“ନୂଆ ଓ, ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କଟକରେ ସ୍ୱଚ୍ଛତା ଅଭିଯାନ।

“ନୂଆ ଓ, ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କଟକରେ ସ୍ୱଚ୍ଛତା ଅଭିଯାନ।

କଟକ,ତା ୨୩-୧୨-୨୦୨୩(B.N.O.)ଓଡ଼ିଶା ସର

NEWS BY MALAYA PARIJA(CUTTACK)

କାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କର ନୂତନ ଓଡିଶା ଗଠନର ସ୍ୱପ୍ନକୁ ସାକାର କରିବା ଉଦ୍ଧେଶ୍ୟ ନେଇ “ନୂଆ ଓ, ଯୁବ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ ମାଧ୍ୟମରେ ସାମାଜିକ କାର୍ଯ୍ୟ ଏବଂ ସମାଜ ସେବା କରାଯାଉଛି।ସାମାଜିକ ସ୍ତରରେ ସର୍ବସାଧାରଣଙ୍କ ମଙ୍ଗଳ ତଥା ପାରିପାର୍ଶ୍ବିକ ସ୍ଥିତିର ଉନ୍ନତି ନିମନ୍ତେ ବିଭିନ୍ନ ଅଭିଯାନ ଜରିଆରେ ସରକାରଙ୍କ ଦ୍ଵାରା କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଅଛି।
ନିଶ୍ଚିତ ଭାବେ ଏଥିରେ ଓଡ଼ିଶାର ଜନସାଧାରଣ ଉପକୃତ ହେବା ସହ ଓଡ଼ିଶାର ପ୍ରଗତି କ୍ଷେତ୍ରରେ ଏକ ସୁସ୍ଥ ବାତାବରଣ ତିଆରିହୋଇ ପାରୁଛିବୋଲି ବିଶିଷ୍ଟ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ତଥା କଟକର ପ୍ରାକ୍ତନ ଜିଲ୍ଲାପାଳ ଡ଼ଃ ଭବାନୀ ଶଙ୍କର ଚୟନୀଙ୍କ ନିର୍ଦ୍ଦେଶକ୍ରମେ ତଥା ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶୈଳବାଳା ସ୍ବୟଂଶାସିତ ମହିଳା ମହାବିଦ୍ୟାଳୟ ସମେତ କଟକର ୧୧ଟିରୁ ଉର୍ଦ୍ଧ୍ବ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ତାଳଦଣ୍ଡା କେନାଲ ପାଶ୍ୱବର୍ତୀ ଅଞ୍ଚଳରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କଟକରେ ଯେଉଁ ଉନ୍ନତିମୂଳକ ତଥା ରୂପାନ୍ତିକରଣ କାର୍ଯ୍ୟକ୍ରମ ଚାଲୁରହିଛି, ସେସବୁର ଅଗ୍ରଗତି ନିମନ୍ତେ ଯୁବସମାଜ ସହ ବିଶେଷକରି ସହରବାସୀ ସକାରାତ୍ମକ ମନୋଭାଵ ରଖି କଟକର ପ୍ରଗତିରେ ସାମିଲ ହେବାକୁ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଡ଼ଃ ଚୟନୀ ଆହ୍ୱାନ ଦେଇଥିଲେ। ଏଥିପାଇଁ ଦୃଢ ନେତୃତ୍ୱର ଆବଶ୍ୟକତା ଅଛି ବୋଲି ଆଜିର ଏହି ଅଭିଯାନ ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ସେ ଅବଗତ କରାଇଥିଲେ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସୁପରିକଳ୍ପିତ ସ୍ୱପ୍ନର ସଫଳ ଗୃହୀତ ପଦକ୍ଷେପ ଗୁଡିକର ପ୍ରଶଂସା ସହ ଏହିଭଳି ସାମୁହିକ ସେବାମୂଳକ କାର୍ଯ୍ୟକ୍ରମ ଜରିଆରେ ଯୁବ ସମାଜ ମଧ୍ୟରେ ସାମାଜିକ ଦାଇତ୍ୱବଦ୍ଧତା, ସୁଗଠିତ ବ୍ୟକ୍ତିତ୍ୱ ନିର୍ମାଣ, ଦୃଢ ନେତୃତ୍ୱ ଧାରଣ କ୍ଷମତାଦି ସଦଗୁଣାବଳୀର ବିକାଶ ମାଧ୍ୟମରେ”ନୂଆ ଓ ଯୁବ ଓଡିଶା ନବୀନ ଓଡିଶାର ସମୂହିତ ସ୍ୱପ୍ନ ସାକାର ହୋଇପାରିବ ବୋଲି ଆଜିର ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି କଟକ ମହାନଗର ନିଗମର ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂହଙ୍କ ସମେତ ବିଶିଷ୍ଟ ଅତିଥିଭାବେ ଯୋଗଦେଇ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ଶ୍ରୀ ପ୍ରଭାତ ରଞ୍ଜନ ବିଶ୍ୱାଳ,ପ୍ରାକ୍ତନ ବିଧାୟକ, ନିରାମୟ ଉପଦେଷ୍ଟା ତଥା, ସଂଯୋଜକ,କଟକ ଶାଖା ଜୀବନବିନ୍ଦୁ,ଡ଼ଃ ରଞ୍ଜନ ବିଶ୍ୱାଳ ପ୍ରମୁଖ ମତବ୍ୟକ୍ତ କରିଥିଲେ। ଏହିଭଳି ସାମାଜିକ କାର୍ଯ୍ୟକ୍ରମକୁ ଜିଲ୍ଲାରେ ଅଧିକ ସକ୍ରିୟ କରାଯାଇ ନୂଆ ଓଡିଶା ଗଠନ ନିମନ୍ତେ ଯୁବଶକ୍ତିକୁ ସମୃଦ୍ଧ କରାଯିବା ଉପରେ ମଧ୍ୟ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ସୁମନ ଦାସ ଏହି ଅଭିଯାନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଶୈଳବାଳା ସ୍ବୟଂଶାସିତ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ଡ଼ଃ ଗାୟତ୍ରୀ ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଏହି ମହାବିଦ୍ୟାଳୟ ସମେତ ଖ୍ରୀଷ୍ଟ ମହା ବିଦ୍ୟାଳୟ,ଷ୍ଟଆର୍ଟ ବିଜ୍ଞାନ ମହାବିଦ୍ୟାଳୟ, ରଘୁନାଥଜୀଉ ମହାବିଦ୍ୟାଳୟ, ଇମର୍ତ୍ତିଦେବୀ ମହାବିଦ୍ୟାଳୟ, ବିରେନମିତ୍ର ମହାବିଦ୍ୟାଳୟ,ବୀରକିଶୋର ମହାବିଦ୍ୟାଳୟ,ମକାମ ମହାବିଦ୍ୟାଳୟ,ଏନ ଏସ ଏମ ଟି ମହାବିଦ୍ୟାଳୟଆଦି ମାନଙ୍କର ଉଭୟ ଉଚ୍ଚ ମାଧ୍ୟମିକ ଓ ସ୍ନାତକ ଶ୍ରେଣୀର ଏକ ହଜାର(୧୦୦୦)ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ମାନେ ଏହ ସଫେଇ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ | ଆଜିର ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ନଳିନୀକାନ୍ତ ସ୍ବାଇଁ, ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅଭିରାମ ଦାସ,ପ୍ରାକ୍ତନ ଜିଲ୍ଲା ଜରୁରୀ ଅଧିକାରୀ ଶ୍ରୀ ପ୍ରଦୀପ ତ୍ରିପାଠୀ, ସ୍ଥାନୀୟ କର୍ପୋରେଟର ଶ୍ରୀ ଶୁଭାଶିଷ ପଟ୍ଟନାୟକଙ୍କ ସମେତ,ପୋଲିସ ତଥା ଅଗ୍ନିଶମ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।ଅଂଶଗ୍ରହଣ କରିଥିବା ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟକ୍ଷା,ନୋଡାଲ ଅଧିକାରୀ, ଅଧ୍ୟାପକ,ଅଧ୍ୟାପିକାମାନଙ୍କ ତତ୍ୱାବଧାନରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶୈଳବାଳା ସ୍ଵୟଂଶାସିତ ମହବିଦ୍ୟାଳୟ ନୋଡାଲ ବିଦ୍ୟାଳୟ ଭାବେ ସମସ୍ତ କାର୍ଯକ୍ରମ ଆୟୋଜନ କରିଥିଲେ |

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *