ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର
ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର
ପରଜଙ୍ଗ ୩୦-୦୧-୨୦୨୫(ବି.ଏନ .ଓ ) :(ସଞ୍ଜୟ କୁମାର ସାହୁ ) ପରଜଙ୍ଗ ଗ୍ରାମପଞ୍ଚାୟତ ଠାରେ ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧIୟକ, ପରଜଙ୍ଗ ନିର୍ବାଚନମଣ୍ଡଳୀ,ଶ୍ରୀଯୁକ୍ତ ବିଭୁତି ଭୁସଣ ପ୍ରଧାନ ଯୋଗଦାନ କରିଥିଲେ । ତତସହିତ ପରଜଙ୍ଗ ପଞ୍ଚାୟତସମିତି ଅଧକ୍ଷIଶ୍ରୀମତୀ ଶର୍ମିଷ୍ଠା ଦଳବେହେରା,ଉପାଧକ୍ଷାଶ୍ରୀମତୀ ଜସସ୍ମିନୀ ରାଉତ, କୁଆଲୋ ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀ ଅଜିତ ସାହୁ ଉପସ୍ଥିତ ଥିଲେ। ଏତତବ୍ୟତିତ ଜିଲ୍ଲା ଶ୍ର
ମ ଅଧିକାରୀ, ତପନ କୁମାର ସୁତାର,ସହକାରୀ ଶ୍ରମ ଅଧିକାରୀ, ଶ୍ରୀଯୁକ୍ତ ସଂଗ୍ରାମ ଦଳାଇ,ସହକାରୀ ଶ୍ରମ ଅଧିକାରୀ ଶ୍ରୀମତୀ ବୈଜୟନ୍ତୀ ମାଳା ମଲିକଏବଂ ଜିଲ୍ଲା ଶ୍ରମ କାର୍ଯ୍ୟlଳୟର ଅନ୍ଯାନ୍ଯ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ। ଉକ୍ତ ଶିବିରକୁ ଜିଲ୍ଲା ଶ୍ରମ ଅଧିକାରୀ, ଶ୍ରୀଯୁକ୍ତ ତପନ କୁମାର ସୁତାରପରିଚାଳନା କରିଥିଲେ। ସ୍ଵାଗତ ଭାଷଣ ସହକାରୀ ଶ୍ରମ ଅଧିକାରୀ,ଶ୍ରୀଯୁକ୍ତ ସଂଗ୍ରାମ ଦଳାଇ ପ୍ରଦାନ କରିଥିଲେ, ସହକାରୀ ଶ୍ରମ ଅଧିକାରୀ, ଶ୍ରୀମତୀ ବୈଜୟନ୍ତୀ ମାଳା ମଲିକ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୩୪ ଜଣ ହିତାଧିକାରୀ ଙ୍କୁ ବିବାହ ସହାୟତା ରାଶି ୧୭,୦୦,୦୦୦/- (ସତର ଲକ୍ଷ) ଟଙ୍କ।,୧୭ ଜଣ ହିତାଧିକାରୀ ଙ୍କୁ ମୃତ୍ୟୁ କାଳୀନ ସହାୟତା ରାଶି ୩୩,୦୦,୦୦୦/- (ତେତିଶ ଲକ୍ଷ)ଟଙ୍କ।,୧୭ ଜଣ ହିତାଧିକାରୀ ଙ୍କୁ ଅନ୍ତ୍ୟେଷ୍ଟି କ୍ରିୟା ଜନିତ ସହାୟତା ରାଶି ୮୫,୦୦୦/- (ପଞ୍ଚାଅଶି ହଜାର) ଟଙ୍କ। ଏବଂ ୩୨ ଜଣ ହିତାଧିକାରୀ ଙ୍କୁ ଶିକ୍ଷା ସହାୟତା ରାଶି ୩,୩୧,୬୦୦/- (ତିନି ଲକ୍ଷ ଏକତିରିଶ ହଜାର ଛଅଶହ) ଟଙ୍କ।ଏହିପରି୧୦୦ ଜଣ ହିତାଧିକାରୀଙ୍କୁ ମୋଟ ୫୪,୧୬,୬୦୦/-(ଚଉବନ ଲକ୍ଷ ଷୋହଳ ହଜାର ଛଅଶହ) ଟଙ୍କା ଏବଂ ଓଡିଶା ଅଣସଙ୍ଗଠିଥ ଶ୍ରମିକ ସାମାଜିକ ସୁରକ୍ଷା କଲ୍ୟାଣ ବୋର୍ଡ ତରଫରୁ ୧୨ ଜଣ ହିତାଧିକାରୀ ଙ୍କୁ ମୃତ୍ୟୁ କାଳୀନ ସହାୟତାରାଶି ୧୭,୦୦,୦୦୦/- (ସତର ଲକ୍ଷ) ଟଙ୍କା ସେମାନଙ୍କ ଆକାଉଣ୍ଟ କୁ NEFT ମାଧ୍ୟମରେ ପ୍ରଦାନ କରାଯିବ। ୪୦୦ ଜଣ ନୂତନ ହିତାଧିକାରୀ ଙ୍କୁ ନିର୍ମାଣ ଶ୍ରମିକ ପରିଚୟ ପତ୍ର ଏବଂ ୧୦୦ ଜଣ ହିତାଧିକାରୀ ଙ୍କୁ ଓଡିଶା ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ଅଧୀନରେ ପରିଚୟ ପତ୍ର ପ୍ରଦାନ କରାଯାଇଅଛି।