ଦେବଦୂତ ସାଜି ରୋଗୀଙ୍କୁ ୨ କି.ମି ଷ୍ଟ୍ରେଚରରେ ବୋହି ଆଣିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଦେବଦୂତ ସାଜି ରୋଗୀଙ୍କୁ ୨ କି.ମି ଷ୍ଟ୍ରେଚରରେ ବୋହି ଆଣିଲେ ୧୦୮ ଆମ୍ବୁଲାନ୍ସ କର୍ମଚାର
ରାୟଗଡ଼ା: ଜଣେ ରୋଗୀଙ୍କୁ ଷ୍ଟ୍ରେଚରରେ ବୋହି ଆଣି ପୁଣି ନିଜର ମାନବିକତାର ପରିଚୟ ଦେଇଛନ୍ତି ୧୦୮ ଆମ୍ବୁଲାନ୍ସ
କର୍ମଚାରୀ । ଘଟଣାନୁଯାୟୀ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପଟାଙ୍ଗପଦର ଗ୍ରାମର ଏଲେମି କୃଙ୍ଗେଲିକା ନାମକ
ଜଣେ ମହିଳା ଭୀଷଣ ଜ୍ୱରରେ ପୀଡ଼ିତ ଥିବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । ଖବର
ପାଇବା ପରେ କଲ୍ୟାଣସିଂହପୁର ଡାକ୍ତରଖାନାରୁ ତୁରନ୍ତ ଏକ ୧୦୮ ଆମ୍ବୁଲାନ୍ସ ରୋଗୀଙ୍ଗ ଗ୍ରାମ ଅଭିମୁଖେ ବାହାରିଯାଇଥିଲା ।
ମାତ୍ର ରୋଗୀଙ୍କ ଗ୍ରାମକୁ ଯାଉଥିବା ରାସ୍ତା ଅତ୍ୟନ୍ତ ପାହାଡ଼ିଆ ହୋଇଥିବା କାରଣରୁ ଆମ୍ବୁଲାନ୍ସଟି ଆଉ ଆଗକୁ ବଢ଼ି ପାରିନଥିଲା ।
ତେଣୁ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଉମାକାନ୍ତ ଦଳପତି, ଇ.ଏମ.ଟି ଦୁର୍ଗାପ୍ରସାଦ ଜେନା ଏବଂ ହେଲପର ସନ୍ତୋଷ କୁସିକା ଏକ
ଷ୍ଟ୍ରେଚର ସାଙ୍ଗରେ ନେଇ ପାହାଡ଼ିଆ ରାସ୍ତାରେ ପ୍ରାୟ ୨.କି.ମି ଚାଲି ଚାଲି ଯାଇ ରୋଗୀଙ୍କ ଘର ନୀକଟରେ ପହଂଚିଥିଲେ ଏବଂ
ସେଠାରୁ ଷ୍ଟ୍ରେଚର ଯୋଗେ ରୋଗୀଙ୍କୁ ବୋହି ଆଣି ଆମ୍ବୁଲାନ୍ସ ନୀକଟରେ ପହଂଚାଇଥିଲେ । ଯାହାପରେ ସେଠାରୁ ରୋଗୀଙ୍କୁ ଆଣି କଲ୍ୟାଣସିଂହପୁର ଡାକ୍ତରଖାନାରେ ଭର୍ତି କରାଯାଇଛି । ଏଭଳି ବିପତି ସମୟରେ ୧୦୮ ଆମ୍ବୁଲାନ୍ସ କର୍ମୀମାନଙ୍କର ଏଭଳି ମହାନ କାର୍ଯ୍ୟ ପାଇଁ ସେମାନେ ସର୍ବସାଧାରଣରେ ବେଶ ପ୍ରଶଂସିତ ହୋଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *