ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଦେଶର ଦ୍ୱିତୀୟ ଦୀର୍ଘ ଅବଧି ଅତିକ୍ରମ କରିଛନ୍ତି ।

ବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଦେଶର ଦ୍ୱିତୀୟ ଦୀର୍ଘ ଅବଧି ଅତିକ୍ରମ କରିଛନ୍ତି ।

କଟକ:23.07.23 (BREAKING NEWS ODIA) ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଦେଶର ଦ୍ୱିତୀୟ ଦୀର୍ଘ ଅବଧି ଅତିକ୍ରମ କରିଛନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ଅବଧି ୨୩ବର୍ଷ ୧୩୮ଦିନ ଥିବାବେଳେ ଏହି ସମୟସୀମାକୁ ଗତକାଲି ଅତିକ୍ରମକରି ଭାରତବର୍ଷରେ ଦ୍ୱିତୀୟ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି ।ଏହା ସାଢେ ୪ କୋଟି ଜନସାଧାରଣଙ୍କ ଗର୍ବ ଓ ଗୌରବର କଥା ସେଥିପାଇଁ ବିଜୁ ଜନତା ଦଳ, ଚୌଦ୍ୱାର-କଟକ ତରଫରୁ ମାନ୍ୟବର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଆହ୍ୱାନକ୍ରମେ ବାଣିପଦା ଗ୍ରାମପଞ୍ଚାୟତସ୍ଥିତ ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ଦାନ କରି ତାଙ୍କର ଦୀର୍ଘାୟୁ ଜୀବନ କାମନା କରିଥିଲେ । ଆଗାମୀ ଦିନରେ ସିକିମ୍‌ର ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଙ୍ଗଙ୍କ ସମୟସୀମା ୨୪ବର୍ଷ ୧୬୬ ଦିନକୁ ଅତିକ୍ରମକରି ଭାରତ ବର୍ଷରେ ଏକ ନମ୍ବର ଦୀର୍ଘକାଳୀନ ଅବଧି ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି କାମନା କରାଯାଇଥିଲା । ଏହାପରେ ବାଦ୍ୟ ବଜାଇ, ଆତସବାଜି ଫୁଟାଇ, ଶଙ୍ଖ, ହୁଳହୁଳି ପକାଇ ଆନନ୍ଦ ଉଲ୍ଲାସରସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ୨୬ ବର୍ଷର ଜନସେବା ମଧ୍ୟରେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କ ଜନସେବାରେ ଜୀବନ ଉତ୍ସର୍ଗକରି ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି, ବିଭିନ୍ନ ଜନକଲ୍ୟାଣ ଯୋଜନା ମାଧ୍ୟମରେ ଆମ ରାଜ୍ୟକୁ ଯଥା ଖାଦ୍ୟାଭାବରୁ ଖାଦ୍ୟଶସ୍ୟ ଉତ୍ପାଦନରେ ବଳକା ରାଜ୍ୟ, ଶୁନ୍ୟ ରାଜକୋଷରୁ ସମୃଦ୍ଧ ଅର୍ଥନୀତିରେ ଓଡିଶାକୁ ପରିଣତ, ଦୂର୍ନୀତି ବିରୋଧରେ ଦୃଢ ଆଭିମୁଖ୍ୟ, ମହିଳା ସଶକ୍ତିରଣ ଅଭିଯାନ, ଶିକ୍ଷା, ସ୍ୱାସ୍ଥ୍ୟ ଓ କ୍ରୀଡା କ୍ଷେତ୍ରରେ ରୂପାନ୍ତିକରଣ କରି ଆମରାଜ୍ୟକୁ ଉନ୍ନତିର ଶୀର୍ଷରେ ପହଞ୍ଚାଇ ପାରିଛନ୍ତି ଓ ଏହାସହ ଆମକୁ ଏହିଭଳି ସୁଶାସନ ଦେଇ ଚାଲନ୍ତୁ ଓ ସୁସ୍ଥ ନିରାମୟ ଜୀବନଜାପନ କରନ୍ତୁ ବୋଲି ପୂର୍ବତନ ବିଧାୟକ ଡକ୍ଟର ବିଶ୍ୱାଳ ବାଣିପଦା ଗ୍ରାମପଞ୍ଚାୟତର କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏକ ସାଧାରଣ ସଭାରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ସିଏମସି ଡେପୁଟୀ ମେୟର ଦମୟନ୍ତୀ ମାଝୀ, ସାଂସଦଙ୍କ ପ୍ରତିନିଧି ପ୍ରେମଚାନ୍ଦ ନାୟକ, ଚୌଦ୍ୱାର ନଗର ସଭାପତି ବିଷ୍ଣୁଚରଣ ପରିଡା, ଜିଲ୍ଲା ପରିଷଦ ସଦସ୍ୟା ଜ୍ୟୋତ୍ସ୍ନାରାଣୀ ସୁବୁଦ୍ଧିରାୟ, କର୍ପୋରେଟର ପ୍ରଦୀପ୍ତ କିଶୋର ଖୁଣ୍ଟିଆ, ଝିଲ୍ଲୀ ବିହାରୀ, ପ୍ରଳୟା ବେଉରା, ଇଂ. ସୁବ୍ରତ ଘଡାଇ, ସୌଭାଗିନୀ ଜେନା, ଅରବିନ୍ଦ ଜେନା, ମଧୁସ୍ମିତା ବାରିକ, ପଦ୍ମିନୀ ସାହୁ, ପ୍ରଦିପ ସାହୁ, ବିଧାୟକଙ୍କ ପ୍ରତିନିଧି ରମାକାନ୍ତ ଲେଙ୍କା, ଜିଲ୍ଲା କମିଟିର ପ୍ରଶାନ୍ତ ନାୟକ, ଆଶିଷ କୁମାର ସ୍ୱାଇଁ, ଶୁଭେନ୍ଦୁ ସେନଗୁପ୍ତା, ଦେବେନ୍ଦ୍ର କାହାଳୀ, ଚୌଦ୍ୱାର ପୌରପାଳିକା କାଉନସିଲର ଦିଲ୍ଲୀପ ସାହୁ, ଅଜୟ କୁମାର ବେହେରା, ଆଶୁତୋଷ ଦାସ, ନଗର କମିଟିର ତାପସ ମହାନ୍ତି, ରାଜେନ୍ଦ୍ର ରଣା, ସୁକାନ୍ତ ସାହୁ, ବିଶ୍ୱଜିତ୍ ମହାନ୍ତି, ଦିଲ୍ଲୀପ କୁମାର ଜେନା, ରାଜ୍ୟ ଯୁବ ଯୁଗ୍ମ ସଭାପତି ଅର୍ଜୁନ ପଣ୍ଡା, ଜିଲ୍ଲା ଯୁବ ସଭାପତି ସ୍ମୃତି ରଂଜନ ନାୟକ, ରାଜ୍ୟ ଛାତ୍ର ଉପସଭାପତି ଭବାନି ଶଙ୍କର ଦାସ, ଚୌଦ୍ୱାର-କଟକ ଯୁବ ସଭାପତି ଅଶୋକ ମିଶ୍ର, ସରପଞ୍ଚ ଦିଲ୍ଲୀପ ଭୋଇ, ଛାତ୍ର ସଭାପତି ଅଚ୍ୟୁତାନନ୍ଦ ଘୋଷ, ଅନ୍ୟମାନଙ୍କ ମଧ୍ୟରେ ତୀର୍ଥାନନ୍ଦ ସୁବୁଦ୍ଧିରାୟ, ଲକ୍ଷ୍ମଣ ରାଉତ, ରଞ୍ଜନ ପରିଡା, ମନୋରଞ୍ଜନ ସ୍ୱାଇଁ, ମହେନ୍ଦ୍ର ସାମଲ ଓ ଚୌଦ୍ୱାର ନିର୍ବାଚନ ମଣ୍ଡଳୀର ପଞ୍ଚାୟତ, ଚୌଦ୍ୱାର ପୌରାଞ୍ଚଳ ଓ କଟକ ମହାନଗର ନିଗମରୁ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ୱ ଯୁବ, ମହିଳା, ଛାତ୍ର କମିଟିର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *