ଡ୍ରିମ୍‌ଫୋକ୍ସ ସର୍ଭିସେସ୍ ଲିମିଟେଡ୍‌ର ଇନିସିଆଲ୍ ପବ୍ଲିକ୍ ଅଫର ୨୦୨୨ ଅଗଷ୍ଟ୨୪ରେ ଖୋଲିବ

ଡ୍ରିମ୍‌ଫୋକ୍ସ ସର୍ଭିସେସ୍ ଲିମିଟେଡ୍‌ର ଇନିସିଆଲ୍ ପବ୍ଲିକ୍ ଅଫର ୨୦୨୨ ଅଗଷ୍ଟ୨୪ରେ ଖୋଲିବ

ଭୁବନେଶ୍ୱର: ଡ୍ରିମ୍‌ଫୋକ୍ସ ସର୍ଭିସେସ୍ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍‌ ଅଫର ୨୦୨୨ ଅଗଷ୍ଟ ୨୪ ତାରିଖ ବୁଧବାର ଖୋଲିବ । ଏହି ଅଫର୍‌ରେ ଇକ୍ୱିଟି ସେୟାର୍ ପିଛା ମୂଲ୍ୟ ୩୦୮ ରୁ ୩୨୬ ଟଙ୍କା ମଧ୍ୟରେ ରହିଛି । ବିଡ୍ ପାଇଁସର୍ବନିମ୍ନ ୪୬ ଇକ୍ୱିଟି ସେୟାର ଓ ତା’ ପରେ ୪୬ଟି ଲେଖାଏଁ ଗୁଣିତକ ହିସାବରେ ବଢ଼ାଇବାକୁ ପଡ଼ିବ । ଏହି ଆଇପିଓରେ ପ୍ରମୋଟର (ପ୍ରତିଷ୍ଠାତା)ମାନେ ୧୭,୨୪୨,୩୬୮ ଇକ୍ୱିଟି ସେୟାର ପର୍ଯ୍ୟନ୍ତ ବିକ୍ରି କରିପାରିବେ । ଅଫର ଫର ସେଲ୍‌ରେ ମୁକେଶ ଯାଦବ ୬,୫୩୧,୨୦୦ ଇକ୍ୱିଟି ସେୟାର, ଦିନେଶ ନାଗପାଲ୍ ୬,୫୩୧,୨୦୦ ଇକ୍ୱିଟି ସେୟାର୍ ଓ ଲିବରେଥା ପିଟର କାଲାଟ୍ ୪,୧୭୯,୯୬୮ ଇକ୍ୱିଟି ସେୟାର ବିକ୍ରି କରିବେ । ପ୍ରତିଭୂତି ଚୁକ୍ତି (ନିୟାମକ) ନିୟମ, ୧୯୫୭ର ଧାରା ୧୯(୨)(ବି) ଓ ସେବିର ନିୟମ ଅନୁସାରେ ବୁକ୍ ବିଲ୍‌ଡିଂ ପ୍ରକ୍ରିୟାରେ ଏହି ଅଫର୍ ଉପସ୍ଥାପନକରାଯାଉଛି । ଯୋଗ୍ୟ ସଂସ୍ଥାଗତ ନିବେଶଙ୍କୁ ୭୫%ରୁ କମ୍ ଇକ୍ୱିଟି ସେୟାର ମାନୁପାତିକ ଭିତିରେ ଆବଂଟନ କରାଯିବ । ଏହାର ୬୦ ପ୍ରତିଶତ ଆଙ୍କର ନିବେଶକଙ୍କୁ ଆବଂଟନ କରାଯିବ । ସେଥିରୁ ଏକ ତୃତୀୟାଂଶ ଦେଶ ଭିତରର ମ୍ୟୁଚୁଆଲ ଫଣ୍ଡ୍ ସଂସ୍ଥାଙ୍କୁ ଦିଆଯିବ । ଯଦି ଆଙ୍କର୍ ନିବେଶକଙ୍କ ପାଇଁ ଥିବା ସବୁ ଇକ୍ୱିଟି ସେୟାର ପାଇଁ ଆବଶ୍ୟକ ବିଡ୍ ନଆସିବ ତେବେ ବଳକା ସେୟାରକୁ ଯୋଗ୍ୟ ସଂସ୍ଥାଗତ ନିଶେକଙ୍କୁ ପ୍ରଦାନ କରାଯିବ । ୧୫%ରୁ କମ୍‌ ଇକ୍ୱିଟି ସେୟାର୍‌କୁ ଅଣ ସଂସ୍ଥାଗତ ବିଡରଙ୍କ ପାଇଁ ରଖାଯିବ । ୧୦%ରୁ ଅଧିକ ଇକ୍ୱିଟି ସେୟାର୍‌କୁ ଖୁଚୁରା ନିବେଶକଙ୍କ ପାଇଁ ରଖାଯାଇପାରିବ ନାହିଁ । ଯଦି ଅତିକମ୍‌ରେ ୭୫% ଇକ୍ୱିଟି ସେୟାର୍‌କୁ ସଂସ୍ଥାଗତ ନିବେଶକମାନଙ୍କୁ ଆବଂଟନ କରାଯାଇପାରିବ ନାହିଁ ତେବେ ସମସ୍ତ ଆବେଦନ ରାଶିକୁ ଫେରସ୍ତ କରାଯିବ । 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *