ନବନିଯୁକ୍ତ ଓଡିଶା ଶିକ୍ଷା ସେବା ଅଧିକାରୀମାନଙ୍କର ରାଜ୍ୟସ୍ତରୀୟ ପ୍ରବେଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

ନବନିଯୁକ୍ତ ଓଡିଶା ଶିକ୍ଷା ସେବା ଅଧିକାରୀମାନଙ୍କର ରାଜ୍ୟସ୍ତରୀୟ ପ୍ରବେଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ।
କଟକ, ତା ୦୨.୦୮.୨୩:BREAKING NEWS ODIA (report by bijay kumar panda)ଟକ ବ୍ଲକ୍ ଶିକ୍ଷା ଅଧିକାରୀ ଏବଂ ପ୍ରଧାନ ଶିକ୍ଷକମାନଙ୍କ କାର୍ଯ୍ୟ ନିପୁଣତା ହିଁ ଶିକ୍ଷା ବିଭାଗର ଦକ୍ଷତା ପ୍ରଦର୍ଶନ କରିଥାଏ । ସେମାନଙ୍କ ପ୍ରୟାସ ଦ୍ୱାରା ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଜାରି ରହିଥିବା ବୈପ୍ଳବିକ ପରିବର୍ତନ ଆହୁରି ଫଳପ୍ରଦ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି । ରାଜ୍ୟରେ ନବନିଯୁକ୍ତ ଓଡିଶା ଶିକ୍ଷା ସେବା ଅଧିକାରୀମାନଙ୍କର ରାଜ୍ୟସ୍ତରୀୟ ପ୍ରବେଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଆଜି ଅଧିକାରୀମାନେ କଟକ ଜିଲ୍ଲା କ୍ଷେତ୍ର ପରିଦର୍ଶନର ସୁଯୋଗ ଲାଭ କରି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଏବଂ ସମଗ୍ର ଶିକ୍ଷା କାର୍ଯ୍ୟାଳୟ ଯାଇ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିଥିଲେ । ଏହି ଅବସରରେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍‌ଭାବନା ସଭାଗୃହଠାରେ ଉପନିର୍ଦ୍ଦେଶକ (ଶିକ୍ଷକ ତାଲିମ) ଶ୍ରୀ ମହେଶ୍ୱର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନବନିଯୁକ୍ତମାନଙ୍କ ସହ ମତ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ,ଉଭୟ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଦିପ୍ତୀମୟୀ ଶୁଭଦର୍ଶିନୀ ଓ ସୋନାମିକା ରାୟ ନବନିଯୁକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଓ ପ୍ରଧାନଶିକ୍ଷକମାନଙ୍କୁ ଶିକ୍ଷା ବିଭାଗର ବିଭିନ୍ନ ଦିଗ ଓ କାର୍ଯ୍ୟ ଉପରେ ମାର୍ଗଦର୍ଶନ କରାଇଥିଲେ । ଆଲୋଚନା କାଳରେ ମୋ ସରକାର, ମୋ ସ୍କୁଲ ଅଭିଯାନ, ୫ଟି ରୂପାନ୍ତରୀକରଣ, ବିଦ୍ୟାଳୟର ଶୈକ୍ଷିକ ଅଭିବୃଦ୍ଧି, ଉନ୍ନତ ଶିକ୍ଷାଦାନ ପଦ୍ଧତି, ସମଗ୍ର ଶିକ୍ଷା ଅଭିଯାନର ବିଭିନ୍ନ ଯୋଜନା, ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ସଫଳ ରୂପାୟନ, ପୋଷାକ, ପୁସ୍ତକ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ବିତରଣ ଆଦି କାର୍ଯ୍ୟର ସଫଳ ରୂପାୟନ ଦିଗରେ ବିଇଓ ଏବଂ ପ୍ରଧାନଶିକ୍ଷକମାନଙ୍କ ଭୂମିକା ସମ୍ପର୍କରେ ଅବଗତ କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବାଳିକା ସଂଯୋଜିକା ମାନସୀ ଧଳ, ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ଚିତରଞ୍ଜନ ପଣ୍ଡା, ଜିଲ୍ଲା ୫ଟି ଦାୟିତ୍ୱରେ ଥିବା ପ୍ରମଥ କୁମାର ଦେଓ, ମାଧ୍ୟମିକ ଶିକ୍ଷା ପରିଷଦର ସହ ସମ୍ପାଦକ ଉପ ସଚିବ ଡକ୍ଟର ଅନୁସ୍ମିତା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ନବନିଯୁକ୍ତମାନେ ଆଲୋଚନା କାଳରେ ସନ୍ତୋଷ ବ୍ୟକ୍ତ କରିଥିଲେ ।

 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *