ଟିପିଏସ୍‌ଓଡିଏଲ୍‌ର “କ୍ଲବ୍ ଏନର୍ଜି” କାର୍ଯ୍ୟକ୍ରମ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶକ୍ତି ସଂରକ୍ଷଣର ପ୍ରସାର କରୁଛି

ଟିପିଏସ୍‌ଓଡିଏଲ୍‌ର “କ୍ଲବ୍ ଏନର୍ଜି” କାର୍ଯ୍ୟକ୍ରମ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶକ୍ତି ସଂରକ୍ଷଣର ପ୍ରସାର କରୁଛି

ବ୍ରହ୍ମପୁର: ନିରନ୍ତର ଶକ୍ତି ସମାଧାନର ପ୍ରତିବଦ୍ଧତାକୁ ଆଗକୁ ବଢ଼ାଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) “କ୍ଲବ୍‌ ଏନର୍ଜି” କାର୍ଯ୍ୟକ୍ରମ ଜରିଆରେ ସ୍କୁଲ ଛାତ୍ରଛାତ୍ରୀ ଓ ଗ୍ରାହକମାନଙ୍କ ମଧ୍ୟରେ ଶକ୍ତି ସଂରକ୍ଷଣ ଅଭ୍ୟାସର ପ୍ରସାର କରୁଛି ।
କ୍ଲବ୍ ଏନର୍ଜି ହେଉଛି ଏକ ଶକ୍ତି ଓ ସମ୍ବଳ ସଂରକ୍ଷଣ କ୍ଲବ୍ ଯାହା ଦେଶରେ ଶକ୍ତି ସଙ୍କଟ ଓ ପ୍ରାକୃତିକ ସମ୍ବଳର ଅଭାବ ବିଷୟରେ ପ୍ରାଥମିକ ଧାରଣା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରୁଛି । ଏହି ଅଭିଯାନ ଶକ୍ତିର ଉପଯୋଗୀ ବ୍ୟବହାର ଓ ଜଳବାୟୁ ପରିବର୍ତନ ସମସ୍ୟା ବିଷୟରେ ସମାଜରେ ସଚେତନତା ଆଣିବାର ପ୍ରସାର କରୁଛି । ଟିପିଏସ୍‌ଓଡିଏଲ୍‌ର କ୍ଲବ୍ ଏନର୍ଜି କାର୍ଯ୍ୟକ୍ରମ ଶକ୍ତି ଓ ସମ୍ବଳ ସଂରକ୍ଷଣର ଗୁରୁତ୍ୱ ବିଷୟରେ ପିଲାମାନଙ୍କୁ ଅବଗତ କରି ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରୁଛି । ନୈତିକ ଓ ନାଗରିକ ମୂଲ୍ୟବୋଧ, ବିଦ୍ୟୁତ ବିଲ୍‌ର ବ୍ୟାଖ୍ୟା, ବିଦ୍ୟୁତ ଅପଚୟକୁ ରୋକିବାରେ ସହାୟକ ହେଉଥିବା ମୌଳିକ
ପଦକ୍ଷେପ, ଇନ୍ଧନ ଓ ଜଳର ଉପଯୁକ୍ତ ବ୍ୟବହାର, ବର୍ଜ୍ୟ ପରିଚାଳନା ଓ ବୃକ୍ଷରୋପଣ ସମେତ ଘରେ ଗାଜେଟ୍‌/ ଇଲେକ୍ଟ୍ରୋନିକ୍ସ ଉପକରଣର ଉପଯୁକ୍ତ ବ୍ୟବହାରକୁ ବୁଝିବା ପାଇଁ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଗ୍ରହଣୀୟ ହୋଇଥିବା ପ୍ରଭାବଶାଳୀ ପ୍ରଥା ବିଷୟରେ ଜଣାଇବା ଲାଗି ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରାଯାଉଛି । “ଶିକ୍ଷାଦାନ, ଉନ୍ନତି, ଯୋଡ଼ିହେବା ଏବଂ ସଶକ୍ତ କରିବା ଭଳି ସଚେତନତାର ଚାରିଟି ସ୍ତର ଜରିଆରେ ଛାତ୍ରଛାତ୍ରୀମାନଙ୍କ ମାର୍ଗଦର୍ଶନ କରିବା ଦିଗରେ କ୍ଲବ୍ ଏନର୍ଜି ହେଉଛି ଆମର ଏକ ଅଭିଯାନ । ଆମେ ଚାହୁଛୁ ଯୁବପିଢ଼ି ନିରନ୍ତରତା ବାର୍ତାର ପ୍ରଚାରକ ହୁଅନ୍ତୁ । ମୋର ବିଶ୍ୱାସ ରହିଛିଯେ ଏହି ପଦକ୍ଷେପଗୁଡ଼ିକ ଜରିଆରେ ଆମେ ପରିବର୍ତନକୁ ଆଗକୁ ବଢ଼ାଇପାରିବୁ ବୋଲି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅରବିନ୍ଦ ସିଂହ କହିଛନ୍ତି । ଟିପିଏସ୍‌ଓଡିଏଲ୍ ପକ୍ଷରୁ ପୋଡାପଦର, ହଳଦିଆପଦର ଓ ନାରାୟଣପୁର ଗ୍ରାମ ପଂଚାୟତରେ ସଚେତନତା ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହା ସମସ୍ତ ୮ଟି ଜିଲ୍ଲାରେ ଜାରି ରହିବ । ଶକ୍ତି ଓ ସମ୍ବଳର ସଂରକ୍ଷଣ, ନିରନ୍ତରତା, ସୁରକ୍ଷା ଓ ଡିଜିଟାଲ୍‌

ପେମେଂଟ୍ ଉପରେ ଆଲୋଚନା ଭିତିକ ଅଧିବେଶନ ଏବଂ ପରେ କୁଇଜକାର୍ଯ୍ୟକ୍ରମ ଆୟୋଜନ କରି ସ୍କୁଲର ଛାତ୍ରଛାତ୍ରୀ ଓ ଷ୍ଟାଫ୍‌ମାନଙ୍କୁ ସଚେତନ କରାଯାଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *