ଦେବଦୂତ ସାଜିଲେ ଦୁଇ ଗାଈଆଳ ପିଲା

REPORT BY B.N.O

ରାୟଗଡ଼ା29.09.23(B.N.O): ଭରାନଈରେ ୧୦ଜଣ ମହିଳା ଓ ଜଣେ ଶିଶୁ ଭାସି ଯାଉଥିବାବେଳେ ୨ଜଣ ଗାଈଆଳ ପିଲା ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି । ସମସ୍ତଙ୍କୁ ସୁରକ୍ଷିତ ଭାବେ ବଞ୍ଚାଇ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ କାହ୍ନୁଗୁଡ଼ା ଗ୍ରାମରେ । ତେବେ ଉଭୟ ଗାଈଆଳ ପିଲାଙ୍କ ପାଇଁ ୧୧ଟି ଜୀବନ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ କାହ୍ନୁଗୁଡ଼ା ଗ୍ରାମର ବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୧୦ଜଣ ମହିଳାଙ୍କ ସମେତ ଜଣେ ଶିଶୁ ଯୋଗଦେବା ପାଇଁ ଯାଇଥିଲେ । ସେଠାରୁ ଫେରିବାବେଳେ ନଦୀ ପାର ହେବା ସମୟରେ ହଠାତ୍ ଘୁ ଘୁ ଗର୍ଜନ କରି ପାଣି ମାଡ଼ି ଆସିଲା । ହଠାତ ପ୍ରଖର ସ୍ରୋତ ଆସିବାରୁ ନିଜକୁ ନିୟନ୍ତ୍ରଣ କରିପାରିନଥିଲେ ମହିଳାମାନେ । ଏହି ପାଣି ସୁଅରେ ଭାସିଯାଉଥିଲେ । ସେମାନେ ଭାସିଯିବା ବେଳେ ଆମକୁ ବଞ୍ଚାଓ, ଆମକୁ ବଞ୍ଚାଓ ଚିତ୍କାର କରୁଥିଲେ । ଏହି ସମୟରେ ୨ଗାଈଆଳ ପିଲା ନଈ ତଳ ମୁଣ୍ଡରେ ବସି ଗାଈ ଚରାଉଥିଲେ । ହଠାତ୍ ମହିଳାଙ୍କ ଡାକ ସେମାନଙ୍କ କାନରେ ବାଜିବା କ୍ଷଣି କିଏ ଡାକୁଛି ଭାବି ନଈ ପାଖକୁ ଦୌଡ଼ି ଆସିଥିଲେ । ନଦୀରେ କିଛି ଲୋକ ଭାସିଯାଉଥିବା ଦେଖିଥିଲେ । ଆଗପଛ କିଛି ନଭାବି ନିଜ ଜୀବନକୁ ବାଜି ଲଗାଇ ଉଭୟ ସଙ୍ଗେ ସଙ୍ଗେ ନଦୀକୁ ଡିଆଁ ମାରି ଦେଇଥିଲେ । ଦୀର୍ଘ ସମୟ କସରତ କରି ୧୦ ଜଣ ମହିଳାଙ୍କ ସମେତ ଶିଶୁକୁ ଉଦ୍ଧାର କରି ସୁରକ୍ଷିତ ଭାବେ କୂଳକୁ ଆଣିଥିଲେ । ସେହି ଦୁଇ ଜଣ ଗାଈଆଳ ପିଲା ହେଲେ ପ୍ରଦୀପ ମାଝି ଓ ନାବି ମାଝି । ସେମାନଙ୍କର ଏପରି କାମକୁ ସମସ୍ତେ ପ୍ରଶଂସା କରିବା ସହ ଉଭୟଙ୍କ ଏଭଳି ସାହାସିକତା ଓ ପରୋପକାରୀତା ଯୋଗୁ ଆଜି ସମସ୍ତଙ୍କ ଜୀବନ ରକ୍ଷା ହୋଇପାରିଛି ବୋଲି କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *