ଦିନ ଗଲା, ଚିହ୍ନ ରହିଲା

ଦିନ ଗଲା, ଚିହ୍ନ ରହିଲା…

 ଆତଙ୍କୀ ହମଲା ପରେ ଆସୁ ନାହାନ୍ତି ପର୍ଯ୍ୟଟକ, ଅପୋଷା ରହୁଛି ଘୋଡ଼ା ଚାଳକଙ୍କ ପେଟ…

ନୂଆଦିଲ୍ଲୀ /ଭୁବନେଶ୍ୱର ୧୦-୦୬-୨୦୨୫( ବି.ଏନ .ଓ ) :ତଙ୍କୀ ଆକ୍ରମଣ ପରେ ଅବହେଳିତ ହୋଇପଡିଛି ପହଲଗାମ୍ । ଯେଉଁଠି ଦିନେ ମାଳ ମାଳ ପର୍ଯ୍ୟଟକ ପ୍ରତିଦିନ ବୁଲିବାକୁ ଆସୁଥିଲେ ସେହି ଜାଗା ଏବେ ଖାଁ ଖାଁ । ଯେଉଁଠି ଦିନ ଜମୁଥିଲା ଭିଡ଼ ସେଠାରୁ ମୁହଁ ଫେରାଇ ନେଉଛନ୍ତି ପର୍ଯ୍ୟଟକ । ଯେଉଁ ବେସରନ ଘାଟିରେ ବେପାର ଜମୁଥିଲା, ପରିବାର ଚଳୁଥିଲା, ସେହି ପରିବାର ଏବେ ଭୋକ ଉପାସରେ । ନା ପର୍ଯ୍ୟଟକ ଆସୁଛନ୍ତି ନା ବ୍ୟବସାୟ ହେଉଛି, ହାତ ବାନ୍ଧି ବସିଛନ୍ତି ଘୋଡ଼ା ଚାଳକ ଆଉ ଫଟୋଗ୍ରାଫର । ଯେଉଁ ସ୍ଥାନରେ ଦିନ କୋଟି କୋଟି ଟଙ୍କାର ବ୍ୟବସାୟ ହେଉଥିଲା ସେଠି ଏବେ ଟଙ୍କାଟିଏ ବି ରୋଜଗାର ହେଉନି । 

ଗ୍ରୀଷ୍ମ ଛୁଟିରେ ଲକ୍ଷ ଲକ୍ଷ ଲୋକ ଏଠାକୁ ଆସୁଥିଲେ, ଯେଉଁମାନେ ପ୍ରତ୍ୟେକ ଥର ଘୋଡ଼ା ଚଢ଼ିବା ପାଇଁ ନିକଟସ୍ଥ ଉପତ୍ୟକାକୁ ନିଶ୍ଚିତ ଭାବରେ ଯାଉଥିଲେ । ଏହି ବର୍ଷ ମଧ୍ୟ ବୁକିଂ ଫୁଲ୍ ଥିଲା  କିନ୍ତୁ ଆକ୍ରମଣ ପରେ ଲୋକମାନେ ପହଲଗାମ ଏବଂ କାଶ୍ମୀରର ଅନେକ ଅଞ୍ଚଳକୁ ଆସୁନାହାନ୍ତି । ଯାହା ଫଳରେ ଘୋଡା ମାଲିକଙ୍କ ପକେଟ ଖାଲି, ପେଟ ଅପୋଷା । 

ସେଠାରେ ଗୋଟେ ବଡ ସମସ୍ୟା ହେଉଛି, ଘୋଡ଼ା ବ୍ୟବସାୟ ବ୍ୟତୀତ ସେମାନଙ୍କର ଅନ୍ୟ କୌଣସି କାମଧନ୍ଦା ନାହିଁ ଏବଂ ସେମାନେ ଅନ୍ୟ କୌଣସି କାମ କିପରି କରିବେ ତାହା ଜାଣନ୍ତି ନାହିଁ । ଏପରି ପରିସ୍ଥିତିରେ ଘୋଡ଼ାର ଖର୍ଚ୍ଚ ସେମାନଙ୍କ ପାଇଁ କାଳ ହୋଇଛି । ଘୋଡ଼ାର ଖର୍ଚ୍ଚ ପୂରଣ କରିବା ମାଲିକମାନଙ୍କ ପାଇଁ କଷ୍ଟକର ହୋଇପଡ଼ିଛି । ପ୍ରାୟ ଏକ ଲକ୍ଷ ସ୍ଥାନୀୟ ଲୋକ ଏହି ଘୋଡ଼ା ଚାଳନ ବ୍ୟବସାୟ ସହିତ ଜଡ଼ିତ, ସେମାନଙ୍କ ମଧ୍ୟରୁ ଅନେକଙ୍କ ଜୀବନ ଏହା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ପ୍ରତ୍ୟେକ ଘୋଡ଼ାରେ ଦୁଇଜଣ ଲୋକଙ୍କ ଆବଶ୍ୟକତା ଅଛି । ତେଣୁ ୪୦,୦୦୦ରୁ ଅଧିକ ପରିବାର ସେମାନଙ୍କ ଉପରେ ନିର୍ଭର କରନ୍ତି । 

ପହଲଗାମରେ ଆତଙ୍କବାଦୀଙ୍କ ନରସଂହାର ପରେ ବ୍ୟବସାୟୀଙ୍କ ଜୀବନଶୈଳୀ ପ୍ରଭାବିତ ହୋଇଛି । ଯାହା ସେମାନଙ୍କ ପାଇଁ ବଡ କଷ୍ଟସାଧ୍ୟ । ତେବେ କେବେ ଫେରିବେ ପହଲଗାମକୁ ପର୍ଯ୍ୟଟକ ଆଉ କେବେ ସେମାନଙ୍କ ପକେଟରେ ପଡିବ ଟଙ୍କା ତାକୁ ଅପେକ୍ଷା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *