ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ “ଅନ୍ତର୍ଜାତୀୟ ଜନଜାତି ଦିବସ’ ପାଳିତ
ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ “ଅନ୍ତର୍ଜାତୀୟ ଜନଜାତି ଦିବସ’ ପାଳିତ
ଭୁବନେଶ୍ୱର/କଳିଙ୍ଗନଗର: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍, କଳିଙ୍ଗନଗର ପକ୍ଷରୁ ବିସ୍ଥାପିତ ପରିବାର ଉନ୍ନୟନ ପରିଷଦ, କଳିଙ୍ଗନଗର ସହଯୋଗିତାରେ ମଙ୍ଗଳବାର ଦିନ ଓଡ଼ିଶାର ଯାଜପୁର ଜିଲ୍ଲାର କଳିଙ୍ଗନଗରରେ “ଅନ୍ତର୍ଜାତୀୟ ଜନଜାତି ଦିବସ’ ପାଳନ କରାଯାଇଛି । ଜନଜାତୀୟ ସଂସ୍କୃତିରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ କ୍ଷତି ଓ ତା’ ସହିତ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଏହାର ସଂରକ୍ଷଣ, ଏହାକୁ ପୁନଃ ଶକ୍ତିଶାଳୀ ଓ ପ୍ରସାର କରିବାର ଜରୁରୀକାଳୀନ ଆବଶ୍ୟକତା ପ୍ରତି ଧ୍ୟାନ ଆକର୍ଷଣ କରିବା ଲାଗି ଆଦିବାସୀ ସମ୍ପ୍ରଦାୟର ମହିଳାମାନଙ୍କୁ ନେଇ ଏହି ଅବସରରେ ଏକ ଅଧିବେଶନ ଆୟୋଜନ କରାଯାଇଥିଲା । ଗୋବରଘାଟିର ପାଖାପାଖି ୪୦୦ ଆଦିବାସୀ ସମ୍ପ୍ରଦାୟର ମହିଳା ଗୋବରଘ।।ଟି ପଂଚାୟତର କମ୍ୟୁନିଟି ହଲ୍-୨ରେ ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଚଳିତ ବର୍ଷର ବିଷୟବସ୍ତୁ “ପାରମ୍ପରିକ ଜ୍ଞାନର ସଂରକ୍ଷଣ ଓ ବିତରଣରେ ଜନଜାତୀୟ ମହିଳାମାନଙ୍କ ଭୂମିକା’ ଅନୁଯାୟୀ ଏହି ଦିବସ-ବ୍ୟାପୀ ଜ୍ଞାନ ବଂଟନ ଅଧିବେଶନ ଆୟୋଜନ କରାଯାଇଥିଲା । ବ୍ୟାସନଗର ମ୍ୟୁନିସିପାଲିଟିର ଅଧ୍ୟକ୍ଷା ଶ୍ରୀମତୀ ସଙ୍ଗୀତା ପିଙ୍ଗୁଆ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଗୋବରଘାଟି ଗ୍ରାମ ପଂଚାୟତର ସ୍ଥାନୀୟ ନେତା ଓ ପୂର୍ବତନ ସରପଂଚ ଶ୍ରୀମତୀ ସିନି ସଏ, ଗୋବରଘାଟି ଗ୍ରାମ ପଂଚାୟତର ସମିତି ସଭ୍ୟା ଶ୍ରୀମତି ରିନା ହାଇବ୍ରୁ ଓ ଗୋବରଘାଟି ଗ୍ରାମ ପଂଚାୟତର ସରପଂଚ ଶ୍ରୀଯୁକ୍ତ ରତ୍ନାକର ତିୟୁ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିସ୍ଥାପିତ ପରିବାର ଉନ୍ନୟନ ପରିଷଦ, କଳିଙ୍ଗନଗରର ଅଧ୍ୟକ୍ଷ ଶ୍ରୀଯୁକ୍ତ ଲକ୍ଷଣ ଜାମୁଦା, ବିସ୍ଥାପିତ ପରିବାର ଉନ୍ନୟନ ପରିଷଦ, କଳିଙ୍ଗନଗରର ସଂପାଦକ ଶ୍ରୀଯୁକ୍ତ ବିରେନ୍ ଜାମୁଦା, ଟାଟା ଷ୍ଟିଲ୍ କଳିଙ୍ଗନଗର କର୍ପୋରେଟ୍ ସର୍ଭିସେସ୍ର ମୁଖ୍ୟ ଶ୍ରୀଯୁକ୍ତ
ଦେବଦୂତ ମହାନ୍ତି ଏବଂ ଟାଟା ଷ୍ଟିଲ୍ ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଆଦିବାସୀ ଭାଷା, ଜୀବନଶୈଳୀ, ଖାଦ୍ୟ, ମହିଳା ନେତୃତ୍ୱ ଇତ୍ୟାଦି ଉପରେ ଗୁରୁତ୍ୱ ଦେଇ ଆଦିବାସୀ ସଂସ୍କୃତିର ପ୍ରସାର କରିବାରେ ମହିଳାମାନଙ୍କ ଭୂମିକାକୁ ସାମ୍ନାକୁ ଆଣିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା । ସାମୂଦାୟୀକ ପ୍ରଥାକୁ ନେଇ ଲେଖା ଓ କଳାକୃତି ଭଳି ମାଧ୍ୟମ
କିଭଳି ବିକାଶ କରାଯିବ ଏବଂ ଆଦିବାସୀ ସଂସ୍କୃତିର ପରମ୍ପରାକୁ ଆଗକୁ ବଢ଼ାଇବା ଲାଗି ଆଗାମୀ ପିଢ଼ିଙ୍କୁ ଅନୁପ୍ରାଣିତା କରିବା ଲାଗି ଦକ୍ଷ ଲୋକମାନଙ୍କ ଏକ ଦଳ ସୃଷ୍ଟି କରିବା ବିଷୟ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଜନଜାତୀୟ ଲୋକମାନଙ୍କ ପରିଚୟକୁ ପୁନଃ ଶକ୍ତିଶାଳୀ କରିବା ଏବଂ ସେମାନଙ୍କ ଅଧିକାରର ସୁରକ୍ଷାକୁ ଉତ୍ସାହିତ କରିବାର ଆହ୍ୱାନ ଓ ଆଗାମୀ ପଥ ଅନୁସନ୍ଧାନ କରିବା ପାଇଁ ଅଂଶଗ୍ରହଣକାରୀମାନେ ଏକଜୁଟ ହୋଇଥିଲେ । ଏଠାରେ ଏହା ଉଲ୍ଲେଖଯୋଗ୍ୟ ଯେ ଅନ୍ତର୍ଜାତୀୟ ଜନଜାତି ଦିବସକୁ ଜାତିସଂଘ ପକ୍ଷରୁ ୧୯୯୪ରେ ମାନ୍ୟତା ଦିଆଯାଇଥିଲା ଏବଂ ସାରା ବିଶ୍ୱରେ ଏହାକୁ ପାଳନ କରାଯାଉଛି
ଏବଂ ବିଶ୍ୱର ବିଭିନ୍ନ ଜନଜାତୀୟ ଲୋକମାନଙ୍କ ଅଧିକାରର ପ୍ରସାର ଓ ସୁରକ୍ଷା ପାଇଁ ହଜାର ହଜାର ସଂଗଠନ କାର୍ଯ୍ୟ କରୁଛନ୍ତି ।