ଦ୍ୱିପାଞ୍ଚଳରେ ଗ୍ରାମୀଣ ମହୋତ୍ସବ- ୨୦୨୪ ଉଦଘାଟିତ

NEWS BY (B.N.O.)

ନିଆଳୀ-02.02.24 ( B.N.O ) ନିଆଳୀ ତଥା ଓଡିଶାର ଅଗ୍ରଣୀ ସ୍ୱେଛାସେବୀ ତଥା ଗାନ୍ଧିବାଦୀ ଅନୁଷ୍ଠାନ ଗ୍ରାମୀଣ ସେବକ ସମାଜର ୧୮ବର୍ଷ ପୂର୍ତ୍ତୀ ଅବସରରେ ଗ୍ରାମୀଣ ମହୋତ୍ସବ ଓ ତ୍ରିଦିବସୀୟ ଗାନ୍ଧିଶିବିର ଉଦଘାଟନ ହୋଇଯାଇଛି.ଏହି ଉତ୍ସବରେ ବାଲୁଗାଁ ମହାବିଦ୍ୟାଳୟ,କସର୍ଦା ମହାବିଦ୍ୟାଳୟ,ଏରଞ୍ଚ ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରି ଯୋଗଦେଇ ଗାନ୍ଧିଜୀଙ୍କ ଉପରେ ଆଲୋଚନାରେ ଭାଗନେଇଥିଲେ.ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବରେ ସ୍ୱାଧିନତା ସଂଗ୍ରାମୀ କଣ୍ଡୁରୀ ଚରଣ ମଲ୍ଲିକଙ୍କ ପୁତ୍ର କୃଷିବିତ୍ତ ପ୍ରମୋଦ କୁମାର ମଲ୍ଲିକ ଗାନ୍ଧିଜୀ ଓ ସ୍ୱାଧୀନତା ସଂଗ୍ରାମୀ ଙ୍କ ଅବଦାନ ପାଇଁ ଆମେ ସ୍ୱାଧିନତା ଲାଭ କରିଛୁ ତେଣୁ ସମସ୍ତେ ଗ୍ରାମାଞ୍ଚଳର ବିକାଶ ପାଇଁ ଚିନ୍ତା କରିବା ଆବଶ୍ୟକ ବୋଲି କହିଥିଲେ.ମୂଖ୍ୟ ବକ୍ତା ରୂପେ ଫୋକସ ପ୍ଲସର ମୂଖ୍ୟ ସଂପାଦକ ସାମ୍ବାଦିକ ଡ ସୁଧାଂଶୁ ଶେଖର ରାଉତ ଯୋଗଦେଇ ଯୁବ ବର୍ଗ ଗନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସତ୍ୟ ପଥର ପଥିକ ହୁଅନ୍ତୁ ବୋଲି ମତବ୍ୟକ୍ତ କରିଥିଲେ.ସମ୍ମାନୀତ ଅତିଥିରୂପେ ସିଠାଳୋ ସରପଞ୍ଚ ଶ୍ରୀମତି କବିତା ମହାପାତ୍ର ଯୋଗଦେଇ ମହିଳାମାନଙ୍କର ଜନସମାଜରେ ଅଗ୍ରାଧିକାର ବିଷୟରେ ନିଜର ଅଭିଭାଷଣରେ କହିଥିଲେ.ଅନ୍ୟମାନଙ୍କ ମଧ୍ୟରେ ଡ ପିତାମ୍ବର ସାହୁ,ସରସ୍ୱତୀ ଶିଶୁମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଶକ୍ତି ପ୍ରକାଶ ଦାସ,ସଭାପତି ପ୍ରସନ୍ନ ପାତ୍ର ଯୋଗଦେଇଥିଲେ.ଉକ୍ତ ସଭାରେ ମୁଖ୍ୟ ଉପଦେଷ୍ଟା ପ୍ରଫେସର ଡ ସେକ କଲ୍ଲିମୁଲ୍ଲା ଙ୍କ ସଭାପତିତ୍ୱରେ ଓଡିଶାର ମିଡିଆ ଜଗତର ଚର୍ଚ୍ଚିତ ଚେହେରା ଡ ସୁଧାଂଶୁ ଶେଖର ରାଉତଙ୍କୁ ଅନୁଷ୍ଠାନ ତରଫରୁ ରାଜ୍ୟସ୍ତରୀୟ ଗ୍ରାମୀଣ ଶ୍ରୀ ନାରଦ ସମ୍ମାନରେ ସମ୍ମାନୀତ କରାଯାଇଥିଲା.ଗାନ୍ଧୀ ଏକ ବ୍ୟକ୍ତି ନୁହନ୍ତି ,ଏକ ବିଚାର ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଯୁବ ସମାଜସେବୀ ସନ୍ତୋଷ କୁମାର ମାଝୀ ପ୍ରକାଶ କରିଥିବାବେଳେ ଉକ୍ତ କାର୍ଯ୍ୟକ୍ରମ ୩ଦିନଧରି ଚାଲିବା ସହିତ ଗାନ୍ଧି ଦର୍ଶନ ବିଚାର ଉପରେ ଆଲୋଚନା କରାଯିବ ବୋଲି କହିଥିଲେ.ଅନୁଷ୍ଠାନର ସହ ନିର୍ଦ୍ଦଶକ ଲଲାଟେନ୍ଦୁ ସାହୁ,ସାଧାରଣ ସଂପାଦକ ସୂର୍ଯ୍ୟକାନ୍ତ ମଲ୍ଲିକ,କୋଷାଧ୍ୟକ ହେମନ୍ତ କୁମାର ମଲ୍ଲିକ,ମହିଳା ସଂପାଦିକା ମନ୍ଦାକିନି ଭଟ୍ଟ,ସହ ସଂପାଦିକା ପାୟଲ ପ୍ରିୟ ଦର୍ଶିନି ପରିଡା,ପ୍ରିୟଙ୍କା ସେନାପତି,ଅଙ୍କିତା ସାହୁ,ସୋନାଲି ତ୍ରିପାଠି,ବାଲିପାଟଣା ସଂଯୋଜକ ପ୍ରତୀକ କୁମାର ସାହୁ,ସଂନ୍ଧ୍ୟାରାଣି ବେହେରା,ଜୀବନ ମଲ୍ଲିକ ସହଯୋଗ କରୁଥିଲେ..

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *