନ୍ୟୁଜିଲ୍ୟାଣ୍ଡ ଭାରତର ବିଶ୍ୱକପ ଜିତିବା ସ୍ୱପ୍ନକୁ ଭାଙ୍ଗି ଦେଇଥିଲା । ସେମି ଫାଇନାଲରେ ଦଳକୁ ହାରିବାକୁ ପଡ଼ିଥିଲା । ହେଲେ ଆଜି ମୁମ୍ବାଇର ୱାଙ୍ଖେଡେରେ ଭାରତ ୨୦୧୯ ପରାଜୟର ପ୍ରତିଶୋଧ ନେଇଛି । ଘରୋଇ ଦର୍ଶକଙ୍କ ଉପସ୍ଥିତିରେ ଭାରତୀୟ ଟିମ ୭୦ ରନରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଛି । ବ୍ୟାଟିଂ କୋହଲି ଓ ଶ୍ରେୟସ ଆୟର ଶତକ ହାସଲ କରିଥିଲେ । ବୋଲିଂରେ ମହମ୍ମଦ ଶାମି ୭ ୱିକେଟ ନେଇ ରେକର୍ଡ କରିଛନ୍ତି । ବିଶ୍ୱକପରେ ସର୍ବାଧିକ ୫ ୱିକେଟ ନେବାର ରେକର୍ଡ ତାଙ୍କ ନାଁରେ ଯୋଡ଼ି ହୋଇଯାଇଛି । ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ୩ ଥର ୫ ୱିକେଟ ନେଇଥିଲେ । ଏବେ ଶାମି ୪ ଥର ୫ କିମ୍ବା ତା’ ଠାରୁ ଅଧିକ ୱିକେଟ ନେଇ ତାଙ୍କୁ ପଛରେ ପକାଇ ଦେଇଛନ୍ତି । ବିରାଟ ଆଜି ରେକର୍ଡ ଶତକରେ ଅର୍ଦ୍ଧଶତକ ହାସଲ କରିଥିଲେ । ସେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଥିଲେ । ତାଙ୍କ ଇନିଂସକୁ କିନ୍ତୁ ଘାତକ ବୋଲିଂ ଶାମି ଫିକା ପକାଇ ଦେଇଛନ୍ତି । ଏଥିପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ମିଳିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଡାରେଲ ମିଚେଲ ଓ କେନ ୱିଲିୟମସନ ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଇବାକୁ ବସିଥିଲେ । ଉଭୟ ତୃତୀୟ ୱିକେଟ ପାଇଁ ୧୮୧ ରନ ଯୋଡ଼ିଥିଲେ । କିନ୍ତୁ ଏହି ଯୋଡ଼ିକୁ ଶାମି ଭାଙ୍ଗି ଗେମ ଚେଞ୍ଜର ସାବ୍ୟସ୍ତ ହୋଇଥିଲେ । ସେ କେନ ୱିଲିୟମସନଙ୍କୁ ଆଉଟ କରିଥିଲେ । ଭାରତ ଚଳିତ ବିଶ୍ୱକପରେ କ୍ରମାଗତ ୧୦ ବିଜୟ ସହ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ଖେଳିବାକୁ ଟିକେଟ ହାସଲ କରିଛି । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ ହରାଇ ୩୯୭ ରନ କରିଥିଲା । ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡ ପାଇଁ ଡାରେଲ ମିଚେଲ ଲଢ଼େଇ କରିଥିଲେ । ସେ ୧୧୯ ବଲରେ ୧୩୪ ରନର ଇନିଂସ ଖେଳି ଭାରତ ମୁଠାରୁ ମ୍ୟାଚ୍ ଛଡ଼ାଇ ଆଣିବାକୁ ଚେଷ୍ଟା କରିଥିଲେ । ମଧ୍ୟକ୍ରମରେ କେନ ୱିଲିୟମସନ ମଧ୍ୟ ୬୯ ରନ ଇନିଂସ ଖେଳିଥିଲେ । ହେଲେ ଉଭୟଙ୍କୁ ଶାମି ଆଉଟ କରି କ୍ରମାଗତ ତୃତୀୟ ଥର ପାଇଁ ଫାଇନାଲ ଖେଳିବାକୁ କ୍ୱିୱି ଟିମ ରଖିଥିବା ଲକ୍ଷ୍ୟରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ । ମିଚେଲ ଓ ୱିଲିୟମସନଙ୍କ ବ୍ୟତୀତ ଗ୍ଲେନ ଫିଲିପ୍ସ ମଧ୍ୟ କିଛି ସମୟ ପାଇଁ ଲଢ଼େଇ କରିଥିଲେ । କିନ୍ତୁ ଫିଲିପ୍ସ(୪୧)ଙ୍କ ୱିକେଟ ଯଶପ୍ରୀତ ବୁମ୍ରାଙ୍କ ଖାତାକୁ ଯାଇଛି । ମାର୍କ ଚାପମାନ (୨)ଙ୍କ ୱିକେଟ କୁଲଦୀପ ଯାଦବ ନେଇଛନ୍ତି । ଇନିଂସ ଆରମ୍ଭରୁ ଡେଭନ କନୱେ(୧୩) ଓ ରଚିନ ରବୀନ୍ଦ୍ର(୧୩)ଙ୍କ ୱିକେଟ ଶାମି ନେଇଥିଲେ । ଟମ ଲାଥମ(୦) ମଧ୍ୟ ଶାମିଙ୍କ ଶିକାର ବନିଥିଲେ । ଶେଷ ଭାଗରେ ଟିମ ସାଉଦି ଓ ମିଚେଲ ସାଣ୍ଟନର ଦଳକୁ ବିଜୟର ନିକଟବର୍ତ୍ତୀ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଏହା ସମ୍ଭବ ପର ହୋଇ ନଥିଲା । ୪୮ମ ଓଭର ବୋଲିଂ କରୁଥିବା ସିରଜା ୯ ରନ କରିଥିବା ସାଣ୍ଟନରଙ୍କୁ ଆଉଟ କରି ଭାରତକୁ ୮ମ ସଫଳତା ଦେଇଥିଲେ । ଟିମ ସାଉଦି(୯)ଙ୍କୁ ଶାମି ଆଉଟ କରି ନିଜର ୬ଷ୍ଠ ୱିକେଟ ଦଖଲ କରିଥିଲେ । ଏଥିସହ ଦ୍ୱିତୀୟ ଭାରତୀୟ ଭାବେ ବିଶ୍ୱକପରେ ୬ ୱିକେଟ ଦଖଲ କରିବାର ରେକର୍ଡ ନିଜ ନାଁରେ କରିଥିଲେ । ପୂର୍ବରୁ ୨୦୦୩ ବିଶ୍ୱକପରେ ଆଶିଷ ନେହରା ଇଂଲଣ୍ଡ ବିପକ୍ଷରେ ସେ ୬ ୱିକେଟ ଦଖଲ କରିଥିଲେ । ତେବେ ଶାମି ଏତିକିରେ ଅଟକି ନଥିଲେ । ସେ ଲକି ଫର୍ଗୁସନ(୬)ଙ୍କୁ ଆଉଟି ନିଜର ୭ମ ୱିକେଟ ନେଇଥିଲେ । ଶାମି ୯.୫ ଓଭର୍ରେ ୫୭ ରନ ଦେଇ ୭ ୱିକେଟ ଦଖଲ କରିଛନ୍ତି । ଚଳିତ ବିଶ୍ୱକପରେ ଶାମିଙ୍କ ୱିକେଟ ସଂଖ୍ୟା ୨୩ରେ ପହଞ୍ଚି ଯାଇଛି । ନ୍ୟୁଜିଲ୍ୟାଣ୍ଡ ୪୮.୫ ଓଭରରେ ସମସ୍ତ ୱିକେଟ ହରାଇ ୩୨୭ରେ ଅଟକି ଯିବାରୁ ଭାରତ ୭୦ ରନରେ ମ୍ୟାଚ୍ ଜିତି ଫାଇନାଲରେ ପ୍ରବେଶ କରିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *