ତୃତୀୟ ବିଶ୍ୱଯୁଦ୍ଧ ପରେ ଆକାଶରେ ଉଡ଼ିବ ମଣିଷ: ବିକଶିତ ହେବ ଡେଣା

ତୃତୀୟ ବିଶ୍ୱଯୁଦ୍ଧ ପରେ ଆକାଶରେ ଉଡ଼ିବ ମଣିଷ: ବିକଶିତ ହେବ ଡେଣା

ଦ୍ୱିତୀୟ ବିଶ୍ୱଯୁଦ୍ଧର ବିନାଶ ପରେ ତୃତୀୟ ବିଶ୍ୱଯୁଦ୍ଧର ସମ୍ଭାବନା ଲୋକଙ୍କୁ ଭୟଭୀତ କରୁଛି। ଅକ୍ସଫୋର୍ଡ ପ୍ରଫେସର ଟିମ୍ କୁଲସନ ଦାବି କରିଛନ୍ତି ଆଣବିକ ଯୁଦ୍ଧ ପରେ ମଣିଷ ମଧ୍ୟରେ ଜେନେଟିକ ପରିବର୍ତ୍ତନ ହୋଇପାରେ,ମଣିଷ ‘ସୁପର ହ୍ୟୁମାନ୍’ ହେବାର ସମ୍ଭାବନା ରହିଛି। ଚର୍ମ ବୁଲେଟ୍ ପ୍ରୁଫ୍ ହୋଇଯାଇପାରେ

ୱାଶିଂଟନ୍/ଭୁବନେଶ୍ୱର ୦୫-୧୨-୨୦୨୪ (ବି.ଏନ .ଓ ) :(Bijay kumar panda) ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଘଟିଥିବା ବିନାଶରେ କୋଟି କୋଟି ଲୋକ ପ୍ରାଣ ହରାଇଲେ। ଏହି କାରଣରୁ ଯେତେବେଳେ ତୃତୀୟ ବିଶ୍ୱଯୁଦ୍ଧ ବିଷୟରେ କଥାବାର୍ତ୍ତା ହେଉଛି ଏନେଇ, ଲୋକମାନେ ଆତଙ୍କିତ ହୋଇଯାଉଛନ୍ତି। ସମ୍ପ୍ରତି ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ଯଦି ତୃତୀୟ ବିଶ୍ୱଯୁଦ୍ଧ ହୁଏ ତେବେ ଏହା ପରେ ମଣିଷମାନେ ହଲିଉଡ ଚଳଚ୍ଚିତ୍ରର ସୁପରହିରୋ ଭଳି ହୋଇଯିବେ। ସେମାନଙ୍କର ଚର୍ମ ବୁଲେଟପ୍ରୁଫ୍  ହୋଇଯିବ। ଏହା ସହିତ ସେମାନଙ୍କଠାରେ  ଅନ୍ତର୍ନିହିତ କୌଶଳର ବିକାଶ ହୋଇପାରେ। ଅକ୍ସଫୋର୍ଡ ୟୁନିଭରସିଟିର ପ୍ରଫେସର ତଥା ରୟାଲ ସୋସାଇଟି ଦ୍ୱାରା ପୁରସ୍କୃତ ହୋଇଥିବା ବିଶିଷ୍ଟ ପ୍ରାଣୀ ବିଜ୍ଞାନୀ ତଥା ଜୀବବିଜ୍ଞାନୀ ଟିମ୍ କୁଲସନ ଅନୁମନ କରିଛନ୍ତି ଯେ, ଆଣବିକ ଯୁଦ୍ଧ ଏପରି ବିକଶିତ ବିବର୍ତ୍ତନ  ଆଣିବାକୁ ସକ୍ଷମ ହେବ ଯାହା ଦ୍ବାରା ବର୍ତ୍ତମାନର  ମଣିଷ ଏବଂ ଭବିଷ୍ୟତର ମଣିଷ ମଧ୍ୟରେ ବହୁ ପାର୍ଥକ୍ୟ ସୃଷ୍ଟି ହେବ। ଫଳରେ ମଣିଷକୁ ଚିହ୍ନିବା କଷ୍ଟକର ହେବ। 

                                        ‘ ବିଶ୍ବର ‘

NEWS BY BIJAY KUMAR PANDA

ଆଣବିକ ଯୁଦ୍ଧ ପରେ ମଣିଷରେ ଜେନେଟିକ୍ ପରିବର୍ତ୍ତନ ହୋଇପାରେ ବୋଲି ସେ ମତ ଦେଇଛନ୍ତି। ଏହା’ସୁପରହ୍ୟୁମାନ୍’ ସୃଷ୍ଟି କରିପାରେ, ଯେଉଁମାନେ ଆଜିର ମଣିଷଠାରୁ ଅଧିକ ଶକ୍ତିଶାଳୀ,ଫିଟ୍  ଏବଂପରିସ୍ଥିତିସହିତଲଢ଼ିବାକୁ ସକ୍ଷମ ହେବେ।  ସେ କହିଛନ୍ତି ପ୍ରତିକୂଳ ପରିବେଶ ସହିତ ମୁକାବିଲା କରିବା, ଆଶ୍ରୟସ୍ଥଳ ନିର୍ମାଣ ଏବଂ ହଜିଯାଇଥିବା ଟେକ୍ନୋଲୋଜି ଏବଂ ବିଜ୍ଞାନକୁ ଏକତ୍ର କରି ଭବିଷ୍ୟତର ମଣିଷ ‘ହାଇପର ଇଣ୍ଟେଲିଜେନ୍ସ’ ହାସଲ କରିପାରିବାର ସମ୍ଭାବନା ରହିଛି। ସେ ଦାବି କରିଛନ୍ତି ଯେ ମଣିଷ ସଙ୍କୁଚିତ ହୋଇପାରେ ଏବଂ ବାଦୁଡି ଭଳି ଉଡ଼ିବା ପାଇଁ ଡେଣା ମଧ୍ୟ ବିକଶିତ ହୋଇପାରେ।

13a--=--1a

ଦି ୟୁରୋପିୟାନ ପତ୍ରିକାରେ ସେ ଲେଖିଛନ୍ତି ଯେ, ମଣିଷର ଶାରୀରିକ ଗଠନରେ ଏଭଳି ବଡ଼ ଧରଣର ପରିବର୍ତ୍ତନ ପାଇଁ ଲକ୍ଷ ଲକ୍ଷ ବର୍ଷ ଲାଗିବ। କିନ୍ତୁ ଏହା ତୃତୀୟ ବିଶ୍ୱଯୁଦ୍ଧରୁ ଆରମ୍ଭ ହୋଇପାରେ। କିନ୍ତୁ ସେ କହିଛନ୍ତି, ଭବିଷ୍ୟତରେ ମଣିଷମାନେ ଅତ୍ୟଧିକ ବୁଦ୍ଧିମାନ ହୋଇ ଅବିଶ୍ୱାସନୀୟ ବିକଶିତ ଶକ୍ତି ପାଇବାକୁ  ସକ୍ଷମ ହୋଇପାରନ୍ତି। ସେମାନଙ୍କର ଆକାଶରେ ଉଡ଼ିବାର କ୍ଷମତା ହୋଇପାରେ।

541

ସେ ଲେଖିଛନ୍ତି, ଏହା ଏକ ଦୂର କଥା ହୋଇପାରେ। କିନ୍ତୁ ସୃଷ୍ଟି ଆରମ୍ଭରୁ କେହି କ’ଣ ଭାବିଥିଲେ କି ଦେଢ଼ ବିଲିଅନ ବର୍ଷ ପୂର୍ବେ ଏକ କ୍ଷୁଦ୍ର ଜେଲିଫିସ୍ ସଦୃଶ ଥିବା ପ୍ରାଣୀ ଆଜିର ମନୁଷରେ ପରିଣତ ହେବ ବୋଲି ? 

ବିବର୍ତ୍ତନ ହେଉଛି ଏକ ପ୍ରକ୍ରିୟା ଯାହା ଦ୍ବାରା ମଣିଷ ସହିତ ଅନ୍ୟ ଜୀବମାନଙ୍କର ଜେନେଟିକ୍ ପରିବର୍ତ୍ତନ ଏବଂ ପ୍ରାକୃତିକ ଚୟନ ମାଧ୍ୟମରେ ସମୟ ସହିତ ପରିବର୍ତ୍ତନ ହୋଇଥାଏ।  ଜୀବମାନେ ଏପରି ଜିନିଷଗୁଡିକୁ ବିକଶିତ କରନ୍ତି ଯାହା ବଞ୍ଚିବା ଏବଂ ପ୍ରଜନନରେ ଉନ୍ନତି ଆଣିବା ପାଇଁ ଗୁଣକୁ ବୃଦ୍ଧି କରିଥାଏ।

451

ଅବଶ୍ୟ, ପରିବେଶ ବିପର୍ଯ୍ୟୟ, ଯୁଦ୍ଧ, ରୋଗ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ଘଟଣା ବିବର୍ତ୍ତନ ଦିଗକୁ ବଦଳାଇପାରେ। ଏହା ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରେ ବୋଲି ଟିମ୍ କୁଲସନ ଦାବି କରିଛନ୍ତି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *