ତୃଷାର୍ତ୍ତ ବାଟୋଇ
ତୃଷାର୍ତ୍ତ ବାଟୋଇ ଟେ ମୁଁ ଜୀବନ ମରୁଭୂମି ରେ
ମନରେ ମୋର ମୃଗତୃଷ୍ଣା ର ଛାଇ
ତଥାପି ମୁଁ ହାର ମାନି ନି ଏ ଯାଏଁ ।
ପାଣି ଟୋପେ ପାଇବାର ଆଶା କୁ ମୁଁ ଏତେ ଜଲଦି
ମିଛ ମରୀଚିକା ଜଳ ରେ ବୁଡ଼ି ଯିବାକୁ ଦେବିନି।
ଯେତେ ପର୍ଯ୍ୟନ୍ତ ମନରେ ତୃଷ୍ଣା ଜୀବିତ
ପାଣି ଟୋପେ ପାଇବାର ଆଶା ମଧ୍ୟ ଜୀବିତ ।
ଯେଉଁ ଦିନ ଜଳ ର ସନ୍ଧାନ ପାଇ ଯିବି ,
ସେଦିନ ହେବ ବର୍ଷ ବର୍ଷ ଧରି ମରୁଡି କରାଗତ ଚାଷ ଜମି ରେ
ମୂଷଳ ଧାରା ବର୍ଷା ହେଲା ପରି ଅନୁଭୂତି।
କିଛି ନହେଲେ ଯଦି ପାଣି ଟୋପେ ନ ପାଇବି , ସେ ଦିନ ମୋ ସମସ୍ତ ଧର୍ଯ୍ୟ ଝାଳ ବିନ୍ଦୁ ହୋଇ ବୋହି ଯାଇଥିବ
ମୋ ସମସ୍ତ ଇଚ୍ଛା ଆକାଂକ୍ଷା ଶରୀର ର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ରେ କ୍ଳାନ୍ତି ହୋଇ ମିଳେଇ ଯାଇଥିବ,
ଆଉ ମରୁଭୂମି ରେ ଜଳ ଖୋଜିବା ର ସମସ୍ତ ସାହସ
ତୃଷ୍ଣା ପାଲଟି ମୋରି ଗଳା କୁ ଆବୋରି ବସିଥିବ ।
ଏସବୁ ସଂକେତ କରୁଥିବ ମୋ ମସ୍ତିଷ୍କ କୁ
ଏବେ ଅପେକ୍ଷା ର ଯନ୍ତ୍ରଣା ର ଅନ୍ତ ଘଟିବାକୁ ଯାଉଛି
ଏଇ ଅସହାୟତା ହିଁ ମରୁଭୂମି ରେ ତୁମ ଶେଷ ଦିନ କୁ ଡାକି ଆଣିଛି ।
ସୌମ୍ୟା