ଟିପିଏସ୍‌ଓଡିଏଲ୍ ପକ୍ଷରୁ କେୱାଇସି ଅପ୍‌ଡେଟ୍‌ ସଂକ୍ରାନ୍ତ ଠକାମି ବାର୍ତା ବିରୋଧରେ ଗ୍ରାହକଙ୍କୁ ସତର୍କତା

ବ୍ରହ୍ମପୁର / ଭୁବନେଶ୍ୱର,22nd May,(Bnews): ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ବିତରଣ ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ କେୱାଇସି ଅପ୍‌ଡେଟ୍ ପାଇଁ
ମେସେଜ୍‌/ଏସ୍‌ଏମଏସ ଜରିଆରେ ଲୋକମାନଙ୍କୁ ବିଭ୍ରାନ୍ତ କରୁଥିବା ଅସାଧୁ ତତ୍ୱଙ୍କ ବିରୋଧରେ ଉପଦେଶାବଳୀ ଜାରି କରାଯାଇଛି । ସେମାନଙ୍କୁ କୌଣସି ଅଜଣା କଲ୍‌ରେ ବିଶ୍ୱାସ ନକରିବା ପାଇଁ କୁହାଯାଇଛି । ଏଭଳି ମେସେଜ୍‌/ କଲ୍‌ଗୁଡ଼ିକୁ ଗ୍ରହଣ କରିବାବେଳେ ସବୁ ପ୍ରକାର ପ୍ରତିଷେଧମୂଳକ ସତର୍କତା ଅବଲମ୍ବନ କରିବାକୁ ଟିପିଏସ୍‌ଓଡିଏଲ୍ ପକ୍ଷରୁ ଗ୍ରାହକମାନଙ୍କୁ ସତର୍କ କରାଯାଇଛି । ପେମେଂଟ୍ ବେଳେ ଟିପିଏସ୍‌ଓଡିଏଲ୍ ଏକ୍‌ଜିକ୍ୟୁଟିଭ୍ ମାନଙ୍କୁ କୌଣସି ପାସ୍‌ୱାର୍ଡ, ଓଟିପି, ବ୍ୟାଙ୍କ ବିବରଣୀ କିମ୍ବା ଲାପଟପ୍‌/ ମୋବାଇଲ୍ ସ୍କ୍ରିନ୍‌ ଦେବାକୁ କୌଣସି ଗ୍ରାହକଙ୍କୁ କଂପାନି କେବେବି କହିନଥାଏ । ସମସ୍ତ ବିଲ୍ ପାଇଁ ସ୍ୱୀକୃତିପ୍ରାପ୍ତ ପେମେଂଟ୍ ମାଧ୍ୟମ ବ୍ୟବହାର କରିବାକୁ କଂପାନି ପରାମର୍ଶ ଦେଇଛି । ବହୁ ଅଭିଯୋଗ ପାଇଁ ଏକକ ସମାଧାନ କେନ୍ଦ୍ର ଭାବେ ଟିପିଏସ୍‌ଓଡିଏଲ୍‌ର ଉତ୍ସର୍ଗୀକୃତ ୨୪ ଘଂଟିଆ ଟୋଲ୍ ଫ୍ରି (ଦେୟମୁକ୍ତ) ନମ୍ବର ୧୮୦୦-୩୪୫-୬୭୯୭/ ୧୯୧୨ ରହିଛି । କାରବାର କିମ୍ବା ବ୍ୟାଙ୍କ ବିବରଣୀ ମାଗୁଥିବା ଯେକୌଣସି ବ୍ୟକ୍ତିଙ୍କ ଏଭଳି ମେସେଜ୍‌/ କଲ୍ ବିଷୟରେ ତୁରନ୍ତ ଅବଗତ କରିବାକୁ କଂପାନି ପକ୍ଷରୁ ଏହାର ସମସ୍ତ ଗ୍ରାହକଙ୍କୁ ସତର୍କ ସୂଚନା ଦିଆଯାଇଛି । “ଆମର ସମସ୍ତ ଗ୍ରାହକଙ୍କ ପାଇଁ ମୂଲ୍ୟ ସୃଷ୍ଟି କରିବା ଉପରେ ଟିପିଏସ୍‌ଓଡିଏଲ୍‌ରେ ଆମେ ସର୍ବଦା ଗୁରୁତ୍ୱ ଦେଇଥାଉ । ଏଭଳି ଠକାମି ହେରଫେର ଉପରେ ଆମେ କଡ଼ା ନଜର ରଖିଛୁ ଏବଂ ଏଭଳି ନକଲି ତତ୍ୱ ବିଷୟରେ ଆମର ଗ୍ରାହକଙ୍କୁ ସତର୍କ କରିବାକୁ ଚାହୁଛୁ । କଂପାନିର ସ୍ୱୀକୃତିପ୍ରାପ୍ତ ପେମେଂଟ୍ ବ୍ୟବସ୍ଥା ଅନୁସରଣ କରିବା ଓ ଏଭଳି ନକଲି ବ୍ୟକ୍ତିଙ୍କ ବିଷୟରେ ଜାଣିଲେ ତୁରନ୍ତ ଆମର ଟୋଲ୍ ଫ୍ରି ନମ୍ବରରେ ଆମକୁ ଅବଗତ କରିବାକୁ ଆମେ ଉପଭୋକ୍ତା ମାନଙ୍କୁ ପରାମର୍ଶ ଦେଉଛୁ” ବୋଲି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅରବିନ୍ଦ ସିଂହ କହିଛନ୍ତି ।’’

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *