ସଡ଼କ ଦୁର୍ଘଟଣା ରେ ଯୁବକଙ୍କ ମୃତ୍ୟୁ।

 ସଡ଼କ ଦୁର୍ଘଟଣା ରେ ଯୁବକଙ୍କ ମୃତ୍ୟୁ।

କଟକ-ତା ୫\୧୧\୨୩ (B.N.O.)

NEWS BY RAJENDRA KUMAR CHHOTRAY

 ନୂଆପଡ଼ା ଛକ ରେ ଏକ ମର୍ମତୁଦ ସଡ଼କ ଦୁର୍ଘଟଣା ରେ ଯୁବକଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଏକ ବାଲି ବୋଝେଇ ଗାଡି ନୂଆପଡ଼ା ଛକ ରୁ ବାଲି ସାହି ଆଡ଼କୁ ଯାଉଥିବା ସମୟରେ ଅନ୍ୟ ଏକ ଗାଡି ବାଲିସାହି ଆଡ଼ୁ ଛକ ଆଡ଼କୁ ଆସୁଥିଲ। ଏହି ସମୟରେ ସ୍ମୃତି ରଞ୍ଜନ ଓଝା (ମୃତ ଯୁବକ) ତାଙ୍କ ନିଜ ବାଇକ୍ ନେଇ ଛକ ଆଡ଼କୁ ଯାଉଥିବା ସମୟରେ ଉକ୍ତ ବାଲି ବୋଝେଇ ଗାଡି ଟି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳ ରେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ନୂଆପଡ଼ା ଛକ ଦେଇ ବାରମ୍ବାର ବାଲି ବୋଝେଇ ଗାଡି ଗୁଡ଼ିକ ଯା ଆସ କରୁଥିବା ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ସାଧାରଣ ଲୋକଙ୍କ ଜୀବନ ଯାଉଛି। ଅନ୍ୟ ପକ୍ଷରେ ବାଲି ଗାଡି ଗୁଡ଼ିକ ଯା ଆସ କରିବା ପାଇଁ ନିର୍ଦ୍ଧାରିତ ସମୟ ସୀମା ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ନୋ ଏଣ୍ଟ୍ରି ସମୟ ରେ ଏହି ଗାଡି ଗୁଡ଼ିକ ଅବାଧ ରେ ଯା ଆସ କରୁଛନ୍ତି। ପ୍ରଶାସନ ନିକଟରେ ସ୍ଥାନୀୟ ଲୋକେ ଅନେକ ଥର ଅଭିଯୋଗ କରିଥିଲେ ସୁଦ୍ଧା ପ୍ରଶାସନ ତରଫରୁ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯାଇ ନାହିଁ।
ସେପଟେ ପ୍ରଶାସନ ବାଲି ଖାଦାନ ମାଲିକ ମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବା ବେଳେ ଏପଟେ ସାଧାରଣ ନିରୀହ ଲୋକଙ୍କ ଜୀବନ ଯାଉଛି। ତେଣୁ ପ୍ରଶାସନ ଜୀବନ ବଦଳ ରେ ଟଙ୍କା ଆଦାୟ କରି ତହବିଲ ରେ ଠୁଳ କରିବା ଏକ ପ୍ରକାରର ଅମାନବନୀୟ ଘଟଣା ଦେଖିବାକୁ ମିଳୁଛି। ପ୍ରକୃତ ରେ ପ୍ରଶାସନ ଓ ବାଲି ଖାଦାନ ମାଲିକ ମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହିଭଳି ନିନ୍ଦନୀୟ କାର୍ଯ୍ୟ କୁ ନେଇ ସ୍ଥାନୀୟ ଅଞ୍ଚଳ ବାସୀ ରାସ୍ତାରୋକ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ଆଗାମୀ ଦିନରେ ଯଦି ଉକ୍ତ ରାସ୍ତା ଦେଇ ବାଲି ବୋଝେଇ ଗାଡି ଚଳାଚଳ ବନ୍ଦ କରା ନ ଯାଏ ସ୍ଥାନୀୟ ଲୋକେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *