ଜୟଆଲୁକ୍କାସ ପକ୍ଷରୁ ଭୁବନେଶ୍ୱରରେ ନୂଆ ସୋ’ରୁମ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ବିଶ୍ୱର ଲେକପ୍ରିୟ ଗହଣା ବ୍ରାଣ୍ଡ୍ ଜୟଆଲୁକ୍କାସ ଓଡ଼ିଶାର ଭୁବନେଶ୍ୱରରେ ଏହାର ପ୍ରଥମ ଷ୍ଟୋର୍‌କୁ ଖୋଲି ସର୍ବଭାରତୀୟ ସ୍ତରରେ ଏହାର ଉପସ୍ଥିତିକୁ ସମ୍ପ୍ରସାରିତ କରିଛି । ଗହଣା ପ୍ରେମୀଙ୍କ ପାଇଁ ଆକର୍ଷଣୀୟ ଉଦଘାଟନୀ ଅଫର ସହିତ ୨୦୨୨ ଅକ୍ଟୋବର ୧୬ (ରବିବାର) ଦିନ ପୂର୍ବାହ୍ନ ୧୧ଟା ୩୦ ମିନିଟ୍‌ରେ ଜୟଆଲୁକ୍କାସ ଏହାର ପ୍ରଥମ ସୋ’ରୁମ୍‌କୁ ଖୋଲିଛି । ଜୟଆଲୁକ୍କାସର ସିଗ୍ନେଚର ବିଶ୍ୱ-ଶ୍ରେଣୀର ଢାଂଚା ଆଧାରରେ ଡିଜାଇନ କରାଯାଇଥିବା ଏହି ଷ୍ଟେଟ୍ ଅଫ୍ ଆର୍ଟ ସୋ’ରୁମ୍‌ରେ ରହିଥିବା ପ୍ରିମିୟମ୍ ସୁବିଧା ସୁଯୋଗ, ଗହଣା ପ୍ରେମୀଙ୍କୁ ଏକ ଉଲ୍ଲାସପୂର୍ଣ୍ଣ ଓ ସମୃଦ୍ଧ ସପିଙ୍ଗ ଅନୁଭୂତି ପ୍ରଦାନ କରିବ । ଏହି ସୋ’ରୁମ୍‌ରେ ଆଧୁନିକ ସାଜସଜ୍ଜା ରହିଥିବା ବେଳେ ଭୁବନେଶ୍ୱର ବାସିନ୍ଦାଙ୍କ ସୁବିଧାକୁ ନଜରରେ ରଖି ବ୍ୟାପକ ସପିଙ୍ଗ ଓ ପାର୍କିଂ ସ୍ଥାନର ବ୍ୟବସ୍ଥା କରାଯାଇଛି । ଉଦଘାଟନୀ ଉତ୍ସବକୁ ପାଳନ କରିବା ଲାଗି ସୋ’ରୁମ୍‌ରେ ଆକର୍ଷଣୀୟ ଅଫର ରହିଛି । ସାରା ବିଶ୍ୱର ସଦ୍ୟତମ ଓ ଆକର୍ଷଣୀୟ ଗହଣା ସମ୍ଭାରକୁ ଅନୁସନ୍ଧାନ କରିବା ଏବଂ ଅତୁଳନୀୟ ସପିଙ୍ଗ ଅନୁଭୂତି ହାସଲ କରିବା ଲାଗି ଗ୍ରାହକମାନେ ସୋ’ରୁମ୍ ପରିଦର୍ଶନ କରିପାରିବେ । ଏହି ସୋ’ରୁମ୍‌ର ଶୁଭାରମ୍ଭ ଅବସରରେ ଜୟଆଲୁକ୍କାସ୍ ଗ୍ରୁପ୍‌ର ପରିଚାଳନା
ନିର୍ଦେଶକ ଶ୍ରୀଯୁକ୍ତ ଜୟ ଆଲୁକ୍କାସ କହିଛନ୍ତି ଯେ, “ଅତୁଳନୀୟ ଗହଣା ସପିଙ୍ଗ ଅନୁଭୂତି ପ୍ରଦାନ କରିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ ଏବଂ ଜୟଆଲୁକ୍କାସରେ ଭୁବନେଶ୍ୱର ବାସିନ୍ଦାଙ୍କୁ ସେହି ପ୍ରତିଶ୍ରୁତି ପ୍ରଦାନ କରୁଛୁ । ସେମାନଙ୍କ ପ୍ରତିଟି ଆବଶ୍ୟକତା ପୂରଣ କରିବା ଲାଗି ଆମେ ଶ୍ରେଷ୍ଠ ଓ ବ୍ୟାପକ ଗହଣା ସମ୍ଭାର ସେମାନଙ୍କ ଲାଗି ଆଣିବାକୁ ଲକ୍ଷ୍ୟ ରଖିଛୁ । ଆମର ମନମୁଗ୍ଧକର ପରିବେଶ, ବ୍ୟାପକ ବର୍ଗର ସମ୍ଭାର ଏବଂ ଉତ୍କୃଷ୍ଟ ଗ୍ରାହକ ସେବା ସହିତ ଗହଣା ପ୍ରେମୀମାନଙ୍କୁ ଏଠାରେ ଏକ ପ୍ରିମିୟମ୍ ଓ ନିରବଚ୍ଛିନ୍ନସପିଙ୍ଗ ଅନୁଭୂତି ପ୍ରଦାନ କରିବା ଲାଗି ମୋ ଟିମ୍ ଉତ୍ସାହିତ ଅଛନ୍ତି ।  ସେମାନଙ୍କ ଖୁସିକୁ ଦ୍ୱିଗୁଣିତ କରିବା ଲାଗି ଆମର ଆକର୍ଷଣୀୟ ଉଦଘାଟନୀ ଅଫର ଓ ମାଗଣା ଉପହାର ରହିଛି । ଅକ୍ଟୋବର ୧୬ରେ ଆମ ଶୁଭାରମ୍ଭର ଉତ୍ସବ ପାଳନରେ ଯୋଗ ଦେବା ଏବଂ ଏକ ଉଲ୍ଲାସପୂର୍ଣ୍ଣ ଗହଣା ସପିଙ୍ଗ ଅନୁଭୂତି ହାସଲ କରିବା ଲାଗି ଆମେ ସମସ୍ତ ଭୁବନେଶ୍ୱର ବାସିନ୍ଦାଙ୍କୁ ସ୍ୱାଗତ
କରୁଛୁ ।’’ ଜୟଆଲୁକ୍କାସ ପକ୍ଷରୁ ସୋ’ରୁମର ଉଦଘାଟନ ପରିପ୍ରେକ୍ଷୀରେ ଏକ ଦୀପାବଳି ଅଫରର ଯୋଜନା ପ୍ରସ୍ତୁତ କରାଯାଇଛି ଯାହା ଅକ୍ଟୋବର ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଦୀପାବଳି ଅଫର ଅବଧିରେ ଗ୍ରାହକମାନେ ସେମାନଙ୍କ କିଣାକିଣି ଉପରେ ଗିଫ୍ଟ ଭାଉଚର ଆକାରରେ କ୍ୟାସବ୍ୟାକ୍ ପାଇପାରିବେ ଏବଂ ଏସବିଆଇ କାର୍ଡସ୍‌ରେ ୫% ଅତିରିକ୍ତ କ୍ୟାସ୍‌ବ୍ୟାକ୍ ପାଇବେ । ଏହି ଉତ୍ସବ ଅଫର ସହିତ ଜୟଆଲୁକ୍କାସରଗ୍ରାହକମାନେ ୯୧୬ ବିଆଇଏସ୍ ହଲମାର୍କ ଗହଣା, ଏକ ବର୍ଷର ମାଗଣା ବୀମାଏବଂ ଜୟଆଲୁକ୍କାସରୁ କିଣାଯାଉଥିବା ଯେକୌଣସି ଗହଣାର ଜୀବନବ୍ୟାପୀ ମାଗଣା ରକ୍ଷଣାବେକ୍ଷଣ ସେବା ସହିତ ବାଏ-ବ୍ୟାକ ଗ୍ୟାରେଂଟିରପ୍ରତିିଶ୍ରୁତି ପାଇବେ । ପବିତ୍ର ଦୀପାବଳିକୁ ପାଳନ କରିବାକୁ ଚାହୁଥିବା ଗ୍ରାହକମାନଙ୍କ ପାଇଁ ଉଦଘାଟନୀ ଅବସରରେ ଜୟଆଲୁକ୍କାସର ଏହି ସ୍ୱତନ୍ତ୍ର ଉତ୍ସବ ଅଫର ଏକ ବଡ଼ ପ୍ରୋତ୍ସାହନ ସାବ୍ୟସ୍ତ ହେବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *