ଦିବୃଗଡ ଏକ୍ସପ୍ରେସ୍‌ ଲାଇନଚ୍ୟୁତ।

ଦିବୃଗଡ ଏକ୍ସପ୍ରେସ୍‌ ଲାଇନଚ୍ୟୁତ।

NEWS BY BREAKING NEWS ODIA

ଲଖନଉ :Jul 18, 2024-BNO- ତ୍ତରପ୍ରଦେଶ ଗୋଣ୍ଡାରେ ଗୁରୁବାର ଘଟିଛି ଟ୍ରେନ୍‌ ଦୁର୍ଘଟଣା । ଗୋଣ୍ଡାରେ ଗୁରୁବାର ଦ୍ୱିପ୍ରହରରେ ଏହି ଟ୍ରେନ୍‌ ଦୁର୍ଘଟଣା ଘଟିଥିବା ବେଳେ ଦିବୃଗଡ ଏକ୍ସପ୍ରେସ୍‌ ଲାଇନଚ୍ୟୁତ ହୋଇ ପ୍ରାୟ ୨୦ରୁ ଅଧିକ ଆହତ ହୋଇଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।
ଏହି ଟ୍ରେନ୍‌ ଗୋରଖପୁର ହୋଇ ଚଣ୍ଡିଗଡରୁ ଆସାମର ଦିବୃଗଡ ଯାଉଥିଲା । ଟ୍ରେନ୍‌ ର ପ୍ରାୟ ୧୦ଟି ବଗି ଲାଇନଚ୍ୟୁତ ହୋଇଛି । ଦୁର୍ଘଟଣା ପରେ ଏହି ରୁଟ୍‌ ରେ ଆସିବାକୁ ଥିବା ଅନ୍ୟ ଟ୍ରେନ୍‌ ସେବା ବାଧାପ୍ରାପ୍ତ ହୋଇଛି । ଦୁର୍ଘଟଣା ବିଷୟରେ ଖବର ପାଇ ରେଲୱେର ଅନେକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *