ତତ୍କାଳୀନ ମୁଖ୍ୟ ନ୍ୟାୟାଧୀଶ ଡଃ. ଜଷ୍ଟିସ୍ ଏସ୍‌. ମୁରଲୀଧର୍‌ଙ୍କୁ ଉପନିର୍ଦ୍ଦେଶକ ତଥା        ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ସଂବାଦ ଫଟୋଚିତ୍ର ସମ୍ବଳିତ ଆଲବମ୍ ପ୍ରଦାନ।

                           ତତ୍କାଳୀନ ମୁଖ୍ୟ ନ୍ୟାୟାଧୀଶ ଡଃ. ଜଷ୍ଟିସ୍ ଏସ୍‌. ମୁରଲୀଧର୍‌ଙ୍କୁ ଉପନିର୍ଦ୍ଦେଶକ ତଥା

       ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ସଂବାଦ ଫଟୋଚିତ୍ର ସମ୍ବଳିତ ଆଲବମ୍ ପ୍ରଦାନ।
କଟକ ତା ୧୨.୦୮.୨୩ BREAKING NEWS ODIA  ଚ୍ଚନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଡଃ. ଜଷ୍ଟିସ୍ ଏସ୍‌. ମୁରଲୀଧର୍ ଙ୍କ କାର୍ଯ୍ୟକାଳର ଅନ୍ତିମ ଦିବସ ତା ୦୮.୦୮.୨୩ରେ ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ଲଲାଟେନ୍ଦୁ ମହାପାତ୍ର ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଶ୍ରୀ ପ୍ରତାପ କୁମାର ପାତ୍ର, ଡେପୁଟି ରେଜିଷ୍ଟ୍ରାର ଶ୍ରୀ ଦେବାଶିଷ ମହାନ୍ତି ଓ ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରିର ଅନ୍ୟାନ୍ୟ ଅଧିକାରୀବୃନ୍ଦଙ୍କ ଉପସ୍ଥିତିରେ ବିଦାୟୀ ମୁଖ୍ୟ ନ୍ୟାୟାଧୀଶଙ୍କୁ ସାକ୍ଷାତ ପୂର୍ବକ ଏକ ଫଟୋ ଆଲବମ୍ ପ୍ରଦାନ କରିଥିଲେ। ଏହି ଆଲବମ୍ ରେ ଡଃ. ଜଷ୍ଟିସ୍ ଏସ୍‌. ମୁରଲୀଧର୍‌ଙ୍କ କାର୍ଯ୍ୟଅବଧି ମଧ୍ୟରେ କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ସମ୍ବନ୍ଧିତ ବିବରଣୀ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ସଂବାଦ ଓ ଫଟୋଚିତ୍ରମାନ ସ୍ଥାନ ପାଇଛି। ସୂଚନାଯୋଗ୍ୟ ଉଚ୍ଚ ନ୍ୟାୟାଳୟର ଢାଞ୍ଚାଗତ ପରିବର୍ତ୍ତନ, ଆଇନ ସେବା, ରେକର୍ଡ ରୁମ ଡିଜିଟାଇଜେସନ ସେଣ୍ଟର, ନଥି ପତ୍ର ସଂରକ୍ଷଣ କେନ୍ଦ୍ର ପ୍ରତିଷ୍ଠା, କାଗଜ ଶୂନ୍ୟ କୋର୍ଟ ପରିଚାଳନା, ନୂତନ କୋର୍ଟ କୋଠା ନିର୍ମାଣ ଏବଂ କର୍ମଚାରୀଙ୍କ ନିମନ୍ତେ ଆବାସିକ ଗୃହ ନିର୍ମାଣ ଭଳି ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିଲେ। ଓଡିଶା ଉଚ୍ଚ ନ୍ୟାୟାଳୟରେ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିବା ଦିନଠାରୁ କାର‌୍ୟ୍ୟକାଳର ଶେଷ ଦିବସ ପର‌୍ୟ୍ୟନ୍ତ ବିଚାର ପ୍ରକ୍ରିୟା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବା ତଥା ନ୍ୟାୟିକ ପ୍ରକ୍ରିୟାକୁ ସାଧାରଣ ଲୋକଙ୍କ ନିକଟତର କରାଇବା ଦିଗରେ ସେ କାର୍ଯ୍ୟପନ୍ଥା ଗ୍ରହଣ କରିଥିଲେ। ମୁଖ୍ୟ ବିଚାରପତି ଭାବେ ଡଃ. ଜଷ୍ଟିସ୍ ଏସ୍‌. ମୁରଲୀଧର୍‌ଙ୍କ କାର୍ଯ୍ୟକାଳ ସମୟରେ ବିଭିନ୍ନ ଖବକାଗଜରେ ପ୍ରକାଶ ପାଇଥିବା ଖବରର ଉଦ୍ଧୃତାଂଶଗୁଡିକୁ ଏକତ୍ରିତ କରି ଖୁବ ସୁନ୍ଦର ଭାବରେ ସଜ୍ଜୀକରଣ କରାଯାଇ ଆଲବମଟି ପ୍ରସ୍ତୁତ କରାଯାଇଛି। ମୁଖ୍ୟ ନ୍ୟାୟାଧୀଶ ଆଲବମଟିକୁ ଗ୍ରହଣ କରି ସନ୍ତୋଷ ବ୍ୟକ୍ତ କରିବା ସହ ଉଚ୍ଚ ନ୍ୟାୟାଳୟର ଆଭିମୁଖ୍ୟଗୁଡିକର ପ୍ରଚାର ପ୍ରସାର କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ଜଷ୍ଟିସ ଡକ୍ଟର ଏସ୍‌. ମୁରଲୀଧର ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *