ଡିଜିବିକେ ମହାବିଦ୍ୟାଳୟରେ ନୂଆ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ |

NEWS BY DWIJABAR MOHAPATRA

ନିଆଳୀ-31.12.23 (B.N.O.)କସର୍ଦା ଦୋଳଗୋବିନ୍ଦ ବ୍ରଜ କିଶୋର ମହାବିଦ୍ୟାଳୟ ରେ ନୂଆ-ଓ,ଯୁବ ଓଡିଶା ନବିନ ଓଡିଶାର ଉଦଯାପନି ଉତ୍ସବରେ ମୂଖ୍ୟ ଅତିଥି ଭାବରେ ମାନ୍ୟବର ନିଆଳୀ ବିଧାୟକ ପ୍ରଫେସର ଡା ପ୍ରମୋଦ କୁମାର ମଲ୍ଲିକ ଯୋଗଦେଇଥିଲେ.ମୁଖ୍ୟ ବକ୍ତାଭାବରେ ସମାଜସେବି ଅକ୍ଷୟ ମହାନ୍ତି,ନିଆଳୀ ବ୍ଲକ ବିଡିଓ ଉଲ୍ଲାସ ଚନ୍ଦ୍ର ସେଠୀ,ଆତ୍ମାର ଅଧ୍ୟକ୍ଷ ବିଷ୍ଣୁଚରଣ ସ୍ୱାଇଁ,ବ୍ଲକ ଚେୟାରମ୍ୟାନ ଉମେଶ ଚନ୍ଦ୍ର ବେହେରା,ଜିଲ୍ଲା ପରିଷଦ ସଭ୍ୟା ସୌଦାମିନି ମହାପାତ୍ର ଯୋଗଦେଇଥିବାବେଳେ ଉକ୍ତ କାର୍ଯ୍ୟକ୍ରମର ସଭାପତି ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଶାନ୍ତନୁ କୁମାର ମିଶ୍ର ,ନୋଡାଲ ଅଫିସର ପ୍ରାଧ୍ୟାପକ ବିଜୟ କୁମାର ମିଶ୍ର,ପ୍ରାଧ୍ୟାପକ ଶିବ ପ୍ରସାଦ ସେନାପତି ଉପସ୍ଥିତ ଥିଲେ.ବିଭିନ୍ନ ଦିବସରେ ଅତିଥି ମାନଙ୍କ ମଧ୍ୟରେ କସର୍ଦା ଗ୍ରାମପଞ୍ଚାୟତର ଯୁବନେତା ତଥା ସରପଞ୍ଚ ସୁରେଶ ପଟ୍ଟନାୟକ,ରାଣିଓଳା ଗ୍ରାପର ସରପଞ୍ଚ ତ୍ରିନାଥ ମହାନ୍ତି,ସମାଜସେବି ଯୋଗେଶ ଚନ୍ଦ୍ର ମହାପାତ୍ର,ପ୍ରଖ୍ୟାତ ଓଡିଶୀ ନୃତ୍ୟଶିଳ୍ପୀ ଡଃଚିତ୍ତ ରଂଜନ ସାହାଣୀ ,ଟେଲି ସିରିଏଲର କଳାକାର ସମିର ରଂଜନ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ.ଅଧ୍ୟାପକ ବିକ୍ରମ ପ୍ରସାଦ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟାପିକା ମମତା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ.ଅଧ୍ୟାପକ ଡଃ ପିତାମ୍ବର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା,ତଥା ଅଣଶିକ୍ଷକ କର୍ମଚାରୀ ଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳହୋଇଯାଇଛି|

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *