ତାମିଲନାଡ୍ ମର୍କେଟାଂଇଲ୍ ବ୍ୟାଙ୍କ୍‌ ଲିମିଟେଡ୍‌ର ଇନିସିଆଲ୍ ପବ୍ଲିକ୍‌ ଅଫର୍ ୨୦୨୨ ସେପ୍ଟେମ୍ବର ୫ ରେ ଖୋଲିବ

ତାମିଲନାଡ୍ ମର୍କେଟାଂଇଲ୍ ବ୍ୟାଙ୍କ୍‌ ଲିମିଟେଡ୍‌ର ଇନିସିଆଲ୍ ପବ୍ଲିକ୍‌ ଅଫର୍ ୨୦୨୨ ସେପ୍ଟେମ୍ବର ୫ ରେ ଖୋଲିବ
ଭୁବନେଶ୍ୱର: ତାମିଲନାଡ୍ ମର୍କେଟାଂଇଲ୍ ବ୍ୟାଙ୍କ୍ ଲିମିଟେଡ୍‌ର ଇନିସିଆଲ୍ ପବ୍ଲିକ୍ ଅଫର୍ ୨୦୨୨ ସେପ୍ଟେମ୍ବର ୫ ତାରିଖ ସୋମବାର ଖୋଲିବ ଓ ସେପ୍ଟେମ୍ବର ୭ ତାରିଖ ବୁଧବାର ବନ୍ଦ ହେବ । ଏହି ଅଫର୍‌ରେ ସାମିଲ ରହିଛି ୧୦ ଟଙ୍କିଆ ଫେସ୍ ଭାଲ୍ୟୁର ୧୫,୮୪୦,୦୦୦ ଇକ୍ୱିଟି ସେୟାର୍ ଓ ୧୫,୮୪୦,୦୦୦ ନୂଆ ଇକ୍ୱିଟି ସେୟାର୍ ଜାରି କରାଯିବ ।
ଏହି ଅଫର୍‌ରେ ୧୦ ଟଙ୍କିଆ ଫେସ୍ ଭାଲ୍ୟୁର ଇକ୍ୱିଟି ସେୟାର୍ ପିଛା ମୂଲ୍ୟ ୫୦୦ରୁ ୫୨୫ ଟଙ୍କା ମଧ୍ୟରେ ରହିଛି । ବିଡ୍ ପାଇଁ ସର୍ବନିମ୍ନ ୨୮ ଟି ଇକ୍ୱିଟି ସେୟାର୍ ଓ ତା’ ପରେ ୨୮ଟି ଲେଖାଏଁ ଗୁଣିତକ ହିସାବରେ ବଢ଼ାଇବାକୁ ପଡ଼ିବ । ଏହି ଅଫର୍‌ରେ ଫ୍ଲୋର୍ ପ୍ରାଇସ୍ ହେଉଛି ଇକ୍ୱିଟି ସେୟାର୍‌ର ଫେସ୍ ଭାଲ୍ୟୁର ୫୦ ଗୁଣା ଏବଂ କ୍ୟାପ୍ ପ୍ରାଇସ୍‌ ହେଉଛି ଇକ୍ୱିଟି ସେୟାର୍‌ର ଫେସ୍ ଭାଲ୍ୟୁର ୫୨.୫୦ ଗୁଣା ରହିଛି । ଏଥିରୁ ଯେଉଁ ପାଣ୍ଠି ମିଳିବ ତାହାକୁ ଭବିଷ୍ୟତରେ ବ୍ୟାଙ୍କ୍‌ର ପୁଂଜି ଆବଶ୍ୟକତା ପୂରଣ କରିବା ନିମନ୍ତେ ଟାୟାର – ୧ ପୁଂଜି ଆଧାରକୁ ଦୃଢ଼ କରିବାରେ ବ୍ୟବହାର କରାଯିବାର ପ୍ରସ୍ତାବ ରହିଛି ଯାହା ବ୍ୟାଙ୍କର ସଂପତି
ବିଶେଷ କରି ବ୍ୟାଙ୍କର ଋଣ/ ଅଗ୍ରୀମ ଓ ନିବେଶ ପୋର୍ଟଫୋଲିଓରେ ଉନ୍ନତି ଆଣିବ ବୋଲି ଆଶା କରାଯାଉଛି ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ପକ୍ଷରୁ ନିୟମିତ ବ୍ୟବଧାନରେ ପ୍ରସ୍ତାବ ଦିଆଯାଉଥିବା ପୁଂଜି ସ୍ୱଚ୍ଛଳତା ହାରର ବୈଧାନିକ ଆବଶ୍ୟକତାକୁ ତାହା ନିଶ୍ଚିତ କରିବ । ପ୍ରତିଭୂତି ଚୁକ୍ତି (ନିୟାମକ) ନିୟମ, ୧୯୫୭ର ଧାରା ୧୯(୨)(ବି) ଓ ସେବିର ନିୟମ ଅନୁସାରେ ବୁକ୍ ବିଲ୍‌ଡିଂ ପ୍ରକ୍ରିୟାରେ ଏହି ଅଫର୍ ଉପସ୍ଥାପନ କରାଯାଉଛି । ଯୋଗ୍ୟ ସଂସ୍ଥାଗତ ନିବେଶକଙ୍କୁ ୭୫%ରୁ କମ ଇକ୍ୱିଟି ସେୟାର୍ ସମାନୁପାତିକ ଭିତିରେ ଅବଂଟନ କରାଯିବ ।ଏହାର ୬୦ ପ୍ରତିଶତ ଆଙ୍କର ନିବେଶକଙ୍କୁ ଆବଂଟନ କରାଯିବ । ସେଥିରୁ ଏକ ତୃତୀୟାଂଶ ଦେଶ
ଭିତରର ମ୍ୟୁଚୁଆଲ୍ ଫଣ୍ଡ୍ ସଂସ୍ଥାଙ୍କୁ ଦିଆଯିବ । ଯଦି ଆଙ୍କର ନିବେଶକଙ୍କ ପାଇଁ ଥିବା ସବୁ ଇକ୍ୱିଟି ସେୟାର୍ ପାଇଁ ଆବଶ୍ୟକ ବିଡ୍ ନ ଆସିବ ତେବେ ବଳକା ସେୟାର୍‌କୁ ଯୋଗ୍ୟ ସଂସ୍ଥାଗତ ନିବେଶକଙ୍କୁ ପ୍ରଦାନ କରାଯିବ । ୧୫%ରୁ କମ୍ ଇକ୍ୱିଟି ସେୟାର୍‌କୁ ଅଣ ସଂସ୍ଥାଗତ ବିଡର୍‌ଙ୍କ ପାଇଁ ରଖାଯିବ । ୧୦%ରୁ ଅଧିକ ଇକ୍ୱିଟି ସେୟାର୍‌କୁ ଖୁଚୁରା ନିବେଶକଙ୍କ ପାଇଁ ରଖାଯାଇପାରିବ ନାହିଁ । ଯଦି ଅତିକମ୍‌ରେ ୭୫% ଇକ୍ୱିଟି ସେୟାର୍‌କୁ ସଂସ୍ଥାଗତ ନିବେଶକମାନଙ୍କୁ ଆବଂଟନ କରାଯାଇପାରିବ ନାହିଁ ତେବେ ସମସ୍ତ ଆବେଦନ ରାଶିକୁ ଫେରସ୍ତ କରାଯିବ । ଆଇପିଓ ବନ୍ଦ ହେବା ତାରିଖ ଅର୍ଥାତ ୨୦୨୨ ସେପ୍ଟେମ୍ବର ୭ ତାରିଖର ଅପରାହ୍ନ
୫ଟାରେ ରିଟେଲ୍ ଓ ଏନଆଇଆଇ ନିବେଶକମାନଙ୍କ ପାଇଁ ୟୁପିଆଇ ଜରିଆରେ ନିବେଶ ରାଶି ଗ୍ରହଣ (୫,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ) ସମୟ ସୀମା ଶେଷ ହୋଇଯିବ । ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍‌ର ପୃଷ୍ଠା ୩୨୬ରେ “ଅଫର୍ ପ୍ରକ୍ରିୟା’ର
ବିବରଣୀ ଆରମ୍ଭ ହୋଇଛି । ରେଡ୍ ହେରିଂ ପ୍ରୋସ୍‌ପେକ୍‌ଟସ୍‌ରେ ଇକ୍ୱିଟି ସେୟାର୍‌କୁ ବିଏସ୍‌ଇ ଓ ଏନ୍‌ଏସ୍‌ଇ ତାଲିକାଭୁକ୍ତ କରିବାର ପ୍ରସ୍ତାବ ରହିଛି ।ଏହି ଅଫର୍‌ର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆକ୍ସିସ୍‌ କ୍ୟାପିଟାଲ୍ ଲିମିଟେଡ୍‌, ମୋତିଲାଲ ଓସ୍ୱାଲ୍ ଇନଭେଷ୍ଟମେଂଟ୍‌ ଆଡଭାଇଜର୍ସ ଲିମିଟେଡ୍ ଓ ଏସ୍‌ବିଆଇ କ୍ୟାପିଟାଲ୍ ମାର୍କେଟ୍‌ସ ଲିମିଟେଡ୍ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *