ଦେଶ ଗଠନରେ ଯୁବ ଓ ଛାତ୍ରଶକ୍ତିର ଭୂମିକା ଗୁରୁତ୍ୱପୂର୍ଣ୍ଣ l

ଦେଶ ଗଠନରେ ଯୁବ ଓ ଛାତ୍ରଶକ୍ତିର ଭୂମିକା ଗୁରୁତ୍ୱପୂର୍ଣ୍ଣ l
ବାଲିଅନ୍ତା :23.07.23(BREAKING NEWS ODIA) ବାଲିଅନ୍ତା ବ୍ଲକ ଗଡ଼ଶ୍ରୀରାମପୁର ସ୍ଥିତ ବିଜେଡି କାର୍ଯ୍ୟାଳୟରେ ଜୟଦେବ ନିର୍ବାଚନମଣ୍ଡଳୀର ନବ ନିଯୁକ୍ତ ବିଜେଡି ଯୁବ ଏବଂ ଛାତ୍ର ସଭାପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l ଉଲ୍ଲେଖ ଯୋଗ୍ୟ ବାଲିଅନ୍ତା ବ୍ଲକ ଯୁବ ସଭାପତି ଭାବେ ବିଜୟ କୁମାର ମୁଦୁଲି, ବାଲିପାଟଣା ବ୍ଲକ ଯୁବ ସଭାପତି ଆଲୋକ କୁମାର ରାୟ, ଏବଂ ବାଲିଅନ୍ତା ବ୍ଲକ ଛାତ୍ର ସଭାପତି ଭାବେ ବ୍ରହ୍ମଲାଭ ହରିଚନ୍ଦନ ମହାପାତ୍ର ଏବଂ ବାଲିପାଟଣା ବ୍ଲକ ସଭାପତି ଭାବେ କଳିଙ୍ଗ କେଶରି ପାତ୍ରଙ୍କୁ ମନୋନୀତ କରାଯାଇଛି l ଏହି ଅବସରରେ ବାଲିଅନ୍ତା ବ୍ଲକ ଗଡଶ୍ରୀରାମପୁର ସ୍ଥିତ ବିଜେଡି କାର୍ଯ୍ୟାଳୟରେ ବରିଷ୍ଠ ନେତା କମଳ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା l ଏଥିରେ ଉଭୟ ବ୍ଲକ ବିଜେଡି ସଂଗଠନ ପକ୍ଷରୁ ନବ ନିଯୁକ୍ତ ଛାତ୍ର ଏବଂ ଯୁବ ସଭାପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଆଗାମୀ ୨0୨୪ ବିଧାନ ସଭା ନିର୍ବାଚନରେ ଜୟଦେବ ନିର୍ବାଚନମଣ୍ଡଳୀରେ ବିଜେଡି ସଂଗଠନକୁ ଅଧିକ ମଜଭୁତ କରି ଦଳୀୟ ପ୍ରାଥୀଙ୍କୁ ବିଜୟୀ କରିବା ନେଇ ଛାତ୍ର ଏବଂ ଯୁବ ସଭାପତିଙ୍କୁ କମଳ ପରାମର୍ଶ ଦେଇଥିଲେ l ଏହି ପରିପ୍ରେକ୍ଷୀରେ ଦେଶ ଗଠନରେ ଯୁବ ଏବଂ ଛାତ୍ର ସମାଜର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସମବେତ ନେତୃବୃନ୍ଦ ବକ୍ତବ୍ୟ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ବାଲିଅନ୍ତା ବ୍ଲକ ସଭାପତି ପ୍ରଦୀପ୍ତ ଜେନାମଣି, ବାଲିପାଟଣା ବ୍ଲକ ସଭାପତି କିଶୋର ଜେନା, ୧୮ ନମ୍ବର ଜିଲ୍ଲାପରିଷଦ ମଙ୍ଗରାଜ ବେହେରା, ପବିତ୍ର ମୋହନ ପଟେଲ, ଗଙ୍ଗାଧର ମଲ୍ଲିକ, ଯୁବନେତା ମାନସ କୁମାର ନାୟକ,ପ୍ରମୁଖ ଦଳୀୟ କାର୍ଯ୍ୟ ପ୍ରକ୍ରିୟା ଉପରେ ବକ୍ତବ୍ୟ ଦେଇଥିଲେ l

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *