ନାରୀ ସୁରକ୍ଷା ଅଭିଯୋଗରେ ମଶାଲ ଶୋଭାଯାତ୍ରା କରି ପ୍ରତିବାଦ କରିଛି କାକଟପୁର କଂଗ୍ରେସ |
ନାରୀ ସୁରକ୍ଷା ଅଭିଯୋଗରେ ମଶାଲ ଶୋଭାଯାତ୍ରା କରି ପ୍ରତିବାଦ କରିଛି କାକଟପୁର କଂଗ୍ରେସ |
କାକଟପୁର ୧୮-୦୪-୨୦୨୫( ବି.ଏନ .ଓ ) :-ବସନ୍ତ ଦାସ, ଓଡ଼ିଶା ରେ ଘଟୁଥିବା ନାରୀ ନିର୍ଯାତନା ବିରୁଦ୍ଧ ରେ ଶାନ୍ତି ପୂର୍ଣ୍ଣ ଭାବରେ ବିଧାନ ସଭା ଘେରାଉ କାର୍ଯ୍ୟକ୍ରମ ରେ ମାତ୍ରାଧିକ ପୋଲିସ କାର୍ଯ୍ୟାନୁଷ୍ଠାନ ଓ ବେଆଇନ ଭାବେ ୫୦୦୦ କଂଗ୍ରେସ୍ କର୍ମୀ ଓ ନେତାମାନ ଙ୍କ ନାମ ରେ ମାମଲା ରୁଜୁ କରିବା ଓ କେନ୍ଦ୍ରର ବିଜେପି ସରକାର ଦ୍ବାରା ଅଣା ଯାଇଥିବା କଳା ୱକାଫ୍ ବିଲ୍ ୨୦୨୫ ର ପ୍ରତ୍ୟାହାର ଦାବି ରେ କାକଟପୁର ବ୍ଲକ୍ କଂଗ୍ରେସ୍ ରାଜ ରାସ୍ତାରେ ଆଜି ଗର୍ଜିବାର ଦେଖିବାକୁ ମିଳିଛି | ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ମଶାଲ ଶୋଭାଯାତ୍ରା ବ୍ଲକ୍ କଂଗ୍ରେସ୍ କମିଟି ସଂଯୋଜକ ଯଶୋବନ୍ତ ନାରାୟଣ ମହାନ୍ତି ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି| ଯେଉଁଥିରେ କଂଗ୍ରେସ ର ଶତାଧିକ କର୍ମୀ ଓ ନେତା ମାନେ ଯଥା ସର୍ବସ୍ବ ଶେଖ୍ ଅତିଉର୍ ରହମାନ ପୁରୀ ଜିଲ୍ଲା କଂଗ୍ରେସ୍ କମିଟି ସଂଖ୍ୟା ଲଘୁ ସେଲ ଅଧ୍ୟକ୍ଷ, ବରିଷ୍ଠ ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ୍ ବିହାରୀ ମହାନ୍ତି, ପୁରୀ ଜିଲ୍ଲା କଂଗ୍ରେସ୍ କମିଟି ସମ୍ପାଦକ ସୋମ୍ୟକାନ୍ତ ଖୁଣ୍ଟିଆ, ସଂଖ୍ୟା ଲଘୁ ନେତା ଶେଖ୍ ଲିଆକତ୍, ପୂର୍ବତନ ବ୍ଲକ ସଭାପତି ଅବଧୂତ ସ୍ୱାଇଁ, ନଳିନୀ କାନ୍ତ ଦିକ୍ଷୀତ, ମିର୍ଜା ରଜାବ ଅଲ୍ଲୀ, ମଲ୍ଲିକ ଏନାମୁଲ, ଶେଖ୍ ତାଫିକ, ଶେଖ୍ ରାଜୁ, କରୁଣା କର ସେନାପତି, ପ୍ରକାଶ ଦାସ, ଶାନ୍ତନୁ ସାହୁ, ରାଜୀବ ପ୍ରମୁଖ ଯୋଗଦାନ କରିଥିଲେ | ଏହି ଶୋଭାଯାତ୍ରା କୁ କାକଟପୁର ପୋଲିସ ପ୍ରଶାସନ ର ସମ୍ପୂର୍ଣ୍ଣ ସହଯୋଗ କରି ଶାନ୍ତି ପୂର୍ଣ୍ଣ ଭାବରେ ନୂତନ ବସ ଷ୍ଟାଣ୍ଡ ଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ଜାଇ ଥିଲା |