ଦରଖାପାଟଣା ଆଦର୍ଶ ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନ ମେଳା

REPORT BY MALAYA PARIJA

କଟକ:30.09.23 (B.N.O):Report by malaya parija ସ୍ଥାନୀୟ ଦରଖା ପାଟଣା ସ୍ଥିତ ଆଦର୍ଶ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନ ମେଳା, ମୀନାବଜାର ଓ ଶିଶୁ ବାଟିକା ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଉଦଘାଟକ ଭାବେ ସିଏମସି ୫୨ନମ୍ବର ୱାର୍ଡର କର୍ପୋରେଟର୍ ସୌଭାଗିନୀ ଜେନା ଯୋଗଦେଇ ପ୍ରଦୀପ ପ୍ରଜ୍ୱଳିତ କରିଥିଲେ । କାର୍ଯ୍ୟକ୍ରମରେ ଅରବିନ୍ଦ କର ଯୋଗଦେଇ ପ୍ରଦର୍ଶିତ ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଶିକ୍ଷା ବିସ୍ତାର ସମିତି ଓଡିଶାର ଆବାହକ ବଟକୃଷ୍ଣ ଦାସ ଓ ସଭାପତି ବଂଶଧର ଜେନା ଉପସ୍ଥିତ ଥିଲେ । ବିଜ୍ଞାନ ମେଳା ପରିଚାଳନାରେ ଏଲିନା ବାରିକ ଓ ସ୍ୱର୍ଣ୍ଣଲତା ପଣ୍ଡା, ଶିଶୁ ବାଟିକା ପରିଚାଳନାରେ ଶୁଭଶ୍ରୀ ଦାସ, ମୀନାବଜାର ପରିଚାଳନାରେ ଦୀପ୍ତିମୟୀ ସାମନ୍ତରାୟ, ଜୁଲି ସ୍ୱାଇଁ ଓ ସ୍ୱାଗତ ସମ୍ବର୍ଦ୍ଧନାରେ ବିଦୁସ୍ମିତା ବେହେରା, ରଶ୍ମିତା ନାୟକ, ରଞ୍ଜିତା ନାୟକ ଏବଂ ଲକି ଡ୍ର କାର୍ଯ୍ୟକ୍ରମରେ ସଙ୍ଗୀତା ବେହେରା ପରିଚାଳନା କରିଥିଲେ । ବିଦ୍ୟାଳୟର ସଭାପତି ପ୍ରଦୀପ କୁମାର ଦାସ ସ୍ୱାଗତ ଭାଷଣ ଦେଇଥିବାବେଳେ ସମ୍ପାଦକ ସୁରେଶ ଚନ୍ଦ୍ର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଭିଭାବକ ଓ ଅଞ୍ଚଳର ମୁରବୀ, ବୁଦ୍ଧିଜୀବୀମାନେ ପ୍ରକଳ୍ପ ଗୁଡ଼ିକ ବୁଲି ଦେଖି ଦେଖିଥିଲେ । ଶ୍ରେଷ୍ଠ ବିବେଚିତ ପ୍ରକଳ୍ପଗୁଡ଼ିକ ପାଇଁ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *