ତ୍ରିଦିବସୀୟ ବିଜ୍ଞାନ ଶିକ୍ଷକ ପ୍ରଶିକ୍ଷଣ ଶିବିର

ତ୍ରିଦିବସୀୟ ବିଜ୍ଞାନ ଶିକ୍ଷକ ପ୍ରଶିକ୍ଷଣ ଶିବିର।
କଟକ :BNO-18/07/24 କଟକର ନେହେରୁ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ତ୍ରିଦିବସ ବ୍ୟାପୀ ଚାଲିଥିବା ଆକାଂକ୍ଷୀ ପାଠ୍ୟକ୍ରମ ଜିଜ୍ଞାସାର ପ୍ରଶିକ୍ଷଣ ଶିବିର ଗତ ଶୁକ୍ରବାର ଉଦଯାପିତ ହୋଇ ଯାଇଛି। ଓଡ଼ିଶା ସରକାର ଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ କଟକ ଜିଲ୍ଲା ମୋ ସ୍କୁଲ ପରଚାଳନା ସଂଗଠନ ଦ୍ଵାରା ସଞ୍ଚାଳିତ ପ୍ରଶିକ୍ଷଣ ଶିବିରରେ କଟକ ପୌରପାଳିକା ନିଗମ। କଟକ ସହର ଏବଂ ବାରଙ୍ଗ ବ୍ଲକ୍ ଅନ୍ତର୍ଗତ ସମସ୍ତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଦଶମ ଓ ନବମ ଶ୍ରେଣୀର ବିଦ୍ୟାର୍ଥୀମାନଙ୍କୁ ବିଜ୍ଞାନ ପାଠ୍ୟକ୍ରମ ଓ ଜିଜ୍ଞାସା କ୍ଲବ ପ୍ରତି ଆଗ୍ରହୀ କରାଯାଇ ପରୀକ୍ଷାରେ ଉନ୍ନତମାନର ଦକ୍ଷତା ପରିପ୍ରକାଶ କରାଇବାର ଜ୍ଞାନ କୌଶଳ ଶିବିରରେ ପ୍ରଶିକ୍ଷଣ ମାଧ୍ୟମରେ ଅଭ୍ୟାସ କରାଯାଇଥିଲା ଜିଲ୍ଲା ସ୍ତରୀୟ ପ୍ରଶିକ୍ଷକ ଶ୍ରୀ ଚରଣ ପ୍ରସାଦ ସ୍ୱାଇଁ ଏବଂ ଶ୍ରୀ ଜୟ ପ୍ରକାଶ ପ୍ରଧାନ ସମସ୍ତ ପ୍ରକାର ପ୍ରଶିକ୍ଷଣ କାର୍ଯ୍ୟ ସଂପାଦନ କରିଥିଲେ। ରାଜ୍ୟ ସ୍ତରୀୟ ପ୍ରଶିକ୍ଷିକା ଶ୍ରୀମତୀ ସାଗରିକା ରାଉତ ପ୍ରଶିକ୍ଷଣର ସମସ୍ତ ଅଧିବେଶନରେ ଉପସ୍ଥିତ ରହି ନିଜର ବହୁମୂଲ୍ୟ ମତାମତ ପ୍ରଦାନ କରିବା ସହିତ ପ୍ରଶିକ୍ଷକ ଓ ଶିକ୍ଷାନିବିଶ ମାନଙ୍କର ସମସ୍ତ ପ୍ରକାରର ସନ୍ଦେହ ଦୂର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ନେହେରୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିରେନ୍ଦ୍ର ନନ୍ଦ ମୁଖ୍ୟ ଅତିଥି ଭାବରେ ଉଦଘାଟନ ଓ ଉଦଯାପନ ଉତ୍ସବରେ ଯୋଗ ଦେଇ ପ୍ରଶିକ୍ଷଣ ଶିବିରର ବୈଦ୍ଦିକତା ସଂପର୍କରେ ଆଲୋକପାତ କରିଥିଲେ। ଦ୍ଵିତୀୟ ଦିବସରେ ଜିଲ୍ଲା ମୋ ସ୍କୁଲ ପରିଚାଳନା ସଂଗଠନ ରୁ ଶ୍ରୀମତୀ ସ୍ଵାତି ଜେନା ପରିଦର୍ଶନରେ ଆସି ତାଲିମ ଆଧାରରେ ବିଜ୍ଞାନ ପାଠ୍ୟକ୍ରମକୁ ପଢ଼ାଇବାକୁ ପରାମର୍ଶ କରିଥିଲେ। ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ପରିଚାଳକ ଶ୍ରୀମତୀ ଲୋକପ୍ରିୟା କାନୁନଗୋ କାର୍ଯ୍ୟକ୍ରମ ସହଯୋଗୀ ଶ୍ରୀମତୀ ଦିପ୍ତିମୟୀ ମହନ୍ତ ସୂଚାରୁ ରୂପେ ଶିବିର କାର୍ଯ୍ୟ ନିର୍ବାହ କରିଥିଲେ। ରାଜ୍ୟ ସ୍ତରୀୟ ପ୍ରଶିକ୍ଷିକା ଶ୍ରୀମତୀ ସାଗରିକା ରାଉତ ଙ୍କୁ ଶିବିରର ସଫଳତା ପାଇଁ ସମସ୍ତେ କୃତଜ୍ଞତା ଜଣାଇଥିଲେ।