ଦୀପତଳ ଅନ୍ଧାର , ବେହାଲ ଜହ୍ନାପଡା ରାସ୍ତା ।
ଦୀପତଳ ଅନ୍ଧାର , ବେହାଲ ଜହ୍ନାପଡା ରାସ୍ତା ।
ପରଜଙ୍ଗ :BREAKING NEWS ODIA (report by nirmal gadanayak) ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖଦେଇ ଜହ୍ନାପଡା ଗ୍ରାମ ପର୍ଯ୍ୟନ୍ତ ଗଡପରଜଙ୍ଗ ଗ୍ରାମ ପଞ୍ଚାୟତ ଅଧିନରେ ଏକ ରାସ୍ତା ରହିଛି ।ବ୍ଲକ କାର୍ଯ୍ୟାଳୟ ସମ୍ମୁଖରୁ ଯାଇଥିବା ଏହି ରାସ୍ତାରେ ପଞ୍ଚାୟତ କାର୍ଯ୍ୟାଳୟ ,ବିଦ୍ୟୁତ୍ ବିଭାଗ , କଲେଜ ,ମିନି ଷ୍ଟାଡିୟମ , ଉଠାଜଳସେଚନ ବିଭାଗ , ଆର୍ ଡି କାର୍ଯ୍ୟାଳୟ ,ଅରବିନ୍ଦ ବିଦ୍ୟାଳୟ ,ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପ୍ରଭୃତି ଅନୁଷ୍ଠାନ ଗୁଡ଼ିକ ଥିବା ବେଳେ ପ୍ରାୟ ଏକ କିଲୋମିଟର ଦୂରତା ମଧ୍ୟରେ ଜହ୍ନପଡ଼ା ଗ୍ରାମ ରହିଛି ।ପଞ୍ଚାୟତ ନିର୍ବାଚନ ହେଉ କିମ୍ବା ସାଧାରଣ ନିର୍ବାଚନ ହେଉ ଅନେକ ନିର୍ବାଚନ ଗଲାଣି ହେଲେ ଆଜି ପର୍ଯ୍ୟନ୍ତ ସୀମିତ ରାସ୍ତାଟି ମରାମତି ପାଇଁ କାହା ଦୃଷ୍ଟିକୁ ଆସିପାରିନାହିଁ । ଖାଲଖମା ପରିପୂର୍ଣ୍ଣ ମାଟି ରାସ୍ତାଟି ବର୍ଷା ହେଲେ କାଦୁଅ ପାଣିରେ ବେହାଲ ମାତିବା ଦୃଶ୍ୟ ଏଠି ଦେଖିବାକୁ ମିଳୁଛି । ଯାହା ଦ୍ୱାରା ପାଠପଢା ପିଲାଙ୍କ ଠାରୁ ଆରମ୍ଭ କରି ଜହ୍ନାପଡା ଗ୍ରାମବାସୀଙ୍କ ସମେତ ଅନ୍ୟ ପଥଚାରୀ ନାହିଁନଥିବା ସମସ୍ୟାର ସମ୍ମୁଖିନ ହେବାକୁ ପଡୁଛି।ଏତଦ୍ ବ୍ୟତୀତ ଜହ୍ନାପଡା ଗ୍ରାମରେ ଢେଙ୍କାନାଳ ଗଡଜାତ ଆନ୍ଦୋଳନର ପ୍ରଜା ବୀର ଵେନୁ ନାମକ ଦୁଇ ସଂଗ୍ରାମୀ ପ୍ରାଣବଳୀ ଦେଇଥିବାରୁ ଉଭୟଙ୍କ ନାମରେ ଗାଁ ମୁଣ୍ଡ ମେଲଣ ପଡିଆ ନିକଟରେ ଏକ ସ୍ମୃତିପୀଠ ସ୍ଥାପିତ ହୋଇଛି ।ଏହା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ଅବହେଳିତ ହୋଇ ପଡିରହିଥିବା ମାଟି ରାସ୍ତାଟି ମରାମତି ହେଉନାହିଁ କିମ୍ବା ରାଜନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନଙ୍କ ପର୍ଯ୍ୟନ୍ତ ରାସ୍ତାରେ ଯାଉଥିଲେ ମଧ୍ୟ ଏ ଦିଗରେ କାହାର ନିଘା ନାହିଁ । ବୀର ବେନୁଙ୍କ ସ୍ମୃତିପୀଠ ନିକଟରେ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ସହିତ ଏହି ପଞ୍ଚାୟତ ରାସ୍ତାଟି ସଂଯୋଗ ରହିଥିବାରୁ ଅଞ୍ଚଳର ଅଧିକାଂଶ ଲୋକମାନେ ଜନଗହଳି ରାସ୍ତାରେ ଯିବା ଆସିବା ନକରି ଏହି ରାସ୍ତାରେ ଯିବା ଆସିବା କରିଥାନ୍ତି ।ଅବହେଳିତ ଅବସ୍ଥାରେ ପଡ଼ିରହିଥିବା ପଞ୍ଚାୟତ ରାସ୍ତାଟି ତୁରନ୍ତ ମରାମତି ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି ।