ଦେଶରେ ମାଡି ଆସିଲା ଆଉ ଏକ ବିପଦ

ନୂଆଦିଲ୍ଲୀ : ଦେଶର ୧୧ ଟି ରାଜ୍ୟରେ ଡେଙ୍ଗୁର ଏକ ନୂତନ ଭାରିଆଣ୍ଟ ଚିହ୍ନଟ କରାଯାଇଛି । ଯାହା ବର୍ତ୍ତମାନ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଯଦିଓ ଡେଙ୍ଗୁ ଏବେ ନିୟନ୍ତ୍ରଣରେ ଅଛି, ତଥାପି ଏହାର ନୂତନ ଭାରିଆଣ୍ଟ ଡେଙ୍ଗୁ ଡିଇଏନ୍‌ଭି-୨ ର ଅନେକ ମାମଲା ସମ୍ନାକୁ ଆସିଛି । ଡେଙ୍ଗୁର ଅନେକ ଭାରିଆଣ୍ଟ ଡିଇଏନ୍‌ଭି-୧, ଡିଇଏନ୍‌ଭି-୨, ଡିଇଏନ୍‌ଭି-୩, ଡିଇଏନ୍‌ଭି-୪ ମଧ୍ୟରୁ ଡିଇଏନ୍‌ଭି- ୨ ଓ ଡି୨ ସବୁଠାରୁ ଅଧିକ ମାରାତ୍ମକ । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚର ମହାନିର୍ଦ୍ଦେଶକ ଡ. ବଳରାମ ଭଗର୍ଭ କହିଛନ୍ତି ଯେ, ଏହି ପ୍ରକାର ଭାରିଆଣ୍ଟ ଅତ୍ୟନ୍ତ ବିପଜ୍ଜନକ । ତାଙ୍କ କହିବାନୁସାରେ, ଉତ୍ତର ପଶ୍ଚିମ ଉତ୍ତରପ୍ରଦେଶର ଫିରୋଜାବାଦ, ଆଗ୍ରା, ମଥୁରା ଏବଂ ଆଲିଗଡ ଜିଲ୍ଲାରେ ଡିଇଏନ୍‌ଭ-୨ ଭାରିଆଣ୍ଟରେ ଶିକାର ହୋଇ ଅଧିକାଂଶ ଲୋକ ମୃତ୍ୟୁ ବରଣ କରିଛନ୍ତି । ସୋମବାର ଆଗ୍ରାରେ ଦୁଇଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ମେନପୁରୀ ଏବଂ ଫିରୋଜାବାଦରେ ମଧ୍ୟ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଫିରୋଜାବାଦରେ ଦେଢ଼ ମାସରୁ ଅଧିକ ସମୟ ଧରି ଜ୍ୱର ହେଉଛି । ସୋମବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୦୨ ରେ ପହଞ୍ଚିଛି । ଅନ୍ୟପଟେ ଏସ୍‌ଏନ୍ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ମଧ୍ୟରେ ୧୩ ଜଣ ଡେଙ୍ଗୁ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ଆଗ୍ରାର ୬ ଜଣ, ଫିରୋଜାବାଦର ତିନିଜଣ, ଏବଂ ମେନ୍ପରୀରୁ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି । ଆଲିଗଡ, ହାଥରସ , ମଥୁରା ଏବଂ ଏଟାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ନୂତନ ଭାରିଆଣ୍ଟକୁ ଦୃଷ୍ଟିରେ ରଖି ତାମିଲନାଡୁର ସ୍ୱାସ୍ଥ୍ୟ ଅଧିକାରୀ ଚେନ୍ନାଇର ସ୍ଥାନୀୟ ଲୋକଙ୍କୁ ଡେଙ୍ଗୁ ବିରୋଧରେ ସଜାଗ ରହିବାକୁ ଚେତାବନୀ ଦେଇଛନ୍ତି । ଦୁଇ ମାସ ମଧ୍ୟରେ, ଏଠାରେ ୨୦୦ ଡେଙ୍ଗୁ ରୋଗ ସାମ୍ନାକୁ ଆସିଥିଲା । ସେହିପରି କର୍ଣ୍ଣାଟକର କାଲାବୁରାଗିରେ ଡେଙ୍ଗୁ ରୋକିବା ପାଇଁ ବ୍ୟାପକ ବ୍ୟବସ୍ଥା । ଏଠାରେ ନିଗମ କମିଶନର ସ୍ନେହାଲ ଏସ ଲୋଖଣ୍ଡେ କହିଛନ୍ତି, ମୌସୁମୀ ଆରମ୍ଭରୁ ଏଥି ପ୍ରତି ଦୃଷ୍ଟି ଦିଆଯାଉଛି । ଏଥି ସହିତ ଚିକୁଙ୍ଗୁନିଆ, ଡେଙ୍ଗୁ ଏବଂ ଭାଇରାଲ୍ ଜ୍ୱର ବିଷୟରେ ମଧ୍ୟ ଲୋକଙ୍କୁ ସଚେତନ କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *