ନିଆଳୀ-ଏରଞ୍ଚ ଲକ୍ଷ୍ମୀ ନୃସିଂହ ମନ୍ଦିରରେ ଏକ ମାସ ଧରି ଅଷ୍ଟପ୍ରହରୀ ନାମଯଜ୍ଞ

ନିଆଳୀ-ଏରଞ୍ଚ ଲକ୍ଷ୍ମୀ ନୃସିଂହ ମନ୍ଦିରରେ ଏକ ମାସ ଧରି ଅଷ୍ଟପ୍ରହରୀ ନାମଯଜ୍ଞ

ନିଆଳୀ- ୧୩-୧୦-୨୦୨୫(ବି.ଏନ .ଓ ) :(ବିଶ୍ୱମ୍ବର ସେନାପତି)  ନିଆଳୀ-ଏରଞ୍ଚ ଲକ୍ଷ୍ମୀ ନୃସିଂହ ମନ୍ଦିରରେ ଏକ ମାସ ଧରି ଅଷ୍ଟପ୍ରହରୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏରଞ୍ଚ ଗାଁ ର ଆଖ ପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ପ୍ରତିଦିନ ଯୋଗ ଦିଅନ୍ତି । ଦୀର୍ଘ ୬୨ ବର୍ଷ ଉକ୍ତ ଭକ୍ତିମୟ ପରିବେଶ ଚାଲୁ ରହିଥିବା ବେଳେ କୁମାର ପୂର୍ଣ୍ଣିମା ରାତିରୁ ଆରମ୍ଭ ହୋଇ , ମହା କାର୍ତ୍ତିକମାସ ପୂର୍ଣ୍ଣିମାରେ ଶେଷ ହୋଇଥାଏ। ପ୍ରତିଦିନ ପ୍ରସାଦ ସେବନର ବ୍ୟବସ୍ଥା ହେଉଥିବା ବେଳେ କାର୍ତ୍ତିକ ପୂର୍ଣ୍ଣିମା ଦିନ ୩୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ପ୍ରସାଦ ସେବନ କରନ୍ତି । କର୍ତ୍ତା ଭାବରେ ବିକ୍ରମ ମହାପାତ୍ର ଥିବା ବେଳେ ପୂଜକ – ଲକି ବାବା ଏବଂ ପରିଚାଳନାରେ ଧୂଷାସନ ସାହୁ , ଭୁବନାନନ୍ଦ ମହାପାତ୍ର , ଦିନବନ୍ଧୁ ମହାପାତ୍ର , ଶୁସାନ୍ତ ରାଉତ , ବିଭୁନା କାନୁନ ଗୋ , ଦିପୁ ପାଢି , ମହନ୍ତ ମାନସିଂହ ମହାପାତ୍ର , ସୁଦିପ୍ତ ପାଢି , ରଜନୀ କାନ୍ତ ମହାପାତ୍ର ପ୍ରମୁଖ ମୁଖ୍ୟ ଭାବରେ କାର୍ଯ୍ୟ ନିର୍ବାହ କରନ୍ତି.ଅଧ୍ୟାପକ ମନୋଜ ସେନାପତି , ମାର୍କଣ୍ଡେଶ୍ୱର ମହାପାତ୍ର , ଜିଲ୍ଲା ପରିଷଦ – ସୌଦାମିନି ମହାପାତ୍ର , ସରପଞ୍ଚ – ନିରଞ୍ଜନ ବେହେରା , ଶୁଭ୍ରାଂଶୁ ଶେଖର ସେଠୀ ଓ ଗ୍ରାମର ସମସ୍ତ ଅଧିବାସି ମାନେ ସହଯୋଗ କରନ୍ତି

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *