ଦୁଇ ଦିନିଆ ମ୍ୟାଲେରିଆ ନିରାକରଣ ଶିବିର “ଦମନ” ଉଦଯାପିତ।
ଦୁଇ ଦିନିଆ ମ୍ୟାଲେରିଆ ନିରାକରଣ ଶିବିର “ଦମନ” ଉଦଯାପିତ।

ଢେଙ୍କାନାଳ:୦୪-୦୮-୨୦୨୪(ବି.ଏନ୍.ଓ)- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ବିରାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଦ୍ବାରା ଦୁର୍ଗମ ଅଞ୍ଚଳରେ ମ୍ୟଲେରିଆ ପାଇଁ “ଦମନ” କାର୍ଯ୍ୟକ୍ରମ ପରିପେକ୍ଷୀରେ ଦୁଇଦିନ ଧରି ଚାଲିଥିବା ଶିବିର ଶନିବାର ଉଦଯାପିତ ହୋଇଯାଇଛି। ଶିବିରରେ ଅପହଞ୍ଚ ଅଂଚଳର ସମସ୍ତ ଜନସାଧାରଣଙ୍କ ରକ୍ତ ପରୀକ୍ଷା, ହିମୋଗ୍ଲୋବିନ୍, ସୁଗାର ଭଳି ଅନ୍ୟାନ୍ୟ ପରୀକ୍ଷା କରାଯିବା ସହ ସଚେତନତା ଓ ଓୌଷଧ ବଣ୍ଟନ କରାଯାଇଥିଲା। ଉକ୍ତ ଶିବିରକୁ ଆରୋଗ୍ୟ ପ୍ଲସ ଟିମ୍ ପର୍ଯ୍ୟବେକ୍ଷଣ କରିଥଲେ। ଏହି ଶିବିର ରେ ବାଟଗାଁ ଉପସ୍ବାସ୍ଥ୍ୟ କେନ୍ଦ୍ରର ପୁରୁଷ ସ୍ବାସ୍ଥ୍ୟ କର୍ମୀ ଦେବରଂଜନ ମିଶ୍ର, ମହିଳାସ୍ବାସ୍ଥ୍ୟ କର୍ମୀ ଜ୍ୟୋତିର୍ମୟୀ ରାଉତ ଓ କାଦମ୍ବିନୀ ଭୋଇ, ସିଏଚ୍ଓ ସ୍ଵର୍ଣ୍ଣଲତା ସିଂ, ଆଶାକର୍ମୀ ମୀନା ମହନ୍ତ ପ୍ରମୁଖ ଯୋଗଦେଇଥିଲେ। MTS ସୁଶାନ୍ତ ପ୍ରଧାନ ପର୍ଯ୍ୟବେକ୍ଷଣ କରିଥିଲେ। ସେହିଭଳି ଅନ୍ୟଏକ ଦୁଇଦିନିଆ ଶିବିରରେ ମରୁଆବିଲ ଉପ ସ୍ବାସ୍ଥ୍ୟକେନ୍ଦ୍ରର କଣ୍ଡାର, ବଳଦିଆବସା, ଓମେନ୍ଦା ଆଦି ଗ୍ରାମରେ ସିଏଚ୍ଓ ପିୟଦର୍ଶିନୀ ସାହୁ ଓ ମହିଳା ସ୍ବାସ୍ଥ୍ୟକର୍ମୀ ରୋଜାଲିନ୍ ସ୍ବାଇଁ ଲୋକମାନଙ୍କୁ ସଚେତନ କରାଇବା ସହିତ ବିଭିନ୍ନ ପରୀକ୍ଷା କରାଇ ଓୌଷଧ ବଣ୍ଟନ କରିଥିଲେ।