ତେଲକୋଇ ରେ ପୁଣି ଲୁଟେରା ଙ୍କ ପୁଲିସ କୁ ଖୋଲା ଚ୍ୟାଲେଞ୍ଜ।
ତେଲକୋଇ ରେ ପୁଣି ଲୁଟେରା ଙ୍କ ପୁଲିସ କୁ ଖୋଲା ଚ୍ୟାଲେଞ୍ଜ।
ତେଲକୋଇ: ୧୦/୦୭/୨୩.(ବ୍ରେକିଂ ନ୍ୟୁଜ୍ ଓଡ଼ିଆ) ରିପୋର୍ଟ ଶୁସିଲ କୁମାର ମହାନ୍ତି, ତେଲକୋଇ ରେ ପୁଣି ଲୁଟେରା ଙ୍କ ପୁଲିସ କୁ ଖୋଲା ଚ୍ୟାଲେଞ୍ଜ।ସକାଳ ୯ଟା ବେଳେ ତେଲକୋଇ ଜଗମୋହନପୁର ରାସ୍ତା ପେଟ୍ରୋଲ ଟାଙ୍କି ନିକଟରୁ ଭୁଜାଲି ବନ୍ଧୁକ ଦେଖାଇ ଏକଲକ୍ଷ ୧୦ ହଜାର ଲୁଟ।ଲୁଟେରା ଙ୍କ ଭୂଜାଲି ମାଡରେ ଜଣେ ଗୁରୁତର।ମେଡିକାଲ ରେ ଭର୍ତ୍ତି।ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ଅନ୍ତର୍ଗତ ତେଲକୋଇ-ଜଗମୋହନପୁର ରାସ୍ତା ର ଭାରତ ପେଟ୍ରୋଲ ଟାଙ୍କି ନିକଟରେ।ଆଜି ସକାଳୁ କେନ୍ଦୁଝର ସଦର ଥାନା ଅନ୍ତର୍ଗତ ରାଙ୍କି ଗାଁ ରୁ ଆଲୋକ ପଲେଇ ଓ ଅମିୟ କୁମାର ବାରିକ ଛାମୁଣ୍ଡା ହାଟକୁ ଆସୁଥିଲେ।ସେମାନେ ତେଲକୋଇ ରେ ପହଞ୍ଚି ଏକ ହୋଟେଲରେ ଜଳଖିଆ ଖାଇବା ପରେ ଛାମୁଣ୍ଡା ଗାଁ ଅଭିମୁଖେ ଯାଉଥିବା ବେଳେ ପେଟ୍ରୋଲ ଟାଙ୍କି ନିକଟରେ ଏକ ନିଛାଟିଆ ଜାଗାରେ ଦୁଇଜଣ ଲୁଟେରା ମାକ୍ସ ଲଗାଇ ସେମାନଙ୍କ ରାସ୍ତା ଅବରୋଧ କରିଥିଲେ।ଏବଂ ଭୂଜାଲି ଓ ବନ୍ଧୁକ ଦେଖାଇ ସେମାନଙ୍କ ଠାରୁ ଏକଲକ୍ଷ ଦଶହଜାର ଟଙ୍କା ଲୁଟି ନେଇ ତେଲକୋଇ ପଟକୁ ଦୃତଗତିରେ ବାଇକରେ ଚାଲିଯାଇଥିବା ଲୁଟର ଶିକାର ହୋଇଥିବା ବ୍ୟକ୍ତି ପ୍ରକାଶ କରିଛନ୍ତି।ତେଲକୋଇ ଅଞ୍ଚଳରେ ବାରମ୍ବାର ଲୁଟ,ଛିନତାଇ,ଚୋରି ଓ ହତ୍ୟାକାଣ୍ଡ ଘଟୁଥିଲେ ମଧ୍ୟ ପୁଲିସ ର କାର୍ଯ୍ୟାନୁଷ୍ଠାନ ନାମକୁ ମାତ୍ର ରହିଥିବା ଦେଖିବାକୁ ମିଳିଛି।ଯାହାକୁ ନେଇ ଅଞ୍ଚଳ ବାସୀ ଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।