ଢେଙ୍କାନାଳ ପୂର୍ବତନ ସୈନିକ ସଂଘ ତରଫରୁ କାର୍ଗିଲ୍ ବିଜୟ ଦିବସ ପାଳନ ।

ଢେଙ୍କାନାଳ ପୂର୍ବତନ ସୈନିକ ସଂଘ ତରଫରୁ କାର୍ଗିଲ୍ ବିଜୟ ଦିବସ ପାଳନ ।
ଢେଙ୍କାନାଳ, ୨୬/୭:(BREAKING NEWS ODIA) report by sanjya kumar sahoo, ୧୯୯୯ ସମିହା ଜୁଲାଇ ୨୬ ତାରିଖରେ ଆମ ଦେଶ କାରଗିଲ ଯୁଦ୍ଧରେ ବିଜୟପ୍ରାପ୍ତ କରି ଏହି ଦିନକୁ କାର୍‌ଗିଲ୍ ବିଜୟ ଦିବସ ଭାବେ ଘୋଷଣା କରାଯାଇଥିଲା । କାରଗିଲ ଯୁଦ୍ଧରେ ଦୁର୍ଗମ ପାହାଡ ଘେରା ଭୁମି ଉପରେ ଶତ୍ରୁ ସୈନ୍ୟ ଦ୍ଵାରା ଆମ ଦେଶର ମାଟିକୁ ଅଧୂକୃତ କରିଥିବା ଶତ୍ରୁ ସୈନ୍ୟଙ୍କୁ ଆମର ବୀର ଯବାନମାନେ ଅଦମ୍ୟ ସାହସିକତାର ସହିତ ଯୁଦ୍ଧ କରି ସେମାନଙ୍କୁ ପଛକୁ ହଟାଇ ଆମ ଦେଶର ମାଟିକୁ ଖାଲି କରିବାକୁ ବାଧ୍ୟ କରିଥିଲେ । ସେହି ଯୁଦ୍ଧରେ ଶତ୍ରୁ ସୈନ୍ୟମାନେ ବହୁତ ସଂଖ୍ୟାରେ ପ୍ରାଣ ହରାଇଥିଲେ ଏବଂ ସେମାନଙ୍କର ବହୁତ କ୍ଷୟକ୍ଷତି ହୋଇଥିଲା । ଦେଶମାତୃକାକୁ ରକ୍ଷା କରିବାକୁ ଯାଇ କଠିନ ପରିସ୍ଥିତିରେ ଯୁଦ୍ଧ ଲଢି ଆମ ଦେଶର ଯେଉଁ ସୈନିକମାନେ ସହିଦ ହୋଇଥିଲେ । ସେମାନଙ୍କ ସ୍ମୃତିରେ ଜୁଲାଇ ୨୬ ତାରିଖକୁ କାର୍‌ଗିଲ୍ ବିଜୟ ଦିବସ ରୂପେ ପାଳନ କରାଯାଇଅଛି । ତେଣୁ କାରଗିଲ ବିଜୟ ଦିବସ ପାଳନ ଉପଲକ୍ଷେ ଜୁଲାଇ ୨୬ ତାରିଖରେ ଢେଙ୍କାନାଳର ପୂର୍ବତନ ସୈନିକ ସଂଘ ତରଫରୁ ପୂର୍ବତନ ସୈନିକମାନେ ଢେଙ୍କାନାଳ ବସ୍‌ଷ୍ଟାଣ୍ଡ ନିକଟସ୍ଥ ସହୀଦ ସ୍ମୃତିସ୍ତମ୍ଭ ଠାରେ ଏକାଠି ହୋଇ ୨ ମିନିଟ୍ ପାଇଁ ମୌନବ୍ରତ ପାଳନ କରି ଦିବଂଗତ ସହିଦମାନଙ୍କ ଆତ୍ମାର ଶାନ୍ତି ପାଇଁ ଶୋକ ପାଳନ କରିଥିଲେ ଏବଂ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ଢେଙ୍କାନାଳ ପୂର୍ବତନ ସୈନିକ ସଂଘର ସଭାପତି କୈଳାସ ଚନ୍ଦ୍ର ରାଉତ, ଉପଦେଷ୍ଟା ଭ୍ରମରବର ଦଳାଇ, ଉପସଭାପତି ବିମଳ କୁମାର ଶତପଥ୍, ବିଭୁତି ଭୂଷଣ ନନ୍ଦ, ସମ୍ପାଦକ ସୁଭାଷ ଚନ୍ଦ୍ର ହୋତା, କୋଷାଧ୍ୟକ୍ଷ ଅଞ୍ଛଳ କୁମାର ରାଉତ ଏବଂ ଅନ୍ୟ ପୂର୍ବତନ ସୈନିକମାନେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ପାଳନ କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *