ଡି’ବ୍ରଦର୍ସଙ୍କ ନାମରେ ୫ ଲକ୍ଷ ଦାଦାବଟି ମାଗି ୨ ଯୁବକ ଗିରଫ

NEWS BY MALAYA PARIJA(CUTTACK)

ଡି’ବ୍ରଦର୍ସଙ୍କ ନାମରେ ୫ ଲକ୍ଷ ଦାଦାବଟି ମାଗି ୨ ଯୁବକ ଗିରଫ

କଟକ:05.11.23(B.N.O.): ମାଫିଆ ଡନ୍ ଡି’ବଦର୍ସଙ୍କ ନାମରେ ଦାଦାବଟି ମାଗିବା ଅଭିଯୋଗରେ ଚାଉଳିଆଗଞ୍ଜ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି । ସେମାନଙ୍କଠାରୁ ୯୨ହଜାର ଟଙ୍କା ସହ ୫ ମୋବାଇଲ ଓ ୨ ବାଇକ ଜବତ କରାଯାଇଛି । ଅଭିଯୁକ୍ତ ଯୁବକଦ୍ୱୟ ହେଲେ ଜଗତସିଂହପୁର ଟାଉନ ଥାନା ଅନ୍ତର୍ଗତ ଭୋକଞ୍ଜି ଗ୍ରାମର ମଣ୍ଟୁ ଓରଫ କମଳାକାନ୍ତ ବାରିକ (୩୨) ଓ ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଗାୟତ୍ରୀ ନଗରର ବାବୁ ଓରଫ ଦିଲ୍ଲୀପ କୁମାର ଦାସ (୩୯) ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଏମାନେ ଟ୍ୟୁସନ କରି ଗୁଜୁରାଣ ମେଣ୍ଟାଉଥିବାବେଳେ ଗତ କିଛି ଦିନ ଧରି ଏଭଳି କାଣ୍ଡ କରୁଥିବା ଜଣାପଡ଼ିଛି । ଥାନାରେ ଏନେଇ ଦଫା ନଂ ୩୮୭, ୫୦୭, ୩୪ ଆଇପିସିରେ କେସ୍ ନଂ ୧୬୫/୨୦୨୩ ରୁଜୁ ହୋଇଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗଣ୍ଡରପୁର ସଅରସାହିର ସୁନିତା ପାତ୍ର ତାଙ୍କ ସ୍ୱାମୀ ରବୀନ୍ଦ୍ର କୁମାର ପାତ୍ରଙ୍କ ସହ ଗତ ଜୁନ୍ ମାସ ୧୮ ତାରିଖ ରାତି ପ୍ରାୟ ୯.୩୮ ସମୟରେ ଶିଖରପୁରର ଏକ ରେଷ୍ଟୁରାଣ୍ଟକୁ ଯାଉଥିଲେ । ଏହି ସମୟରେ ସୁନିତା ଦେଖିଲେ ଏକ ଅଜଣା ମୋବାଇଲ୍ ନମ୍ବର ୭୩୮୧୧୩୭୦୩୫ରୁ କ୍ରମାଗତ ଭାବେ ତାଙ୍କ ସ୍ୱାମୀଙ୍କ ମୋବାଇଲ୍ ୮୨୪୯୩୦୪୪୭୯କୁ ଫୋନ୍ କଲ ଆସିଲା । ସୁନିତା ଫୋନ୍ କଲ୍‌ଟି ରିସିଭ କରିବାରୁ ଅପରପାଶ୍ୱର୍ରୁ ଜଣେ ଅଜଣା ବ୍ୟକ୍ତି ନିଜକୁ ଧଳସାମନ୍ତ ଭ୍ରାତା ବା ଡି’ବଦର୍ସ ସହଯୋଗୀ ଭାବେ ପରିଚୟ ଦେଇଥିଲେ । ଡି’ ବ୍ରଦର୍ସର କହିଛନ୍ତି ଯଦି ତୁମେ କଟକ ନଗର ଯୁବକ ସଂଘ ପାଇଁ ୫ ଲକ୍ଷ ଟଙ୍କା ଦାଦାବଟି ଦେବ । ନଚେତ ମୁଁ ତୁମ ସ୍ୱାମୀ ଓ ପୁଅକୁ ଗୁଳି କରିଦେବି ବୋଲି ଉକ୍ତବ୍ୟକ୍ତି କହିଥିଲେ । ଏନେଇ ସୁନିତା ସେହି ରାତିରେ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଥିଲେ । ପୁଲିସ ଏକ କେସ୍ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଅଭିଯୁକ୍ତଦ୍ୱୟ ଏହି ଧମକ ଦେଇଥିବା ପୁଲିସ ସନ୍ଦେହ କରିଥିଲା । ଦୁହିଁଙ୍କୁ ଗିରଫ କରିବା ପରେ ସେମାନେ ଅପରାଧର କାରନାମା ପୁଲିସ ନିକଟରେ ସ୍ୱୀକାର କରିଥିଲେ । ଦୁହେଁ ପୁରୀ, ଭୁବନେଶ୍ୱର, କଟକ ଓ ଢେଙ୍କାନାଳର ବିଭିନ୍ନ ବ୍ୟବସାୟୀଙ୍କୁ ଏଭଳି ଟାର୍ଗେଟ କରୁଥିବାର ସୂଚନା ମିଳିଛି । ଡି’ ବ୍ରସର୍ସଙ୍କ ନାମରେ ସେମାନଙ୍କୁ ଧମକ ଦେଇ ଦାଦାବଟି ଆଦାୟ କରୁଥିଲେ ବୋଲି ପୁଲିସ ଜାଣିବାକୁ ପାଇଛି । ଏଥିସହ ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଜୁବୁଲି ଟାଉନ ଦେଉଳସାହିର ବିଦ୍ୟାଧର ବେହେରାଙ୍କ ଠାରୁ ଏଭଳି ଭୟଭୀତ କରାଇ ୧ ଲକ୍ଷ ଟଙ୍କା ଦାଦାବଟି ଆଦାୟ କରିଥିବା ଜଣାପଡ଼ିଛି । ତେବେ ଏମାନେ ଆଉ କାହା ଠାରୁ ଦାଦାବଟି ଆଦାୟ କରିଛନ୍ତି ସେନେଇ ପୁଲିସ ତଦନ୍ତ ଚଳାଇଛି । ଅଭିଯୁକ୍ତମାନଙ୍କ ନାମରେ କଟକ, ଭୁନେଶ୍ୱର ଓ ଢେଙ୍କାନାଳର ଅଞ୍ଚଳର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଜଣାପଡ଼ିଛି । ତେବେ ଏମାନେ ପ୍ରକୃତରେ ଡି’ ବ୍ରଦର୍ସ ଗ୍ରୁପର କି ସେମାନଙ୍କ ନାମ ନେଇ ବଟି ଆଦାୟ କରୁଛନ୍ତି ସେ ନେଇ ମଧ୍ୟ ପୁଲିସ ତଦନ୍ତ କରୁଥିବା ଜଣାପଡ଼ିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *