ଧାନମଣ୍ଡି ଉଦଘାଟନ କଲେ ପଣ୍ଡାପଡା ମଣ୍ଡଳ ସଭାପତି ସାନ୍ତୁନୁ ଖିଲାର
ଧାନମଣ୍ଡି ଉଦଘାଟନ କଲେ ପଣ୍ଡାପଡା ମଣ୍ଡଳ ସଭାପତି ସାନ୍ତୁନୁ ଖିଲାର
ଘଟଗାଁ ୧୫-୦୧-୨୦୨୬ (ବି.ଏନ .ଓ ) : (ବିଷ୍ଣୁନନ୍ଦ ବେହେରା) କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ପଣ୍ଡାପଡା ସମବାୟ କେନ୍ଦ୍ର ଦ୍ୱାରା ୨୦୨୫-୨୬ ଆର୍ଥିକ ବର୍ଷର ଧାନ ସଂଗ୍ରହ ଶୁଭ ଉଦଘାଟନ ହୋଇଥିବା ବେଳେ ପଣ୍ଡାପଡା ଲ୍ୟାମ୍ପ ପରିଚାଳନା ନିର୍ଦେଶକ ଅରୁଣ କୁମାର ବେହେରା|ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଣ୍ଡାପଡା ମଣ୍ଡଳ ସଭାପତି ସାନ୍ତୁନୁ ଖିଲାର ଫିତା କାଟି ଶୁଭ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିଷ୍ଣୁନନ୍ଦ ବେହେରା, ହୃଷିକେଶ ମହାକୁଡ଼,ମଳୟ କୁମାର ନାୟକ, ଶରତ ଚନ୍ଦ୍ର ରଣା, ରାମ ଚନ୍ଦ୍ର ମହାନ୍ତ, ପଣ୍ଡାପଡା ସରପଞ୍ଚ ପ୍ରିୟ ରଞ୍ଜନ ନାଏକ, ପଣ୍ଡାପଡା ଲ୍ୟାମ୍ପର ସହ କର୍ମଚାରୀ କ୍ଷୀରଦ ଦଣ୍ଡପାଟ, ଦିଲ୍ଲୀପ ମହାକୁଡ଼, ମଳୟ କୁମାର ନାୟକ ଏବଂ ବିଭିନ୍ନ ଗ୍ରାମରୁ ଆସିଥିବା ଚାଷୀ ଭାଇ ଭଉଣୀ ମାନେ ଶାନ୍ତି ଶୃଙ୍ଖଳାର ସହିତ ଧାନ ବିକ୍ରୟ କରିଛନ୍ତି | ପ୍ରଥମ ଦିନରେ ୧୭ ଜଣ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ହୋଇଥିବା ସୂଚନା ରହିଛି।ଉପସ୍ଥିତ ଥିବା ସମସ୍ତ ଚାଷୀମାନେ ନୁର୍ତ୍ତନ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣେଇଛନ୍ତି |

