ଟିକା ଅଭାବ, ଆଜି ରାଜ୍ୟର ୧୭ ଜିଲ୍ଲାରେ ବନ୍ଦ ରହିବ କୋଭିଡ୍ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ପୁଣି ଟିକାର ଅଭାବ । ଏଥିପାଇଁ ଆଜି ୧୭ଟି ଜିଲ୍ଲାରେ ଟିକାକରଣ ବନ୍ଦ କରାଯାଇଛି । ଅନୁଗୁଳ, ବାଲେଶ୍ୱର, ବଲାଙ୍ଗିର, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ଼, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ ଓ ମାଲକାନଗିରିରେ ଟିକାକରଣ କରାଯିବ ନାହିଁ । ସେହିପରି ନବରଙ୍ଗପୁର, ନୟାଗଡ଼, ରାୟଗଡ଼ା, ସୋନପୁରରେ ଟିକାକରଣ ନହେବା ନେଇ ସୂଚନା ଦିଆଯାଇଛି ।ତେବେ ଗତକାଲି ରାଜ୍ୟକୁ ମାତ୍ର ୧ ଲକ୍ଷ କୋଭିସିଲ୍ଡ ଟିକା ଆସିଛି । ଗତ ଜୁନ୍‌ ୨୧ତାରିଖରୁ ଦେଶରେ ନୂଆ ଟିକାକରଣ ବ୍ୟବସ୍ଥା ଆରମ୍ଭ ହୋଇଛି । ଏହି ବ୍ୟବସ୍ଥାକୁ ନେଇ କେନ୍ଦ୍ର ସରକାର ଦେଶରେ ଟିକାର ଅଭାବ ରହିବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ହେଲେ ତାହା ବିଭିନ୍ନ ରାଜ୍ୟରେ ଫେଲ ମାରିଥିବା ଦେଖିବାକୁ ମିଳିଛି । ଏବେ ରାଜ୍ୟ ପାଖରେ କୋଭିସିଲ୍ଡର ୧ ଲକ୍ଷ ୧୪ ହଜାର ୬୬୦ ଡୋଜ୍ ରହିଥିବା ବେଳେ କୋଭାକ୍ସିନର ୪ ଲକ୍ଷ ୪୨ ହଜାର ୧୩୦ ଡୋଜ୍ ଟିକା ରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *