ଥାଇଲ୍ୟାଣ୍ଡ ଫସିଛନ୍ତି ପ୍ରବାସୀ ଶ୍ରମିକ ଓଡ଼ିଆ ।

ଥାଇଲ୍ୟାଣ୍ଡ ଫସିଛନ୍ତି ପ୍ରବାସୀ ଶ୍ରମିକ ଓଡ଼ିଆ ।

NEWS BY BREAKING NEWS ODIA

ଥାଇଲ୍ୟାଣ୍ଡ:- ୨୨-୦୭-୨୦୨୪-BNOକେନ୍ଦ୍ରାପଡ଼ା ଜିଲ୍ଲା, ରାଜକନିକା ରୁ ୭ ଜଣ ଶ୍ରମିକ ଥାଇଲ୍ୟାଣ୍ଡ କୁ ପେଟ ପୋଷିବା ପାଇଁ କାମ କରିବାକୁ ଯାଇ ଫସିଛନ୍ତି। ବିସା ସରି ଯିବାରୁ, ସେମାନଙ୍କର ସୁରକ୍ଷା ନିମନ୍ତେ ଜଙ୍ଗଲ ରେ ଲୁଚି ବୁଲୁଛନ୍ତି । ସେପଟେ କମ୍ପାନୀ ର ମାଲିକ ବିଭିନ୍ନ ଧମକ ଦେଇ କର୍ମଚାରୀ ଙ୍କୁ ପୋଲିସ ମାଧ୍ୟମରେ ଆଇନ୍ କୁ ହସ୍ତାନ୍ତର କରିବାକୁ କହିଛନ୍ତି । ଏହି ରାଜକନିକା ଅଞ୍ଚଳ ର ୭ ଶ୍ରମିକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ର ସକୁଳି ଗ୍ରାମ ର ଓଡ଼ିଆ ଶ୍ରମିକ ଅମିୟ ନାୟକ, ଅଶୋକ ନାୟକ, ସିଳ ପୋଖରୀ ଗ୍ରାମ ର ସଞ୍ଜୟ ପଲାଇ, ପଞ୍ଚୁ ପଲାଇ ଗ୍ରାମ ର ସନାତନ ରାଉତ ଓ ଜଗନ୍ନାଥ ରାଉତ ପଟ୍ଟାମୁଣ୍ଡାଇ ବ୍ଲକ ର ଅଶୋକ ସେଠୀ ।

ଏମାନେ ଥାଇଲ୍ୟାଣ୍ଡ ରେ ବିଭିନ୍ନ ଅକଥନୀୟ ଓ ନିର୍ଯାତନା ର ଶିକାର ହେବାକୁ ପଡୁଛି । ନା ସେମାନଙ୍କୁ ସେମନଙ୍କର ନିଜର ରୋଜଗାର ର ଟଙ୍କା ମିଳୁଛି ନା ସୁରକ୍ଷା ରେ ନିଜର ଗ୍ରାମକୁ ଫେରି ପାରୁଛନ୍ତି। ଏହି ଅବସରରେ ରେ ସେମାନଙ୍କର ଭିଶା ସରି ଯିବାରୁ, ବିଭିନ୍ନ ପ୍ରକାର ଧମକ୍ ଚମକ୍ ଦେଖାଇ ପୋଲିସ୍ ଦ୍ଵାରା ଗିରଫ କରିବାକୁ କହିଛନ୍ତି । ଏହି ପ୍ରବାସୀ ଶ୍ରମିକ ଭୟଭୀତ ହୋଇ ନିଜର ଭିଡିଓ ମାଧ୍ୟମରେ ସରକାର ଙ୍କୁ ନିବେଦନ କରି, ଘରକୁ ଫେରିବା ନିମନ୍ତେ ଅନୁରୋଧ କରିଛନ୍ତି ।ସେପଟୁ ଘର କୁ ଫେରିବା ନିମନ୍ତେ, ପରିବାର ର ସମସ୍ତ ଲୋକମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଏହି ପରିପ୍ରେକ୍ଷୀରେ ରେ ପରିବାର ର ପକ୍ଷରୁ ରାଜକନିକା ଥାନାରେ ଏତଲା ଦେଇଚନ୍ତି । ପରିବାର ର ସମସ୍ତ ସଦସ୍ୟମାନେ, ନିଜର ସନ୍ତାନ ମାନେ କିପରି ସୁବିଧାରେ ନିଜର ଜନ୍ମଭୂମି କୁ ଫେରିବେ ସେଥି ନିମନ୍ତେ, ରାଜ୍ୟ ସରକାର, ଭାରତ ସରକାର ଓ ଭାରତୀୟ ଦୂତାବାସ କୁ ଅନୁରୋଧ କରିଛନ୍ତି ।

ସେହିପରି, ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ – ସଭାପତି – ଭାରତୀୟ ପ୍ରବାସୀ ପରିଷଦ ଓଡ଼ିଶା ସଂଘ – କୁଏତ, ଭାରତ ସେବା ଦର୍ଶନ ଚାରିଟେବୁଲ ଟ୍ରଷ୍ଟ୍ ଓଡ଼ିଶା ର ପ୍ରତିଷ୍ଠାତା, ୱାର୍ଲ୍ଡ ଓଡ଼ିଶା ସୋସାଇଟି କୁଏତ ର ସଭାପତି, ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ର ଆନ୍ତର୍ଜାତୀୟ ର ସଭାପତି ଭାବରେ ନିଜର ବ୍ୟକ୍ତିଗତ ଅର୍ଥାତ୍ ବିଭିନ୍ନ ସଙ୍ଗରେ ରେ ଏକ ବଳିଷ୍ଠ ଆନ୍ତର୍ଜାତୀୟ ସମାଜସେବୀ ଭାବରେ ଭାରତ ସରକାର ଙ୍କୁ ଓ ରାଜ୍ୟ ସରକାର ଙ୍କୁ ନିଜର ଚିଠି ମାଧ୍ୟମରେ ନିବେଦନ କରି ସମସ୍ତ ପ୍ରବାସୀ ଶ୍ରମିକ କିପରି ସୁରକ୍ଷାରେ ଫେରିବା ନିମନ୍ତେ ଅନୁରୋଧ କରିଚନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *