ନିମପଡ଼ାର ବିଭିନ୍ନ ସ୍ଥାନରେ ଝାମୁଯାତ୍ରା
ନିମପଡ଼ାର ବିଭିନ୍ନ ସ୍ଥାନରେ ଝାମୁଯାତ୍ରା
ନିମାପଡା ୧୪-୦୪-୨୦୨୫(ବି.ଏନ .ଓ ) : (ବସନ୍ତ ଦାସ) ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଭୋ ଦର ପଞ୍ଚାୟତ ବିଶୀମାତ୍ରୀ ସ୍ଥିତ ଭଦ୍ରେଶ୍ଵର୍ ମହାଦେବଙ୍କ ନିକଟରେ ଥିବା ମା ହର ଶ୍ଚଣ୍ଡି ଙ୍କ ପୀଠରେ ଝାମୁଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି । ଠାକୁରାଣୀଙ୍କ ପୀଠରୁ ଅଜ୍ଞା ମାଳସହିତ କାଳ ସି, ବ୍ରାହ୍ମଣ ଓ ଭକ୍ତ ମାନଙ୍କ ସହ ପାଣି ତୋଳିବାକୁ ମ ଲଉ ପୋଖରୀ ନିକଟକୁ ଯାଇଥିଲେ ।ସେଠାରେ ଘଟ ସ୍ଥାପନା ,ପାଣି ତୋଳା କାର୍ଯ୍ୟ ସାରି ପୁନର୍ବାର ପଟୁଆରରେ ମନ୍ଦିରକୁ ଫେରି ଥାଆନ୍ତି ।ବାଟରେ ବିଭିନ୍ନ ସ୍ଥାନରେ ମା ଙ୍କୁ ଆସନ ରେ ବସାଇ ପଣା ପଇଡ଼ ଦେଇଥାନ୍ତି ।ପ୍ରାୟ ୫୦ ରୁ ଉର୍ଦ୍ଧ ମାନସିକ ଧାରି ବିଭିନ୍ନ ସମସ୍ୟା ନେଇ ଗୁହରିଆ ପଡ଼ିଥିଲେ ।ମା ତାଙ୍କୁ ଉଠାଇ ପାଦୁକ ପାଣି ଦେଇଥିଲେ ।ମନ୍ଦିର ସମ୍ମୁଖରେ ୨ ଫୁଟ ଗଭୀର ଓ ୧୦ ଫୁଟ ଲମ୍ବର ଏକ ଗର୍ତ୍ତ କୁ ରଡ଼ ନିଆଁ ରେ ପୂର୍ଣ୍ଣ କରାଯାଇଥାଏ । କା ଳସୀ ଓ ପାଟୁଆ ମାନେ ଉକ୍ତ ନିଆଁ ରେ ଚାଲିଥାନ୍ତି ।ମା ଙ୍କ ଆବିର୍ଭାବ ଦିବସକୁ ଝାମୁଯାତ୍ରା ଭାବେ ପାଳନ କରାଯାଉଛି କାହିଁ କେତେ କାଳରୁ ବୋଲି ମା ଙ୍କ ପୂଜକ ଅର୍ଜୁନ ପଣ୍ଡା ଅଜୟ ପାଣି ପ୍ରଦୀପ ଦାସ ପ୍ରଦୀପ ପଣ୍ଡା ଲୋଚନ ପଣ୍ଡା ପ୍ରମୁଖ କହନ୍ତି ।ସେହିପରି ଚନ୍ଦ୍ରମଉଳି ସ୍ଥିତ ଚନ୍ଦ୍ର ଶେଖର ମହାଦେବଙ୍କ ପୀଠରେ କାଳସୀ ଝରି ବେହେରା ଓ ପାଟୁଆ ମାନେ ନିଆଁ ରେ ଚାଲିଥିଲେ. ନୂଆଗାଁ ଠାରେ ମା ତାରିଣୀ ପୀଠରେ ବିଶୁବ ସଂକ୍ରାନ୍ତି ଉପଲକ୍ଷେ କା ଳସୀ ଓ ପାଟୁଆ ମାନେ ନିଆଁ ରେ ଚାଲିଥିଲେ. ବହୁ ଜନ ସମାଗମ ହୋଇଥିଲା