ଦୁର୍ଗମ ଅଞ୍ଚଳରେ ମିଳିଲା ପାନୀୟ ଜଳ ସୁବିଧା, ଜନ ପ୍ରତିନିଧିଙ୍କ କାର୍ଯ୍ୟକୁ ଅଞ୍ଚଳବାସୀଙ୍କ ପ୍ରଶଂସା

ପାପଡାହାଣ୍ଡି ,19th April,(Bnews): ଦୁର୍ଗମ ଓ ପାହାଡିଆ ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ମୁହଁରେ ହସ ଫୁଠାଇ ଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ। ପାପଡାହାଣ୍ଡି ବ୍ଲକ ମୈଦଲପୁର, ମାଝୀଗୁଡା ଓ ବାର୍ଲି ପଞ୍ଚାୟତରେ ପ୍ରାୟ ୮/୧୦ଟି ଏମିତି ଗ୍ରାମ ଅଛି ଯାହାକି ପାହାଡ଼ ଭିତରେ ବସବାସ କରି ଚଳି ଆସୁଛନ୍ତି। ଆଜକୁ ଏଠାରେ ସେମାନେ ୧୫ ବର୍ଷରୁ ଊର୍ଦ୍ଧ ହେବ ରହି ଅସୁଥୁବା ବେଳେ ଏମାନଙ୍କ ନିକଟରେ ପହଞ୍ଚି ପାରୁନଥିଲା ମୌଳିକ ସୁବିଧା। ଧୀରେ ଧୀରେ ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ଚେଷ୍ଟାରେ କିଛି ସୁବିଧା ମିଳିଥିବା ବେଳେ ପ୍ରାୟ ୬ ଗୋଟି ଗ୍ରାମରେ ଏବେ ପର୍ୟ୍ୟନ୍ତ ପିଇବା ପାଣିର ସୁବିଧା ହୋଇନଥିଲା। ଫଳରେ ଏଠାକାର ସ୍ଥାନୀୟ ଅଞ୍ଚଳବାସୀ ନାଳ ନର୍ଦ୍ଧମାର ଦୂଷିତ ପାଣି ପିଇ ଆସୁଥିଲେ। ଯଦ୍ୱାରା ସେମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ।ଡାବୁଗାଁ ବିଧାୟକ ଶ୍ରୀ ରନ୍ଧାରୀ ବିଛିନାଞ୍ଚଳ ପରିଦର୍ଶନରେ ଯାଇ ଦୁର୍ଗମ ଅଞ୍ଚଳରେ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଦୁର୍ଗମ ଅଞ୍ଚଳ ମୈଦଲପୁର ପଞ୍ଚାୟତର କୁସୁମ ଖୁଣ୍ଟାର ସାନ୍ତା ସାହି, ପାଇକ ସାହି, ମାଝୀଗୁଡା ପଞ୍ଚାୟତର ଗୁଣ୍ଡିଗୁଡା, ଡମୁ ଗୁଡା ଏବଂ ବାର୍ଲି ପଂଚାୟତର ମାଲି ଆମ୍ବ, ଛୁଇଁମାଟି ଏବଂ ଗୁଡ଼ ପକ୍ଷନିପଦର ଆଦି ୭ଟି ଜାଗାରେ ବୋରିଙ୍ଗ ଖୋଳିବାକୁ ନିର୍ଦେଶ ଦେଇଥିଲେ। ବୋରିଙ୍ଗ ଖୋଳିବା ପରେ ଆଜି ବିଧାୟକ ସହ ଏକ ଟିମ ଯାଇ ଉକ୍ତ ଗ୍ରାମ ରେ ଖୋଳା ଯାଇଥିବା ନୂତନ ବୋରୱେଲଗୁଡିକର ଶୁଭ ଉଦଘାଟନ କରିଥିଲେ। ଦୀର୍ଘ ୨୦ ବର୍ଷ ବସତି ସ୍ଥାପନ ପରେ ନୂତନ ନଳକୂପ ଜଳର ସ୍ୱାଦ ଚାଖିବାକୁ ପାରିଛନ୍ତି ଏବଂ ଗ୍ରାମବାସୀଙ୍କ ମୁହଁରେ ହସ ଫୁଟିଛି । ନୂତନ ନଳକୂପ ପାଇଁ ଉକ୍ତ ବିଧାୟକ ଏବଂ ପ୍ରଶାସନ କୁ ଧନ୍ୟବାଦ ଜଣାଇଛନ୍ତି ।ଏହି ବିଛିନ୍ନାଂଚଳରେ ଯେଉଁ ଯେଉଁ ସମସ୍ୟା ଅଛି ତାହାକୁ ଶୀଘ୍ର ସମାଧାନ କରାଯିବାର ପ୍ରତିଶୃତି ଦେଇଛନ୍ତି ବିଧାୟକ। ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାପଡାହାଣ୍ଡି ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା,୧ ନଂ ଜୋନ ଜିଲା ପରିଷଦ ସଭ୍ୟ ଯସବନ୍ତ ନାୟକ, ମୋଇଦଲପୁର ସରପଞ୍ଚ ଚନ୍ଦ୍ରଧ୍ୱଜ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ବିଧାୟକ ଓ ଜନ ପ୍ରତିନିଧିଙ୍କ ଏପରି କାର୍ୟ୍ୟକୁ ସ୍ଥାନୀୟ ଅଞ୍ଚଳ ବାସୀ ପ୍ରଶଂସା କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *