ଟିପିଏନ୍‌ଓଡିଏଲ୍ ପକ୍ଷରୁ ବିଦ୍ୟୁତ୍ ବିଲ୍‌ ପେମେଂଟ୍ ପାଇଁ ୪୦୦୦ରୁ ଅଧିକ ଏୟାରଟେଲ୍‌ ପେମେଂଟ୍‌ସ ବ୍ୟାଙ୍କ୍ ସହ ସହଯୋଗିତା ଦ୍ୱାରା ନିଜ ଗ୍ରାହକଙ୍କ ନିକଟତର ହୋଇପାରିଛି

ଟିପିଏନ୍‌ଓଡିଏଲ୍ ପକ୍ଷରୁ ବିଦ୍ୟୁତ୍ ବିଲ୍‌ ପେମେଂଟ୍ ପାଇଁ ୪୦୦୦ରୁ ଅଧିକ ଏୟାରଟେଲ୍‌ ପେମେଂଟ୍‌ସ ବ୍ୟାଙ୍କ୍ ସହ ସହଯୋଗିତା ଦ୍ୱାରା ନିଜ ଗ୍ରାହକଙ୍କ ନିକଟତର ହୋଇପାରିଛି

 ଟିପିଏନ୍‌ଓଡିଏଲ୍‌ର ଗ୍ରାହକମାନେ ଏବେ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ୍‌ର ୪୦୦୦ରୁ ଅଧିକ ବ୍ୟାଙ୍କିଙ୍ଗ୍ ଆଉଟ୍‌ଲେଟ୍‌ରେ ବିଲ୍ ପଇଠ କରିପାରିବେ, ଯାହା ହେଉଛଛି ଏକ ଡିଜିଟାଲ୍‌-ନେତୃତ୍ୱାଧୀନ ହାତପାହାନ୍ତରେ ଥିବା ବ୍ୟାଙ୍କିଙ୍ଗ୍ ମଡେଲ୍‌
 ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ୍‌କୁ ବ୍ୟବହାର କରି ଟିପିଏନ୍‌ଓଡିଏଲ୍‌ର ଗ୍ରାହକମାନେ ଯଦି ନିର୍ଧାରିତ ତାରିଖ ଭିତରେ ବିଲ୍ ପଇଠ କରିବେ ତେବେ ୫% ପର୍ଯ୍ୟନ୍ତ ରିହାତି ପାଇପାରିବେ
 ବିଲ୍ ପେମେଂଟ୍ ସୁବିଧା ପ୍ରଦାନ କରିବା ଲାଗି ଏୟାରଟେଲ୍‌ ପେମେଂଟ୍‌ସ ବ୍ୟାଙ୍କ୍ ସହ ବିଶ୍ୱର ପ୍ରଥମ ନେଟ୍‌ୱର୍କ ସମନ୍ୱିତ
ସିପିଏଏଏସ୍ ସମାଧାନ, ଏୟାରଟେଲ୍ ଆଇକ୍ୟୁକୁ ସମନ୍ୱିତ କରାଯିବ
ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦନ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ପକ୍ଷରୁ ଉତର ଓଡ଼ିଶାରେ ପ୍ରାୟ ୯୭ଲକ୍ଷ ଜନସଂଖ୍ୟା ବିଶିଷ୍ଟ ୨୭,୯୨୦ ବର୍ଗ କିଲୋମିଟର ବ୍ୟାପି
ବିସ୍ତୃତ ବିତରଣ ଅଂଚଳରେ ଏହାର ରହିଥିବା ୨୦ ଲକ୍ଷରୁ ଅଧିକ ପଞ୍ଜୀକୃତ ଗ୍ରାହକଙ୍କୁ ସମନ୍ୱିତ ବିଲ୍ ପେମେଂଟ୍ (ପଇଠ) ସମାଧାନ ପ୍ରଦାନ କରିବା ପାଇଁ ଭାରତର ପ୍ରିମିୟର୍ ଯୋଗଯୋଗ ସମାଧାନ ପ୍ରଦାନକାରୀ ଭାରତୀ ଏୟାରଟେଲ୍‌ (ଏୟାରଟେଲ୍‌) ସହ ବୁଝାମଣା କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଏହି ଅବସରରେ ଟିପିଏନ୍‌ଓଡିଏଲ୍‌ର ସିଇଓ ଶ୍ରୀଯୁକ୍ତ ଭାସ୍କର ସରକାର, ଟିପିଏନ୍‌ଓଡିଏଲ୍‌ର ଗ୍ରାହକ ସହାୟତା ସେବା ମୁଖ୍ୟ ଶ୍ରୀଯୁକ୍ତ ସୁନିଲ ଭଟ୍ଟର, ଟିପିଏନଓଡିଏଲ୍‌ର ମାନବ ସମ୍ବଳ ଓ ପ୍ରଶାସନିକ ମୁଖ୍ୟ ଶ୍ରୀଯୁକ୍ତ ଶ୍ରୀବଲ୍ଲଭ ସିଂହ, ଟିପିଏନଓଡିଏଲ୍‌ର ପିଆର୍‌ଓ ଶ୍ରୀଯୁକ୍ତ ଚିତରଂଜନ ପ୍ରଧାନ, ଏୟାରଟେଲ୍‌ର ବରିଷ୍ଠ
ଉପସଭାପତି (ଆଲାଏନ୍ସ) ଶ୍ରୀଯୁକ୍ତ ପ୍ରସାଦ ରାଉତରାୟ, ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କର ରାଜ୍ୟ ମୁଖ୍ୟ ଶ୍ରୀଯୁକ୍ତ ବିଶ୍ୱଜିତ ମହାପାତ୍ର ଓ ଏୟାରଟେଲ୍‌, ଓଡ଼ିଶାର ମୁଖ୍ୟ (ଆଲାଏନ୍ସ) ଶ୍ରୀଯୁକ୍ତ ପ୍ରଶାନ୍ତ ମିଶ୍ର ଉପସ୍ଥିତ ଥିଲେ । ଏହି ସହଯୋଗିତା ସହ, ଟିପିଏନ୍‌ଓଡିଏଲ୍‌ର ଗ୍ରାହକମାନେ ଉତର ଓଡ଼ିଶାରେ ଥିବା ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ୍‌ର ୪୦୦୦ରୁ ଅଧିକ ବ୍ୟାଙ୍କିଙ୍ଗ୍ ଆଉଟ୍‌ଲେଟ୍‌ ଜରିଆରେ ଏବେ ସେମାନଙ୍କ ବିଲ୍ ପଇଠ କରିପାରିବେ । ଏହି ପ୍ରକ୍ରିୟା ଅତ୍ୟନ୍ତ ସରଳ  ଗ୍ରାହକଙ୍କୁ କେବଳ ଏତିକି କରିବାକୁ ହେବ ଯେ ଷ୍ଟୋର୍ ପରିଦର୍ଶନ କରି ବ୍ୟାଙ୍କିଙ୍ଗ୍ ପଏଂଟ୍‌ରେ ନିଜର ଯୋଗାଯୋଗ ନମ୍ବର/ ମୋବାଇଲ୍ ନମ୍ବର ଓ ଗ୍ରାହକ ନମ୍ବର ଦେବାକୁ ହେବ । ଏହା ପରେ ଟିପିଏନ୍‌ଓଡିଏଲ୍‌ଠାରୁ ଗ୍ରାହକ ଜଣକ ଏକ ଓଟିପି ହାସଲ କରିବେ ଯାହା ତାଙ୍କୁ ପେମେଂଟ୍ ସହିତ ବ୍ୟବସାୟୀ (ମର୍ଚାଂଟ୍‌)ଙ୍କୁ ଦେବାକୁ ପଡ଼ିବ । ଏକ ଟେକ୍ସଟ୍ ମେସେଜ୍ ଜରିଆରେ ସେହି କାରବାର ତୁରନ୍ତ ସ୍ପଷ୍ଟ ହୋଇଯିବ । ନିର୍ଧାରିତ ତାରିଖ ଭିତରେ ଯଦି ଟିପିଏନ୍‌ଓଡିଏଲ୍ ଗ୍ରାହକ ବିଲ୍‌ ପେମେଂଟ୍ କରିବେ ତେବେ ତାଙ୍କୁ ୫% ପର୍ଯ୍ୟନ୍ତ ରିହାତି ମିଳିବ ।
ଗ୍ରାହକମାନଙ୍କୁ ସଶକ୍ତ କରିବା ଲାଗି ଭାରତୀୟ ଉଦ୍ୟୋଗ ବର୍ଦ୍ଧିତ ଭାବେ ଡିଜିଟାଲ୍‌ ପରିବ୍ୟବସ୍ଥାକୁ ଗ୍ରହଣ କରୁଥିବା ବେଳେ ଏହି ସହଯୋଗିତା ବିଦ୍ୟୁତ୍ ସେବା ପାଇଁ ଡିଜିଟାଲ୍ ପେମେଂଟ୍ ସେବାକୁ ଆଗକୁ ବଢ଼ାଇବାରେ କେବଳ ପ୍ରତ୍ୟକ୍ଷ ଭୂମିକା ଗ୍ରହଣ କରିବ ନାହିଁ ବରଂ ଏକ ଦୃଢ଼ ଡିଜିଟାଲ୍ ପରିବ୍ୟବସ୍ଥା ସୃଷ୍ଟି କରିବାରେ ସହାୟକ ହେବ । ଗ୍ରାହକମାନଙ୍କ ପାଇଁ ବ୍ୟାପକ ସେବା ଗଠନକୁ ଟିପିଏନ୍‌ଓଡିଏଲ୍‌ ଜାରି ରଖିବ ଏବଂ ନୂତନ ଭାବେ ଯୋଡ଼ି ହୋଇଥିବା ପେମେଂଟ୍ ସୁବିଧା, ଗ୍ରାହକ ଅନୁଭୂତିରେ ଆହୁରି ଉନ୍ନତି ଆଣିବ । ଏଥିରେ ଫ୍ରଂଟ୍ ଏଣ୍ଡ୍ ସମାଧାନକୁ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ୍ ପରିଚାଳନା କରିବ ଓ ବ୍ୟାକ୍ ଏଣ୍ଡ୍ ସଂଯୋଗର ପରିଚାଳନା କରିବ ଏୟାରଟେଲ୍ ଆଇକ୍ୟୁ ଯାହା ହେଉଛି ବିଶ୍ୱର ପ୍ରଥମ ନେଟ୍‌ୱର୍କ ସମନ୍ୱିତ ଯୋଗାଯୋଗ ପ୍ଲାଟ୍‌ଫର୍ମ (ସିପିଏଏଏସ୍‌) ପରିବ୍ୟବସ୍ଥା ଯାହା ସଂସ୍ଥାକୁ ସ୍ୱର (ଭଏସ୍‌), ମେସେଜ୍ (ଟେକ୍ସଟ୍ ଓ ହ୍ୱାଟ୍‌ସଆପ୍‌), ମୋବାଇଲ୍‌/ ୱେବ୍ଆ ପ୍ଲିକେସନ୍‌ରେ ଭିଡିଓକୁ ଯୋଡ଼ିବାରେ ସହାୟକ ହେବ ।ଏହି ସହଯୋଗିତା ସମ୍ପର୍କରେ ଟିପି ନର୍ଦନ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌
ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଭାସ୍କର ସରକାର କହିଛନ୍ତି ଯେ, “ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କର ବ୍ୟାପକ ଡିଜିଟାଲ୍‌ ନେତୃତ୍ୱାଧୀନ ପଡ଼ୋଶୀ ଭିତିକ ବ୍ୟାଙ୍କିଙ୍ଗ୍ ମଡେଲ୍‌କୁ ବ୍ୟବହାର କରି ଆମର ୨୦ ଲକ୍ଷ ଗ୍ରାହକଙ୍କୁ ଏକ ନିରବଚ୍ଛିନ୍ନ ଡିଜିଟାଲ୍ ପେମେଂଟ୍ ବିକଳ୍ପ ପ୍ରଦାନ କରିବା ଲାଗି ଏହା ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ବହୁତ ଖୁସି । ଏହି ସହଯୋଗିତା ଜରିଆରେ ଆମେ ବାସ୍ତବ ସମୟ ଓ ସୁରକ୍ଷିତ ପେମେଂଟ୍ ବ୍ୟବସ୍ଥା ସହ ଆମର ଗ୍ରାହକଙ୍କୁ ସଶକ୍ତ କରିପାରିବୁ, ଯାହା ନିୟମିତ ବ୍ୟାଙ୍କିଙ୍ଗ୍ ସମୟ ପରେ ମଧ୍ୟ ଓ ସପ୍ତାହର ସାତ ଦିନ ଉପଲବ୍ଧ ହେବ । ଆମର ନଗଦ ସଂଗ୍ରହ ପ୍ରକ୍ରିୟାର ଏହା ଡିଜିଟାଲ୍‌କରଣ କରିବ ଏବଂ ଆମର ନଗଦ ପରିଚାଳନା ପଦ୍ଧତିକୁ ବ୍ୟବସ୍ଥିତ କରିବ । ପୁନଶ୍ଚ, ଏହି ବ୍ୟବସ୍ଥା ସହ ପେମେଂଟ୍ ଚକ୍ରକୁ ହ୍ରାସ କରାଯାଇପାରିବ ବୋଲି ଆକଳନ କରାଯାଇଛି ।’’ ଏହି ସହଯୋଗିତା ସମ୍ପର୍କରେ ଭାରତୀ ଏୟାରଟେଲ୍‌ର ଚିଫ୍ ଅପରେଟିଂ ଅଫିସର, ଓଡ଼ିଶା ଶ୍ରୀଯୁକ୍ତ ସୌମେନ୍ଦ୍ର ସାହୁ କହିଛନ୍ତି ଯେ, “ବିଦ୍ୟୁତ୍ ନିୟାମକ ସଂଶୋଧନ ବିଲ୍ ସଂସଦରେ ଉପସ୍ଥାପନ କରାଯାଇଥିବାରୁ ଭାରତର ବିଦ୍ୟୁତ୍ କ୍ଷେତ୍ର ବଡ଼ ଧରଣର ପରିବର୍ତନ ଦ୍ୱାରଦେଶରେ ରହିଛି । ଟିପିଏନ୍‌ଓଡିଏଲ୍ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଏୟାରଟେଲ୍ ବେଶ ଆନନ୍ଦିତ, ଯାହା ରାଜସ୍ୱ ବାଟବାରଣାକୁ ହ୍ରାସ କରିବା ଲାଗି ପ୍ରଯୁକ୍ତି ସହିତ ଉଭୟ ଫ୍ରଂଟ୍ ଏଣ୍ଡ୍ ଓ ବ୍ୟାକ୍ ଏଣ୍ଡ୍ ସମନ୍ୱିତ କରି ଏହି କ୍ଷେତ୍ରରେ ଆଗୁଆ ପଦକ୍ଷେପ ଗ୍ରହଣ କରିବାରେ ଅନ୍ୟତମ ସଂସ୍ଥା । ଏକ ଦୀର୍ଘସ୍ଥାୟୀ ସହଯୋଗିତା ଓ ପ୍ରଯୁକ୍ତି କିଭଳି ଲାଭଜନକ ସେବା ପ୍ରଦାନ କରିପାରେ ତାହା ଅନ୍ୟ ୟୁଟିଲିଟିଗୁଡ଼ିକୁ ପ୍ରଦାନ କରିବାକୁ ଆମେ ଚାହିଁରହିଛୁ ।’’ ଗ୍ରାହକମାନଙ୍କୁ ସେମାନଙ୍କ ଘର ପାଖରେ ବିବିଧ ପେମେଂଟ୍ ବିକଳ୍ପ ପ୍ରଦାନ କରିବା ଲାଗି ଟିପିଏନ୍‌ଓଡିଏଲ୍ ନିରନ୍ତର ଭାବେ କାମ କରୁଛି । ଶୁଭାରମ୍ଭ ହେବା ପରଠାରୁ ଟିପିଏନ୍‌ଓଡିଏଲ୍ ପକ୍ଷରୁ ବିଭିନ୍ନ ପ୍ରତ୍ୟକ୍ଷ ସୁବିଧା ଯଥା ମୋ ସେବା କେନ୍ଦ୍ର,
ସିଏସ୍‌ସି ସମେତ ବିବିପିଏସ୍‌, ଟିପିଏନ୍‌ଓଡିଏଲ୍ ୱେବସାଇଟ୍ ଓ ମାଇଁ ଟାଟା ପାୱାର ଆପ୍ ଭଳି ଡିଜିଟାଲ୍ ପେମେଂଟ ବିକଳ୍ପ ଜରିଆରେ ବିଦ୍ୟୁତ ବିଲ୍‌ ପଇଠ ସୁବିଧା ପ୍ରଦାନ କରାଯାଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *