ଡେଙ୍ଗୁ ମେଲେରିଆ ପ୍ରତିକାର ଦାବି ରେ ଜିଲ୍ଲାପାଳ ଙ୍କୁ ସିପିଆଇର ଦାବି ପତ୍ର ।

ଡେଙ୍ଗୁ ମେଲେରିଆ ପ୍ରତିକାର ଦାବି ରେ ଜିଲ୍ଲାପାଳ ଙ୍କୁ ସିପିଆଇର ଦାବି ପତ୍ର ।
କଟକ, ତା ୧୭୵୮୵୨୩ BREAKING NEWS ODIA (Report by Bijay kumar panda) ଡେଙ୍ଗୁ ମେଲେରିଆ କଟକରେ ବୃଦ୍ଧିପାଇଛି। ବିଶୁଦ୍ଧ ପାନୀୟ ଜଳ ଲୋକଙ୍କୁ ମିଳୁନାହିଁ । କାମଳ ରୋଗର ଆଶଙ୍କା ଦେଖା ଦେଇଛି । ସରକାରଙ୍କ ତରଫରୁ ବିଭିନ୍ନ ବିଶ୍ଵ ସ୍ତରୀୟ ସ୍ବାସ୍ଥ୍ୟ ସେବା ସମ୍ପର୍କରେଯେତେ ପ୍ରଚାର କଲେବି ଲୋକେ ସୁଫଳ ପାଇବାରୁ ବଞ୍ଚିତ । ଏହାର ପ୍ରତିକାର ଦାବି କରି ଭାରତୀୟ କମ୍ଯୁନିଷ୍ଟ ପାର୍ଟି (ସିପିଆଇ) କଟକ ପକ୍ଷରୁ ବିକ୍ଷୋଭ ପ୍ରତିବାଦ କରାଯାଇଜିଲ୍ଲାପାଳ ଙ୍କୁ ୫ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଦିଆଯାଇଛି । ଦାବି ପତ୍ର ରେ ୧) ନିୟମିତ ମଶାତେଲ ସିଂଚନ କରିବା,୨) ଡେଙ୍ଗୁ ମେଲେରିଆ ଆକ୍ରାନ୍ତ ଙ୍କୁ ସମସ୍ତ ପ୍ରକାର ନିଶୁକ୍ଲ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉ। ୩) ନାଳ ନର୍ଦମା ଓ ସ୍ବରେଜ ଗୁଡିକରେ ପୋକମରା ଔଷଧ ପକାଇବା, ୪) କଟକ ସହରବାସୀ ଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ଜଳକର ଛାଡ କରିବା, ୫) ସାହି ବସ୍ତି ମାନଙ୍କରେ ଦିନ ଦିନ ଧରି ପଡି ରହୁଥିବା ଅଳିଆ ଆବର୍ଜନା ସ୍ତାନାନ୍ତର କରିବା ଆଦି ଦାବି କରାଯାଇଛି । ଏକ ଶୋଭାଯାତ୍ରା ରେ କଚେରୀ ଗଡା ରୁ ଆସି ଜିଲ୍ଲାପାଳ କଂ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ସଂପାଦକ ବିନୋଦ ବେହେରା କଂ ସଭାପତିତ୍ବରେ ସଭା ହୋଇଥିଲା ।
ସଭା ରେ ସହସଂପାଦକ ଉଦୟ କେଶରୀ ବର୍ମା, ଅମରେନ୍ଦୁ ମହାନ୍ତି, ରାମଚନ୍ଦ୍ର ବେହେରା, ନଗର ସଂପାଦକ ପ୍ରସନ୍ନ କୁମାର ମହାପାତ୍ର
ବକ୍ତବ୍ଯ ରଖିଥିଲେ ଏବଂ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ସିପିଆଇ ଆନ୍ଦୋଳନ ରାସ୍ତା ରୋକ କରିବ ବୋଲି ଘୋଷଣା କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ କମ୍ଯୁନିଷ୍ଟ ନେତା ପ୍ରଫୁଲ୍ଲ କୁମାର ତ୍ରିପାଠୀ, ବିପିନ ବିହାରୀ ପାଢୀ, ଭ୍ରମରବର ସାହୁ, ଶିକ୍ଷକ ନେତା କ୍ଷୀରୋଦ କୁମାର ବିଶ୍ବାଳ, ମିହିର କୁମାର ବିଶ୍ବାଳ, ସୁକାନ୍ତ ବାରିକ,ଭାବଗ୍ରାହୀ ଦାସ, ପୂର୍ଣ୍ଣିଚନ୍ଦ୍ର ସିଂହ, ଅଶୋକ ତା, ଜଗନ୍ନାଥ ମଲ୍ଲିକ,ସାନନ୍ଦ ସେଠୀ, ହରିହର ମହାନ୍ତି, ସନ୍ତୋଷ ଖଟୁଆ ଓ ଅଶୋକ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *