ଟାଙ୍ଗୀ-ଚୌଦ୍ବାର ବ୍ଲକ କାର୍ଯ୍ୟାଳୟରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ,
ଟାଙ୍ଗୀ-ଚୌଦ୍ବାର ବ୍ଲକ କାର୍ଯ୍ୟାଳୟରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ,
ଅଭିଯୋଗ ଶୁଣାଣି ସ୍ଥଳରେ 21 ଟି ଅଭିଯୋଗର ସମାଧାନ।
କଟକ ତା ୯.୦୭.୨୦୨୪ରିଖ – କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ବାର ବ୍ଲକ କାର୍ଯ୍ୟାଳୟଠାରେ ଆଜି ଜିଲ୍ଲାପାଳ ଶ୍ରୀ ଅରିନ୍ଦମ ଡାକୁଆଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ନିମନ୍ତେ ସୋମବାର ଛୁଟି ଘୋଷଣା କରାଯାଇଥିବାରୁ ଆଜି ଏହି ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା ଆଜିର ଜନ ଅଭିଯୋଗ ଶୁଣାଣି ଶିବିରରେ କଟକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଅରିନ୍ଦମ ଡାକୁଆଙ୍କ ସହ ଆରକ୍ଷୀ ଅଧିକ୍ଷକ, ଉପ ଆଯୁକ୍ତ ପୋଲିସ କମିଶନରେଟ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଆଜିର ଜନ ଅଭିଯୋଗ ଶୁଣାଣିରେ ସମୁଦାୟ 414 ଗୋଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ 397ଗୋଟି ବ୍ୟକ୍ତିଗତ ଅଭିଯୋଗ ଏବଂ 17 ଗୋଟି ସାମୁହିକ ଅଭିଯୋଗ ପ୍ରଶାସନର ହସ୍ତଗତ ହୋଇଥିଲା । ଅଭିଯୋଗ ଶୁଣାଣି ଶିବିରରେ 21ଗୋଟି ଅଭିଯୋଗର ତ୍ଵରିତ ସମାଧାନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରଯାଇଥିଲା। ଆସନ୍ତା ୧୫ ତାରିଖ ସୋମବାର କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପରବର୍ତ୍ତୀ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ।