ଟାଟା ଷ୍ଟିଲ ମାଇନିଂର ସୁକିନ୍ଦା କ୍ରୋମାଇଟ୍ ଖଣି ଫିମି ପରିବେଶ ପୁରସ୍କାର ଓ ଇଣ୍ଡିଆ ଗ୍ରୀନ୍ ମେନୁଫେକଚରିଂ ଚାଲେଞ୍ଜ ସିଲଭର ମେଡ଼ାଲରେ ସମ୍ମାନିତ

ଉଭୟ ପୁରସ୍କାର ଟିଏସ୍‌ଏମ୍‌ଏଲ୍‌ର ଉଚ୍ଚମାନର ଦୀର୍ଘସ୍ଥାୟୀ ପଦକ୍ଷେପକୁ ପ୍ରଦର୍ଶିତ କରୁଛି

ଭୁବନେଶ୍ୱର, ସେପ୍ଟେମ୍ବର ୨, ୨୦୨୨: ଟାଟା ଷ୍ଟିଲ ସୁକିନ୍ଦା କ୍ରୋମାଇଟ୍ ଖଣିକୁ ଆଜି
ଫେଡରେସନ୍ ଅଫ୍ ଇଣ୍ଡିଆନ୍ ମାଇନିଂ ଇଣ୍ଡଷ୍ଟ୍ରିଜ୍ (ଫିମି) ପକ୍ଷରୁ ନୂଆଦିଲ୍ଲୀଠାରେ
ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଭିରାଜ ବାଲଡୋଟା ପରିବେଶ ପୁରସ୍କାରରେ
ସମ୍ମାନିତ କରାଯାଇଛି । ଏହାସହିତ କମ୍ପାନୀକୁ ମୁମ୍ବାଇରେ ଆୟୋଜିତ ୮ମ ଇଣ୍ଡିଆନ୍‌
ଗ୍ରୀନ୍ ମେନୁଫେକଚରିଂ ଚାଲେଞ୍ଜ (ଆଇଜିଏମ୍‌ସି) ୨୦୨୨ରେ ସିଲଭର ମେଡ଼ାଲ ପ୍ରଦାନ
କରାଯାଇଛି ।
ପରିବେଶ ଓ ପ୍ରାକୃତିକ ସଂସାଧନର ସଂରକ୍ଷଣ ମାଧ୍ୟମରେ ଦୀର୍ଘସ୍ଥାୟୀ ବିକାଶର ଜାତୀୟ ଲକ୍ଷ୍ୟରେ
ଉଲ୍ଲେଖନୀୟ ଯୋଗଦାନ ପାଇଁ ଖଣିକୁ ଅଭିରାଜ ବାଲଡୋଟା ପରିବେଶ ପୁରସ୍କାର
ପ୍ରଦାନ କରାଯାଇଛି । କମ୍ପାନୀ ପକ୍ଷରୁ ଟାଟା ଷ୍ଟିଲ କର୍ପୋରେଟ୍ ଆଫେୟାର୍ସ ବିଭାଗ
ଚିଫ୍ ମନୀଶ ମିଶ୍ର ଓ ରେଗୁଲେଟାରି ଆଫେୟାର୍ସ ବିଭାଗ ହେଡ଼ ଅଙ୍କନ ମିତ୍ର ଏହି
ପୁରସ୍କାର ଗ୍ରହଣ କରିଥିଲେ । ସେହିପରି ଦୀର୍ଘସ୍ଥାୟୀତ୍ୱରେ ସାମଗ୍ରିକ ବିକାଶ ପାଇଁ
କମ୍ପାନୀକୁ ୮ମ ଇଣ୍ଡିଆନ୍ ଗ୍ରୀନ୍ ମେନୁଫେକଚରିଂ ଚାଲେଞ୍ଜ (ଆଇଜିଏମ୍‌ସି)
୨୦୨୨ରେ ସିଲଭର ମେଡାଲରେ ସମ୍ମାନିତ କରାଯାଇଛି । ଟାଟା ଷ୍ଟିଲ ମାଇନିଂର ବରିଷ୍ଠ
ମହାପ୍ରବନ୍ଧକ ସୁଶାନ୍ତ କୁମାର ମିଶ୍ର ଏହି ପୁରସ୍କାର ଗ୍ରହଣ କରିଥିଲେ ।
ଟାଟା ଷ୍ଟିଲ ମାଇନିଂର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା ଏହି ପୁରସ୍କାର ପାଇ ଖୁସି
ପ୍ରକାଶ କରି କହିଛନ୍ତି ଯେ, “ଟାଟା ଷ୍ଟିଲ ମାଇନିଂରେ ଆମେ ଶକ୍ତି ସଂଚୟ, ଜଳ ସଂରକ୍ଷଣ,
ଜୈବ ବିବିଧତାର ସୁରକ୍ଷା, ସାଂସ୍କୃତିକ ପରମ୍ପରା ଏବଂ ଦୀର୍ଘସ୍ଥାୟିତ୍ୱର ଅନ୍ୟ ଦିଗରେ
ଉନ୍ନତି ଆଣିବା ପାଇଁ କାର୍ଯ୍ୟ କରିଥାଉ । ଆମର କର୍ମଚାରୀମାନେ ଏହି ପ୍ରକ୍ରିୟାର
ମୁଖ୍ୟ ଧାରାରେ ଥିବାବେଳେ ଆମ କାର୍ଯ୍ୟକ୍ଷେତ୍ର ପାଶ୍ୱର୍ବ�ର୍ୀ ଅ�ଳରେ ରହୁଥିବା
ଲୋକମାନେ ଏହି ଲକ୍ଷ୍ୟ ହାସଲ ପାଇଁ ଆମକୁ ସହାୟତା କରିଥାନ୍ତି ।”
ଇଣ୍ଡରନ୍ୟାସନାଲ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍ ଫର ମେନୁଫେକଚରିଂ (ଆଇଆରଆଇଏମ୍‌) ପକ୍ଷରୁ
ଆଇଜିଏମ୍‌ସି ର ଆୟୋଜନ କରାଯାଉଛି । ଏହି ସଂସ୍ଥା ଗବେଷଣା, ପରାମର୍ଶ, ଏବଂ

ଚଜଋଝଝ ଜଋଖଋଇଝଋ
ପ୍ରଶିକ୍ଷଣ ସେବା ମାଧ୍ୟମରେ ଭାରତର ବିଭିନ୍ନ ସ୍ଥାନରେ ନିର୍ମାଣକାରୀ ସଂସ୍ଥାମାନଙ୍କୁ
ସହାୟତା କରୁଛି । ଏହି ପୁରସ୍କାର ପାଇଁ ବ୍ୟବସାୟର ସମସ୍ତ ଦିଗ ଯଥା ମାନବ ସମ୍ବଳ,
କାର୍ଯ୍ୟନୀତି ସମ୍ପର୍କିତ ଯୋଜନା ଇଦ୍ୟାଦିକୁ ମିଶାଇ କାର୍ଯ୍ୟସ୍ଥଳୀରେ ଖଣିର ସମସ୍ତ
ଦୀର୍ଘସ୍ଥାୟିତ୍ୱ ମାନଦଣ୍ଡର ପୁଙ୍ଖାନୁପୁଙ୍ଖ ମୂଲ୍ୟାଙ୍କନ କରାଯାଇଥାଏ । ଏହି ମର୍ଯ୍ୟାଦାଜନକ
ପୁରସ୍କାର ଟାଟା ଷ୍ଟିଲ ମାଇନିଂର ପରିବେଶ ପ୍ରତି ଉ�ରଦାୟିତ୍ୱ ଓ ସାମାଜରେ ସଚେତନତା
ସୃଷ୍ଟି ପାଇଁ ନିଆଯାଇଥିବା ପଦକ୍ଷେପକୁ ସ୍ୱୀକୃତି ପ୍ରଦାନ କରିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *